ଡାଇବେଟିସ୍ ଅଛି ? ଜାଣନ୍ତୁ କ’ଣ ଖାଇବା ଅନୁଚିତ

ଆମମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ ହିଁ ଡାକି ଆଣିଛି ଅନେକ ରୋଗକୁ, ସେଇଥିରୁ ଗୋଟିଏ ହେଲା ଡାଇବେଟିସ୍ । ଏହା ଏମିତି ଏକ ରୋଗ, ଯେଉଁଥିରେ ରୋଗୀକୁ ସବୁବେଳେ ସଚେତନ ରହିବାକୁ ପଡିଥାଏ  । ଖାଇବା ପିଇବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼େ । ସର୍କରା ଜାତୀୟ ଖାଦ୍ୟ ଉପରେ କଟକଣା ରହିଥାଏ । ଦୈନନ୍ଦିନ ଜୀବନରେ କେଉଁ କେଉଁ ଖାଦ୍ୟ ଉପରେ କଟକଣା ରହିବା ଉଚିତ, ବା କେଉଁ ଖାଦ୍ୟ ଖାଇଲେ ଡାଇବେଟିସ୍ ରୋଗୀର କ୍ଷତି […]

diabetes

Rakesh Mallick
  • Published: Friday, 07 July 2017
  • , Updated: 07 July 2017, 03:21 PM IST

ଆମମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ ହିଁ ଡାକି ଆଣିଛି ଅନେକ ରୋଗକୁ, ସେଇଥିରୁ ଗୋଟିଏ ହେଲା ଡାଇବେଟିସ୍ । ଏହା ଏମିତି ଏକ ରୋଗ, ଯେଉଁଥିରେ ରୋଗୀକୁ ସବୁବେଳେ ସଚେତନ ରହିବାକୁ ପଡିଥାଏ  । ଖାଇବା ପିଇବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼େ । ସର୍କରା ଜାତୀୟ ଖାଦ୍ୟ ଉପରେ କଟକଣା ରହିଥାଏ । ଦୈନନ୍ଦିନ ଜୀବନରେ କେଉଁ କେଉଁ ଖାଦ୍ୟ ଉପରେ କଟକଣା ରହିବା ଉଚିତ, ବା କେଉଁ ଖାଦ୍ୟ ଖାଇଲେ ଡାଇବେଟିସ୍ ରୋଗୀର କ୍ଷତି ଘଟିବ ଆସନ୍ତୁ ଜାଣିବ।

୧.ଡାଇବେଟିସ ରୋଗୀମାନେ ଯଥାସମ୍ଭବ ଚିନି, ମହୁ , ଗୁଡ, କେକ୍, ଜେଲି, ମିଠା ଆଚାର, ଥଣ୍ଡା ମଲେଇ, ପେଷ୍ଟ୍ରି, ଚକୋଲେଟ, କ୍ରିମ ଓ କୁକିଜଠାରୁ ଦୂରେଇ ରୁହନ୍ତୁ , ଏ ସବୁ ଖାଦ୍ୟରେ ପ୍ରଚୁର ସର୍କରା ବା ସୁଗାର ଥାଏ ।

୨.ଡାଇବେଟିସ ରୋଗୀ ମୌସମ୍ବି ଫଳ ଖାଇପାରିବେ , କିନ୍ତୁ କିଛି ଫଳ ଅଛି ଯାହା କ୍ଷତିକାରକ , ଯେମିତିକି ଅଙ୍ଗୁରୁ, ଆମ୍ବ, ସେଓ, ଷ୍ଚ୍ରବେରି ଓ ଖରଭୁଜ ଇତ୍ୟାଦି।

୩.ଡାଇବେଟିସ୍ ପିଡିତ ବ୍ୟକ୍ତିମାନେ ମସଲାଯୁକ୍ତ ଖାଦ୍ୟ କିମ୍ବା ଖାଦ୍ୟକୁ ଫ୍ରାଏ କରି ନଖାଇ, କେବଳ ସିଝେଇ ବା ସେକି ବା ପୋଡ଼ି ଖାଦ୍ୟ ଖାଇ ପାରିବେ , ନଚେତ ସୁଗାର ବଢିବାର ଆଶଂକା ଅଛି।

୪. ଯଦି ଆପଣ ଡାଇବେଟିସ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତେବେ ଏମିତି ଖାଦ୍ୟ ଖାଆନ୍ତୁ ଯେଉଁଥିରେ ସୋଡିୟମ ଅଧିକ ମାତ୍ରାରେ ଥାଏ ।

୫.ଏମିତି ଖାଦ୍ୟ ଅଛି ଯେଉଁଥିରେ କି ଭିଟାମିନ ମାତ୍ରା ଖୁବ କମ ପରିମାଣରେ ଥାଏ , ଯେମିତି ପାସ୍ତା ,ପାଉଁରୁଟି, ମଇଦା ଓ ପିଜା ଜାତୀୟ ଖାଦ୍ୟରୁ ଯଥାସମ୍ଭବ ଦୂରରେ ରହିବା କଥା।

୬.ଡାଇବେଟିସ ରୋଗୀମାନେ ସାଲାଡ ଓ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ , କିନ୍ତୁ ଏହାକୁ ସ୍ୱାଦିଷ୍ଚ କରିବାକୁ ଏଥିରେ ମସଲା କି ସସ୍ ପକାଇଲେ, ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ।

 

Related story