Advertisment

ରାତି ଖାଇବା ସ୍କିପ୍‌ କରୁଛନ୍ତି କି ? ଭୋଗି ପାରନ୍ତି ଏହି ସମସ୍ୟା

ଫିଟ୍‌  ତଥା ସ୍ଲିମ୍‌ ରହିବା ଆଜିକାଲି ଯୁବପିଢିଙ୍କ ପାଇଁ ଫ୍ୟାଶନ୍‌ରେ ପରିରତ ହେଲାଣି। ସ୍ଲିମ୍‌ ରହିବା ନିମନ୍ତେ ସେମାନେ ଓଜନ ହ୍ରାସ କରିବାକୁ ପ୍ରାଥମିକତା ଦେଉଛନ୍ତି। ଏଥିନିମନ୍ତେ କିଏ ଜିମ୍‌ ଯିବା ସହ ପ୍ରତିଦିନ ଏକ୍ସରସାଇଜ୍‌ କରୁଛି ତ କିଏ କଡ଼ା ଡାଏଟ ପ୍ଲାନ୍‌ ଫଲୋ କରୁଛି। ହେଲେ ଆଜିକାଲି ଟ୍ରେଣ୍ଡରେ ପରିଣତ ହୋଇଛି ଇଣ୍ଟରମିଟେଣ୍ଟ ଫାଷ୍ଟିଂ। ଏହାଦ୍ୱାରା ଓଜନ କମ୍‌ ହେଉଥିବା ବହୁ ସେଲିବ୍ରିଟି ବି ଗଣମାଧ୍ୟମ ସମ୍ମୁଖରେ କହୁଛନ୍ତି । ଫଳରେ ଓଜନ ହ୍ରାସ […]

ରାତି ଖାଇବା ସ୍କିପ୍‌ କରୁଛନ୍ତି କି ? ଭୋଗି ପାରନ୍ତି ଏହି ସମସ୍ୟା

dinner

Advertisment

ଫିଟ୍‌  ତଥା ସ୍ଲିମ୍‌ ରହିବା ଆଜିକାଲି ଯୁବପିଢିଙ୍କ ପାଇଁ ଫ୍ୟାଶନ୍‌ରେ ପରିରତ ହେଲାଣି। ସ୍ଲିମ୍‌ ରହିବା ନିମନ୍ତେ ସେମାନେ ଓଜନ ହ୍ରାସ କରିବାକୁ ପ୍ରାଥମିକତା ଦେଉଛନ୍ତି। ଏଥିନିମନ୍ତେ କିଏ ଜିମ୍‌ ଯିବା ସହ ପ୍ରତିଦିନ ଏକ୍ସରସାଇଜ୍‌ କରୁଛି ତ କିଏ କଡ଼ା ଡାଏଟ ପ୍ଲାନ୍‌ ଫଲୋ କରୁଛି। ହେଲେ ଆଜିକାଲି ଟ୍ରେଣ୍ଡରେ ପରିଣତ ହୋଇଛି ଇଣ୍ଟରମିଟେଣ୍ଟ ଫାଷ୍ଟିଂ। ଏହାଦ୍ୱାରା ଓଜନ କମ୍‌ ହେଉଥିବା ବହୁ ସେଲିବ୍ରିଟି ବି ଗଣମାଧ୍ୟମ ସମ୍ମୁଖରେ କହୁଛନ୍ତି । ଫଳରେ ଓଜନ ହ୍ରାସ କରିବାକୁ ଆଜିକାଲି ଯୁବପିଢି ଏହି ଡାଏଟ ପ୍ଲାନ୍‌କୁ ଫଲୋ କରୁଛନ୍ତି।

