Advertisment

ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଉଛନ୍ତି କି? ଜାଣନ୍ତୁ କେଉଁ ରୋଗରେ ପଡ଼ିବେ

ଅନେକ ଲୋକ ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଅନ୍ତି। ଆପଣଙ୍କର ବି ଏହି ଅଭ୍ୟାସ ଅଛି କି? ତା’ହେଲେ ତୁରନ୍ତ ଛାଡ଼ି ଦିଅନ୍ତୁ। କାରଣ ଏହା ଶରୀର ପାଇଁ ହାନିକାରକ। ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ହୃଦ୍‌ରୋଗୀ ବନାଇ ଦେଇପାରେ। ଆମ ଶରୀର ତାପାମାତ୍ର ୩୭ ଡିଗ୍ରୀ ସେଲ୍‌ସିୟସ। ସେଥିପାଇଁ ଆମ ଶରୀର ପାଇଁ ୨୦-୨୨ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାର ପାଣି ହିଁ ଉପଯୁକ୍ତ। ତା’ହେଲେ ଆସନ୍ତୁ ଜାଣିବା ଖାଇ ସାରିବା ପରେ ସଙ୍ଗେ […]

ଅଦ୍ୟତନ ହୋଇଛି
ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଉଛନ୍ତି କି? ଜାଣନ୍ତୁ କେଉଁ ରୋଗରେ ପଡ଼ିବେ

heartattck

Advertisment

ଅନେକ ଲୋକ ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଅନ୍ତି। ଆପଣଙ୍କର ବି ଏହି ଅଭ୍ୟାସ ଅଛି କି? ତା’ହେଲେ ତୁରନ୍ତ ଛାଡ଼ି ଦିଅନ୍ତୁ। କାରଣ ଏହା ଶରୀର ପାଇଁ ହାନିକାରକ। ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ହୃଦ୍‌ରୋଗୀ ବନାଇ ଦେଇପାରେ। ଆମ ଶରୀର ତାପାମାତ୍ର ୩୭ ଡିଗ୍ରୀ ସେଲ୍‌ସିୟସ। ସେଥିପାଇଁ ଆମ ଶରୀର ପାଇଁ ୨୦-୨୨ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାର ପାଣି ହିଁ ଉପଯୁକ୍ତ। ତା’ହେଲେ ଆସନ୍ତୁ ଜାଣିବା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା କ’ଣ ସବୁ ସମସ୍ୟା ଦେଖାଯାଏ।

Advertisment

କୋଷ୍ଠକାଠିନ୍ୟ

ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ଶରୀରରେ ପ୍ରସ୍ତୁତ ହେଉଥିବା ପାଚକ ରସର ତାପମାତ୍ରା କମି ଯାଏ। ଏଥିଯୋଗୁଁ ଖାଦ୍ୟ ହଜମ ହେବାରେ ସମସ୍ୟା ହୁଏ। କେବଳ ଏତିକି ନୁହେଁ, ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ବୃହତ ଯନ୍ତ୍ର ସଙ୍କୁଚିତ ହୋଇଯାଏ। ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ।

ହୃଦ୍‌ଘାତ

ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଲେ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ। ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଖାଇବା ପରେ ତୁରନ୍ତ ପାଣି ପିଇଲେ ହୃଦ୍‌ଘାତ ବିପଦ ଆଶଙ୍କା ବଢ଼ିଯାଏ।

Advertisment

ରୋଗ ପ୍ରତିରୋଧକ କ୍ଷମତା କମି ଯାଏ

ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ପାଚନ ଶକ୍ତି କମିଯାଏ। ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତି ଉପରେ ପଡ଼େ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦିଏ।

ମୋଟା ହୋଇଯିବେ

ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ପାଚନ କ୍ରିୟା ଧୀମା ହୋଇଯାଏ। ପାଣି ଖାଦ୍ୟ ସହିତ ମିଶି ପେଟରେ ଥିବା ଏସିଡ୍ ସଂସ୍ପର୍ଶରେ ଆସିଥାଏ। ଫଳରେ ମୋଟାପଣ ଭଳି ସମସ୍ୟା ଦେଖାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe