Advertisment

ସାଥୀ ସହ ମିଶି କରନ୍ତୁ ବ୍ୟାୟାମ; ସ୍ୱାସ୍ଥ୍ୟ ଓ ସଂପର୍କ ଉଭୟ ରହିବ ସୁସ୍ଥ

ଯଦି ଆପଣଙ୍କ ପାର୍ଟନର ଓ ଆଉ ଆପଣ ଦୁହେଁ ଯାକ ହେଲ୍‌ଥି ଲିଭିଙ୍ଗ୍‌ ଓ ଫିଟ୍‌ନେସ୍‌କୁ ନେଇ ବେଶ୍ ସଚେତନ, ତା’ହେଲେ ମର୍ଣ୍ଣିଂ ୱାକ୍ ଓ ବ୍ୟାୟାମ କଲା ବେଳେ ଏକାକୀ କରନ୍ତୁ ନାହିଁ। ଦୁହେଁ ସାଥୀ ହୋଇ କରନ୍ତୁ। ଏହାର ଅନେକ ଫାଇଦା ଅଛି। ଏହା ଦ୍ୱାରା ଆପଣଙ୍କ ସଂପର୍କ ମଧ୍ୟ ଆହୁରି ମଜଭୁତ ହେବ। -ବ୍ୟାୟାମ କଲେ ଆମର ସକାରାତ୍ମକ ଚିନ୍ତାଧାରା ବଢ଼େ। ଆତ୍ମବିଶ୍ୱାସ ବି ବଢ଼େ। ପାର୍ଟନରଙ୍କ ସହିତ ମିଶି ବ୍ୟାୟାମ କଲେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସାଥୀ ସହ ମିଶି କରନ୍ତୁ ବ୍ୟାୟାମ; ସ୍ୱାସ୍ଥ୍ୟ ଓ ସଂପର୍କ ଉଭୟ ରହିବ ସୁସ୍ଥ

couple

ଯଦି ଆପଣଙ୍କ ପାର୍ଟନର ଓ ଆଉ ଆପଣ ଦୁହେଁ ଯାକ ହେଲ୍‌ଥି ଲିଭିଙ୍ଗ୍‌ ଓ ଫିଟ୍‌ନେସ୍‌କୁ ନେଇ ବେଶ୍ ସଚେତନ, ତା’ହେଲେ ମର୍ଣ୍ଣିଂ ୱାକ୍ ଓ ବ୍ୟାୟାମ କଲା ବେଳେ ଏକାକୀ କରନ୍ତୁ ନାହିଁ। ଦୁହେଁ ସାଥୀ ହୋଇ କରନ୍ତୁ। ଏହାର ଅନେକ ଫାଇଦା ଅଛି। ଏହା ଦ୍ୱାରା ଆପଣଙ୍କ ସଂପର୍କ ମଧ୍ୟ ଆହୁରି ମଜଭୁତ ହେବ।

Advertisment

-ବ୍ୟାୟାମ କଲେ ଆମର ସକାରାତ୍ମକ ଚିନ୍ତାଧାରା ବଢ଼େ। ଆତ୍ମବିଶ୍ୱାସ ବି ବଢ଼େ। ପାର୍ଟନରଙ୍କ ସହିତ ମିଶି ବ୍ୟାୟାମ କଲେ ଆପଣଙ୍କ ଶରୀରକୁ ମିଳୁଥିବା ଫାଇଦା ଆପଣଙ୍କ ସଂପର୍କରେ ପ୍ରତିଫଳିତ ହେବ। ସେଥିରୁ ଗୋଟିଏ ହେଉଛି ପରସ୍ପର ପ୍ରତି ଆକର୍ଷଣ। ସହଜରେ କହିବାକୁ ଗଲେ ସାଙ୍ଗ ହୋଇ ବ୍ୟାୟାମ କଲେ ଦୁଇ ଜଣଙ୍କ ମଧ୍ୟରେ ଉତ୍ସାହ ଓ ଜୋଶ୍ ବଢ଼େ।

-ଆପଣ ସକାଳେ ଏକୁଟିଆ ଚାଲିବାକୁ ଗଲେ ଶରୀର ଓ ମନକୁ ଯେତିକି ଫାଇଦା ମିଳେ ସାଙ୍ଗରେ ପାର୍ଟନର ଥିଲେ ତାହା ଦ୍ୱଗୁଣିତ ହୁଏ।

Advertisment

-ଏକତ୍ର ବ୍ୟାୟାମ କଲେ ଆପଣଙ୍କ ମଧ୍ୟରେ ଥିବା ଦୂରତା ହଟି ଯିବ ଓ ଭଲ ପାଇବା ବଜାୟ ରହିବ।

-ଆପଣମାନଙ୍କ ମଧ୍ୟରେ ଭାବନାତ୍ମକ ସଂପର୍କ ଦୃଢ଼ ହେବ।