Advertisment

ଏହି ଫାଷ୍ଟିଂ ଅନୁଯାୟୀ, ରାତି ଖାଇବାକୁ ସ୍କିପ୍‌ କରିବାକୁ ପଡ଼ିଥାଏ। ଅର୍ଥାତ ସନ୍ଧ୍ୟା ସୁଦ୍ଧା ଡିନର ସାରିବାକୁ ପଡ଼ିଥାଏ। ଏହାପରେ ତା’ ପରଦିନ ଆପଣ ନିଜ ଜଳଖିଆ କରିପାରିବେ। ହେଲେ ଏହା ମଧ୍ୟରେ ଅତିକମ୍‌ରେ ୧୨ ଘଣ୍ଟାରୁ ଅଧିକ ସମୟ ଅନ୍ତର ରହିବା ଉଚିତ। ଆଜିକାଲି ଅଧିକାଂଶ ଯୁବକଯୁବତୀ ଏହି ଡାଏଟ ପ୍ଲାନ୍‌ ଫଲୋ କରୁଥିବା ବେଳେ ଏଥିଯୋଗୁ କିନ୍ତୁ ସାଂଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ,  ଯଦି ଆପଣ ରାତି ଖାଇବା ଛାଡ଼ିବାକୁ ପ୍ଲାନ୍‌ କରିଛନ୍ତି, ତେବେ ହେଭି କ୍ୟାଲୋରି ଫୁଡକୁ ଛାଡ଼ିପାରନ୍ତି। ହେଲେ ଆପଣ ହାଲକାପୁଲକା ଓ କ୍ୟାଲୋରିଫ୍ରି ଖାଦ୍ୟ ଖାଇବା ଉଚିତ ।

Advertisment

ଫିଟ୍‌ ରହିବା ସହ ହେଲଦି ଓ ଏନର୍ଜେଟିକ ବି ରହିବା ଆବଶ୍ୟକ । ଏକ୍ସପର୍ଟଙ୍କ କହିବାନୁଯାୟୀ,  ଇଣ୍ଟରମିଟେଣ୍ଟ ଫାଷ୍ଟିଂରେ ରାତି ଖାଇବା ଓ ସକାଳ ଜଳଖିଆ ମଧ୍ୟରେ ବହୁତ ଗ୍ୟାପ୍‌ ରହିଯାଉଛି। ତେଣୁ ଏ ସମୟରେ ଡିନର ସ୍କିପ୍‌ କଲେ ଆପଣଙ୍କ ଏନର୍ଜୀ ଲେଭଲ କମିପାରେ।

ଓଜନ କମାଇବା ପାଇଁ ରାତିରେ ଖାଦ୍ୟ ଛାଡ଼ିବା ଅପେକ୍ଷା ହାଲକା ଖାଇବା ଭଲ । ନଚେତ ଆସ୍ତେ ଆସ୍ତେ ଆପଣଙ୍କ ଭୋକ ମରିଯିବ । ଖାଲି ପେଟରେ  ଶୋଇଲେ ଗ୍ୟାସ୍‌ ହେବାର ବି ଆଶଙ୍କା ଅଧିକ ରହିଛି। ଏହାଦ୍ୱାରା ଆପଣଙ୍କ ନିଦ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ଓ ଏହାର ପ୍ରଭାବ ଆପଣଙ୍କ ଶରୀରରେ ପଡ଼ିବ ।

ଓଜନ କମ କରିବାକୁ ଆପଣ  ଡାଏଟ ଫଲୋ କରୁଥିଲେ ମଧ୍ୟ ଏହି ସମୟରେ ଶରୀରକୁ ପୋଷଣ ଯୋଗାଇବା ଆବଶ୍ୟକ ହୋଇପଡ଼େ। ଏପରି ସମୟରେ ରାତି ଖାଇବା ସ୍କିପ୍‌ କଲେ ଶରୀରକୁ ଆବଶ୍ୟକ ମାତ୍ରାରେ ପୋଷଣ ମିଳିପାରେ ନାହିଁ। ଏହାଦ୍ୱାରା ଆପଣଙ୍କ ଇମ୍ୟୁନିଟି କମିପାରେ ଲାଗିବ ଓ ରୋଗ ମାଡ଼ି ବସିବାର ଆଶଙ୍କା ବଢ଼ିଯିବ ବୋଲି କହିଛନ୍ତି ବିଶେଷଜ୍ଞ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe