Advertisment

ଠିଆ ହୋଇ ପାଣି ପିଇଲେ ହୋଇଥାଏ ଏସବୁ ରୋଗ

ପାଣି ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି। ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।  କିନ୍ତୁ ପାଣି ପିଇଲା ବେଳେ କେତୋଟି ନିୟମ ମାନିବାକୁ ପଡ଼ିଥାଏ। ସେଗୁଡ଼ିକ ସଂପର୍କରେ ଆପଣ ଜାଣିଛନ୍ତି କି? ସେଥିରୁ ଗୋଟିଏ ହେଲା ଠିଆ ହୋଇ ପାଣି ପିଇବା ଶରୀର ପାଇଁ କ୍ଷତିକାରକ। ଯଦି ଠିଆ ହୋଇ ଆପଣ ପାଣି ପିଉଛନ୍ତି ତା’ହେଲେ ଏହି ଅଭ୍ୟାସ ଶୀଘ୍ର ବଦଳାନ୍ତୁ। ନହେଲେ ଆପଣ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିବେ। ତାହାହେଲେ ଆସନ୍ତୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଠିଆ ହୋଇ ପାଣି ପିଇଲେ ହୋଇଥାଏ ଏସବୁ ରୋଗ

water

ପାଣି ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି। ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।  କିନ୍ତୁ ପାଣି ପିଇଲା ବେଳେ କେତୋଟି ନିୟମ ମାନିବାକୁ ପଡ଼ିଥାଏ। ସେଗୁଡ଼ିକ ସଂପର୍କରେ ଆପଣ ଜାଣିଛନ୍ତି କି? ସେଥିରୁ ଗୋଟିଏ ହେଲା ଠିଆ ହୋଇ ପାଣି ପିଇବା ଶରୀର ପାଇଁ କ୍ଷତିକାରକ। ଯଦି ଠିଆ ହୋଇ ଆପଣ ପାଣି ପିଉଛନ୍ତି ତା’ହେଲେ ଏହି ଅଭ୍ୟାସ ଶୀଘ୍ର ବଦଳାନ୍ତୁ। ନହେଲେ ଆପଣ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିବେ। ତାହାହେଲେ ଆସନ୍ତୁ ଜାଣିବା ଛିଡ଼ା ହୋଇ ପାଣି ପିଇଲେ କେଉଁ କେଉଁ ରୋଗ ହୋଇଥାଏ।

Advertisment

କିଡ୍‌ନୀ ରୋଗ

କିଡ୍‌ନୀର କାମ ହେଲା ପାଣିକୁ ଛାଣିବା। ଯଦି ଛିଡ଼ା ହୋଇ ପାଣି ପିଉଛନ୍ତି, ତାହାହେଲେ ପାଣି ଠିକ୍‌ ଭାବରେ ଛାଣି ହୋଇ ନ ଥାଏ।  ଫଳରେ ମୁତ୍ରାଶୟ ଓ ରକ୍ତରେ ମଇଳା ପଦାର୍ଥ ଜମି ଯାଏ। ଯଦି ଏଭଳି ସ୍ଥିତି ଦୀର୍ଘଦିନ ସମୟ ଧରି ଜାରି ରହେ ତା’ହେଲେ ମୁତ୍ରାଶୟ, ହୃତପିଣ୍ଡ ଓ କିଡ୍‌ନୀରେ ରୋଗ ଜନ୍ମ ହୁଏ।

ପେଟ ରୋଗ

ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଶରୀର ଭିତରକୁ ପାଣି ଶୀଘ୍ର ପ୍ରବେଶ କରିଥାଏ। ଫଳରେ ଶରୀରରେ ଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ। ବାରମ୍ବାର ଏପରି କରିବା ଦ୍ୱାରା ପାକସ୍ଥଳୀ ଖରାପ ହୋଇଯାଏ। ହୃତପିଣ୍ଡ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼େ।

Advertisment

ଆଣ୍ଠୁଗଣ୍ଠି ସମସ୍ୟା

ଛିଡ଼ା ହୋଇ ପାଣି ପିଇଲେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଇଥାଏ। ଠିଆ ହୋଇ ପାଣି ପିଇଲେ ଗଣ୍ଠି ସ୍ଥାନରେ ଥିବା ତରଳ ପଦାର୍ଥର ସନ୍ତୁଳନ ପ୍ରଭାବିତ ହୋଇଥାଏ। ଫଳରେ ଗଣ୍ଠିରେ ଦରଜ ହୋଇଥାଏ।