/odisha-reporter/media/post_attachments/uploads/2017/09/puja2.jpg)
ଘର ନିର୍ମାଣ କରିବା ବେଳେ ଆମେ ବା ସାଧାରଣତଃ ବାସ୍ତୁକୁ ଗୁରୁତ୍ୱ ଦିଆଯାଏ। ଶୋଇବା ଘର କେଉଁ ଦିଗରେ ରହିବ, ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିବ- ସବୁ ବାସ୍ତୁ ଅନୁସାରେ ନିର୍ଦ୍ଧାରିତ ହୁଏ। ଠାକୁର ଘରର ପବିତ୍ରତା ବଜାୟ ରଖିବା ପାଇଁ ଏଠାରେ ଯେମିତି କୌଣସି ବାସ୍ତୁ ଦୋଷ ନରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଏହା ଘରର କେଉଁ ସ୍ଥାନରେ ଓ କେଉଁ ଦିଗରେ ରହିବ ଏବଂ ଏହା ପାଖରେ କ’ଣ ରହିବା ଉଚିତ ନୁହେଁ ସେ ନେଇ ପରାମର୍ଶ ନିଆଯାଏ। ତେବେ କେବଳ ଏତିକି ଯଥେଷ୍ଟ ନୁହେଁ। ଠାକୁର ଘରେ କେଉଁ ମୂର୍ତ୍ତି ରଖିବା ଉଚିତ ଓ ଉଚିତ ନୁହେଁ ତାହା ବି ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ କହିବୁ ଠାକୁର ଘରେ କେଉଁ ମୂର୍ତ୍ତି ରଖିଲେ ଅଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି।
ଭୈରବ ଦେବ
ଭଗବାନ ଶିବଙ୍କ ଅବତାର କୁହାଯାଉଥିବା ଭୈରବ ଦେବତାଙ୍କ ମୂର୍ତ୍ତି ଘରେ ରଖନ୍ତୁ ନାହିଁ। ଭୈରବ ଦେବତା ତନ୍ତ୍ରମନ୍ତ୍ର ବିଦ୍ୟାର ଦେବତା ଅଟନ୍ତି। ତେଣୁ ତାଙ୍କ ଉପାସନା ଠାକୁର ଘରେ ନ କରି ବାହାରେ କରନ୍ତୁ।
ଆପଣ ଅନେକଥର ନଟରାଜ ମୂର୍ତ୍ତିକୁ ଦେଖିଥିବେ। ଏହା ଦେଖିବାକୁ ଖୁବ୍ ଆକର୍ଷଣୀୟ। କିନ୍ତୁ ଏହି ମୂର୍ତ୍ତିକୁ ଘରେ ରଖିବାର ଭୁଲ କରନ୍ତୁ ନାହିଁ। ଭଗବାନ ଶିବଙ୍କ ରୌଦ୍ର ରୂପ ଅବା କ୍ରୋଧିତ ଅବସ୍ଥା ହେଉଛି ନଟରାଜ। ତାଙ୍କ ମୂର୍ତ୍ତିକୁ ଘରେ ରଖିଲେ ଅଶାନ୍ତି ଲାଗି ରହେ।
ଶନି ଦେବତା
ସୂର୍ଯ୍ୟପୁତ୍ର ଶନି ଦେବତାଙ୍କ ମୂର୍ତ୍ତିକୁ ପୂଜା ଘରେ ରଖନ୍ତୁ ନାହିଁ। ଶନି ଦେବତାଙ୍କୁ ପୂଜା କରୁଥିଲେ ମନ୍ଦିରକୁ ଯାଆନ୍ତୁ। ତାଙ୍କ ମୂର୍ତ୍ତି ଘରକୁ ଆଣନ୍ତୁ ନାହିଁ।
ରାହୁ କେତୁ
ଶନି ଦେବତାଙ୍କ ଭଳି ରାହୁ-କେତୁଙ୍କ ମୂର୍ତ୍ତି ପୂଜା ଘରେ ରଖନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ତିନିଜଣ ହେଉଛନ୍ତି ପାପୀ ଗ୍ରହ। ଏମାନଙ୍କୁ ପୂଜା କଲେ ଜୀବନରୁ କଷ୍ଟ ଅନେକାଂଶରେ ଦୂର ହୋଇଥାଏ, କିନ୍ତୁ ଏମାନଙ୍କ ମୂର୍ତ୍ତି ଠାକୁର ଘରେ ରଖିଲେ ନକାରତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ ବୋଲି କୁହାଯାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2017/09/nataraj.jpg)
/odisha-reporter/media/post_attachments/wp-content/uploads/2017/09/shani.jpg)