ମା’ଙ୍କୁ ଜପ କଲା ବେଳେ ଆଦୌ କରନ୍ତୁନି ଏଇ ସବୁ ଭୁଲ୍, ମିଳିନପାରେ ସୁଫଳ

ମା’ ଦୁର୍ଗାଙ୍କ ଆରାଧନାର ପର୍ବ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇସାରିଛି। ଏହା ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ବ୍ରତ ରଖିଛନ୍ତି। ତେଣୁ ସେମାନେ ମା’ଙ୍କୁ ଜପ କରୁଛନ୍ତି। ଯେଉଁମାନେ ବ୍ରତ ରଖି ନାହାନ୍ତି, ସେମାନେ ବି ଜପ କରୁଛନ୍ତି। ତେବେ ମା’ଙ୍କୁ ଜପ କରିବା ବେଳେ ଏମିତି ଅନେକ କିଛି କାର୍ଯ୍ୟ ଅଛି ଯାହା ଆଦୌ କରାଯିବା ଉଚିତ ନୁହେଁ। ନହେଲେ ଆପଣଙ୍କ ଜପର କୌଣସି […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 09:18 AM IST

ମା’ ଦୁର୍ଗାଙ୍କ ଆରାଧନାର ପର୍ବ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇସାରିଛି। ଏହା ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ବ୍ରତ ରଖିଛନ୍ତି। ତେଣୁ ସେମାନେ ମା’ଙ୍କୁ ଜପ କରୁଛନ୍ତି। ଯେଉଁମାନେ ବ୍ରତ ରଖି ନାହାନ୍ତି, ସେମାନେ ବି ଜପ କରୁଛନ୍ତି। ତେବେ ମା’ଙ୍କୁ ଜପ କରିବା ବେଳେ ଏମିତି ଅନେକ କିଛି କାର୍ଯ୍ୟ ଅଛି ଯାହା ଆଦୌ କରାଯିବା ଉଚିତ ନୁହେଁ। ନହେଲେ ଆପଣଙ୍କ ଜପର କୌଣସି ସୁଫଳ ନମିଳିପାରେ। କେବଳ ମା’ ଦୁର୍ଗାଙ୍କୁ ନୁହେଁ, ଯେକୌଣସି ଦେବାଦେବୀଙ୍କ ଜପ ଅବା ଆରାଧନା କଲା ବେଳେ କେଉଁ କଥା ପ୍ରତି ଧ୍ୟାନ ଦିଆଯିବା ଉଚିତ ଆସନ୍ତୁ ଜାଣିବା।

ମଦ୍ୟପାନ କରନ୍ତୁ ନାହିଁ

ଶାସ୍ତ୍ରରେ କୁହାଯାଇଛି ଯେ ଯଦି କେହି ମଦ ପିଉଛି ତା’ହେଲେ ସେ ରାକ୍ଷସ ସମାନ ହୋଇଥାଏ। ଦେବାଦେବୀଙ୍କ ଜପ କରିବା ବେଳେ ମଦ ପିଇବା ଉଚିତ ନୁହେଁ। ଯିଏ ଦେବାଦେବୀଙ୍କୁ ଜପ ଅବା ପୂଜା କରିବା ସମୟରେ ମଦ୍ୟପାନ କରିଥାନ୍ତି ତାଙ୍କୁ ମହାପାପୀ ଭାବେ ଗଣାଯାଏ।  ତାଙ୍କର ସମସ୍ତ ପୂର୍ଣ୍ଣ୍ୟକାମ ନଷ୍ଟ ହୋଇଯାଏ।

ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ଜଣେ ଜଣେ ବ୍ୟକ୍ତି କଥା କଥାକେ ରାଗି ଯାଆନ୍ତି। କିଛି ଲୋକ ପୂଜାରେ ବସିଥିବା ବେଳେ ବି ରାଗି ଯାଆନ୍ତି। ଶାସ୍ତ୍ର ଅନୁସାରେ ଏହା ଠିକ୍ ନୁହେଁ। ବିନା କାରଣରେ ରାଗିବା ଏକ ଖରାପ ଗୁଣ ବୋଲି କୁହାଯାଏ। ତେଣୁ ଘରେ ପୂଜା କଲା ବେଳେ ହେଉ ଅବା ମନ୍ଦିରରେ ଥିବା ବେଳେ ମନକୁ ଶାନ୍ତ ରଖନ୍ତୁ। ତା’ହେଲେ ପୂଜାର ଫଳ ଆପଣଙ୍କୁ ପ୍ରାପ୍ତି ହେବ। ପୂଜା କରିବା ବେଳେ କେବେବି ରାଗନ୍ତୁ ନାହିଁ। ଠାକୁରଙ୍କୁ ଡାକିବା ବେଳେ ମନରୁ ଈର୍ଷା ଓ ଲୋଭ ଆଦି ମଧ୍ୟ ଦୂର କରନ୍ତୁ। ନହେଲେ ଆପଣଙ୍କର କେବଳ କ୍ଷତି ହେବ।

କାଶିବା ଓ ଛିଙ୍କିବା ମନା

ଦେବାଦେବୀଙ୍କୁ ପୂଜା କଲା ବେଳେ କାଶିବା ମନା। ସେହିପରି ଛିଙ୍କିବା ବି ମନା। ଏହାକୁ ଅପବିତ୍ର କୁହାଯାଏ। ଯଦି ଆପଣ ପୂଜାରେ ବସିଥିବା ବେଳେ ଏପରି ସ୍ଥିତିର ସମ୍ମୁଖୀନ ହୁଅନ୍ତି, ତା’ହେଲେ ହାତଗୋଡ଼ ଧୋଇ ହୋଇ ପୁଣି ପୂଜାରେ ବସନ୍ତୁ।

ପୂଜା ପରେ ଦକ୍ଷିଣ ନଦେବା ଭଲ ନୁହେଁ

ଦେବାଦେବୀଙ୍କ ଆରାଧନା କରିବା ସହିତ ଦକ୍ଷିଣା ଦେବା ବି ବହୁତ ଗୁରୁତ୍ୱପୂର୍ଣ୍ଣ। ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ସଂପୂର୍ଣ୍ଣ ବିଧିବିଧାନର ସହିତ ଭଗବାନଙ୍କ ଜପ କରେ ଓ ତା’ପରେ ଦକ୍ଷିଣା ନ ଦିଏ ତା’ହେଲେ ତାଙ୍କ ଜପ ବ୍ୟର୍ଥ ହୋଇଥାଏ।

ଆଳସ୍ୟ ଗ୍ରାସ ନ କରୁ

ପୂଜା କରିବା ବେଳେ ଅବା ଜପ କରିବା ବେଳେ ଆଳସ୍ୟ ଯେପରି ଆପଣଙ୍କୁ ଗ୍ରାସ ନକରେ ସେଥିପ୍ରତି ସଜାଗ ରୁହନ୍ତୁ। ଗାଧୋଇପାଧୋଇ ଆଳସ୍ୟ ପରିତ୍ୟାଗ କରି ପୂଜା କରନ୍ତୁ।

Related story