Advertisment

ସାବଧାନ ! କଞ୍ଚା ପରିବା ଖାଉଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ଉପକାରୀ ତଥା ଓଜନ କମ୍‌ କରିବା ପାଇଁ କଞ୍ଚା ପରିବା ଖାଇବା ବର୍ତ୍ତମାନ ସମୟରେ ଏକ ଟ୍ରେଣ୍ଡରେ ପରିଣତ ହୋଇଛି। କଞ୍ଚା ପରିବାରେ ଫାଇବର୍‌, ପୋଷକ ତତ୍ତ୍ୱ ଓ କ୍ୟାଲୋରୀର ମାତ୍ରା ଅଧିକ ଥିବାରୁ ଅଧିକାଂଶ ଲୋକେ ଏହାକୁ ଖାଇବା ପାଇଁ ପସନ୍ଦ ମଧ୍ୟ କରୁଛନ୍ତି। କିନ୍ତୁ ଆୟୁର୍ବେଦ ଅନୁସାରେ କଞ୍ଚା ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଆସନ୍ତୁ ଜାଣିବା ଏହା ପଛରେ କେଉଁସବୁ କାରଣ ରହିଛି। ଆୟୁର୍ବେଦ ଅନୁସାରେ କେବଳ […]

ସାବଧାନ ! କଞ୍ଚା ପରିବା ଖାଉଛନ୍ତି କି ?

veg1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ଉପକାରୀ ତଥା ଓଜନ କମ୍‌ କରିବା ପାଇଁ କଞ୍ଚା ପରିବା ଖାଇବା ବର୍ତ୍ତମାନ ସମୟରେ ଏକ ଟ୍ରେଣ୍ଡରେ ପରିଣତ ହୋଇଛି। କଞ୍ଚା ପରିବାରେ ଫାଇବର୍‌, ପୋଷକ ତତ୍ତ୍ୱ ଓ କ୍ୟାଲୋରୀର ମାତ୍ରା ଅଧିକ ଥିବାରୁ ଅଧିକାଂଶ ଲୋକେ ଏହାକୁ ଖାଇବା ପାଇଁ ପସନ୍ଦ ମଧ୍ୟ କରୁଛନ୍ତି। କିନ୍ତୁ ଆୟୁର୍ବେଦ ଅନୁସାରେ କଞ୍ଚା ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଆସନ୍ତୁ ଜାଣିବା ଏହା ପଛରେ କେଉଁସବୁ କାରଣ ରହିଛି।

Advertisment

ଆୟୁର୍ବେଦ ଅନୁସାରେ କେବଳ ଫଳ, ନଟସ୍‌ ଓ ସାଲାଡ୍‌ ହିଁ କଞ୍ଚା ଖାଇବା ଉଚିତ। ଏହା ବ୍ୟତୀତ ଅନ୍ୟସବୁ ଖାଦ୍ୟପଦାର୍ଥକୁ ଶିଝାଇ ଖାଇବା ଉଚିତ। କାହିଁକିନା ଖାଦ୍ୟକୁ ଶିଝାଇ ଖାଇଲେ ୨ ପ୍ରକାର ଲାଭ ମିଳିଥାଏ। ପ୍ରଥମତଃ ଗରମ ଖାଦ୍ୟ ଆପଣଙ୍କ ପାକସ୍ଥଳୀରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିଥାଏ। ଯାହାଦ୍ୱାରା ପାଚନକ୍ରିୟା ମଜବୁତ ହୋଇଥାଏ। ଦ୍ୱିତୀୟରେ ଶିଝିଥିବା ଖାଦ୍ୟ ପେଟରେ ସହଜରେ ହଜମ ହୋଇଯାଇଥାଏ। କେବଳ ଆୟୁର୍ବେଦ ନୁହେଁ, ବିଜ୍ଞାନରେ ମଧ୍ୟ ଏହି ତଥ୍ୟକୁ ସମର୍ଥନ କରାଯାଇଛି।

publive-image

ଏକ ଗବେଷଣାରୁ ଏହା ଜଣାପଡ଼ିଛି ଯେ ପାଣିରେ ଶିଝିଥିବା ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ରହିଥାଏ। କଞ୍ଚା ଖାଦ୍ୟ ଖାଇଲେ ପେଟରେ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ରହିଥାଏ।

Advertisment

ଏହାର ଅର୍ଥ ନୁହେଁ ଯେ ଆପଣ କଞ୍ଚା ପରିବା ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେବେ। କିନ୍ତୁ ଏହାକୁ ଖାଇବା ସମୟରେ ସତର୍କତା ଅବଲମ୍ୱନ କରନ୍ତୁ। ଯଦି ଆପଣ କଞ୍ଚା ମୁଗ ଓ ବୁଟ ଖାଉଛନ୍ତି, ତେବେ ବିଶେଷ କରି ଶୀତଦିନରେ ଏହାକୁ କଞ୍ଚା ଖାଇବା ପରିବର୍ତ୍ତେ ଅଳ୍ପ ଶିଝାଇ ଖାଆନ୍ତୁ। କାରଣ ଶୀତଦିନେ ଆମର ପାଚନତନ୍ତ୍ର ଦୁର୍ବଳ ରହିଥାଏ।

ସେହିପରି ବର୍ଷାଦିନେ ଭୁଲ୍‌ରେ ବି କଞ୍ଚା ଖାଦ୍ୟ ଖାଆନ୍ତୁ ନାହିଁ। ଏହି ସମୟରେ ବ୍ୟାକ୍ଟେରିଆ ଓ ଭାଇରାଲ୍‌ ଇନଫେକସନ୍‌ ଅଧିକ ହେଉଥିବାରୁ ଆପଣ ରୋଗରେ ପଡ଼ିବାର ଆଶଙ୍କା ରହିଥାଏ। ଏଥିପାଇଁ ପରିବାକୁ ଭଲ ଭାବରେ ଧୋଇ ଶିଝାଇ ଖାଆନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe