Advertisment

Health Tips: ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଆପଣ ବି ଏମିତି କରୁଥିବେ। ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ଗଛ ପାଇଁ ସାର ଭାବେ କାର୍ଯ୍ୟ କରିଥାଏ। ‘ମାଷ୍ଟର୍ସ ଗାର୍ଡେନର୍‌ ଅଫ୍‌ ହାମିଲଟନ୍‌’ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା ପରେ ଆପଣ ବଳକା ପାଣିକୁ ଥଣ୍ଡା ହେବା ପରେ ଚାରା ଗଛ ମୂଳରେ ଦେଇପାରିବେ। ଏଥିରେ ଏପରି […]

author-image
Puspanjali Panda
ଅଦ୍ୟତନ ହୋଇଛି
Health Tips: ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ?

anda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଆପଣ ବି ଏମିତି କରୁଥିବେ। ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ଗଛ ପାଇଁ ସାର ଭାବେ କାର୍ଯ୍ୟ କରିଥାଏ।

Advertisment

‘ମାଷ୍ଟର୍ସ ଗାର୍ଡେନର୍‌ ଅଫ୍‌ ହାମିଲଟନ୍‌’ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା ପରେ ଆପଣ ବଳକା ପାଣିକୁ ଥଣ୍ଡା ହେବା ପରେ ଚାରା ଗଛ ମୂଳରେ ଦେଇପାରିବେ। ଏଥିରେ ଏପରି ପୋଷକ ତତ୍ତ୍ୱ ରହିଛି, ଯାହା ଚାରା ଗଛ ପାଇଁ ସାର ଭାବରେ କାର୍ଯ୍ୟ କରିଥାଏ।

use boiled egg water in plants

ଅଣ୍ଡା ଖୋଳରେ କ୍ୟାଲସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌ ଓ ସୋଡିୟମ୍‌ ରହିଛି। ଅଣ୍ଡା ସିଝାଇବା ସମୟରେ ଏହିସବୁ ପୋଷକ ତତ୍ତ୍ୱ ପାଣିରେ ରହିଯାଏ। ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଚାରା ଗଛର ବିକାଶ ପାଇଁ ଏହିସବୁ ତତ୍ତ୍ୱର ଆବଶ୍ୟକତା ରହିଛି। ଯଦି ଆପଣ ଅଣ୍ଡା ସିଝାଇବା ପରେ ଏହାର ପାଣିକୁ ଚାରା ଗଛ ମୂଳରେ ଦେଉଛନ୍ତି, ତେବେ ଏହା ସାର ଭାବରେ କାମ କରିଥାଏ ଓ ଚାରା ଭଲ ଭାବେ ବଢ଼ିଥାଏ।

Advertisment

ଘର ଭିତରେ ରଖାଯାଉଥିବା ଗଛଗୁଡ଼ିକ ମୂଳରେ ଏହି ପାଣିକୁ ବ୍ୟବହାର କରିପାରିବେ। ସେହିପରି ବିଲାତି ବାଇଗଣ ଓ ଲଙ୍କା ଗଛର ବୃଦ୍ଧିରେ ମଧ୍ୟ ଏହି ପାଣି ବେଶ୍ ସହାୟକ ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

Odia Health Tips