Advertisment

ସୁଖସମୃଦ୍ଧି ଚାହୁଁଛନ୍ତି କି? ଆସନ୍ତାକାଲି କୁମାର ପୂର୍ଣ୍ଣିମାରେ ଆପଣାନ୍ତୁ ଚାରୋଟି ଉପାୟ

ଆଶ୍ୱିନ ମାସରେ ପଡୁଥିବା ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏ ବର୍ଷ  କୁମାର ପୂର୍ଣ୍ଣିମା ଅକ୍ଟୋବର ୫ ତାରିଖରେ ପଡ଼ୁଛି। ଅର୍ଥାତ୍ ଆସନ୍ତାକାଲି ହେଉଛି କୁମାର ପୂର୍ଣ୍ଣିମା। ଧର୍ମଶାସ୍ତ୍ର  ଅନୁସାରେ ଏହି ଦିନ ଚନ୍ଦ୍ରରୁ ଅମୃତ ବର୍ଷା ହୋଇଥାଏ। କୁହାଯାଏ ଏହି ଦିନ ମା’ ଲକ୍ଷ୍ମୀ ଧରାପୃଷ୍ଠରେ ବିଜେ କରନ୍ତି ଏବଂ ଭକ୍ତଙ୍କ ମନୋକାମନା ପୂରଣ କରନ୍ତି। ଏହି ଦିନ କିଛି ବିଶେଷ ଉପାୟ ପାଳନ କଲେ ମା’ ଲକ୍ଷ୍ମୀ ଭକ୍ତଙ୍କ ଉପରେ ସନ୍ତୁଷ୍ଟ […]

ଅଦ୍ୟତନ ହୋଇଛି
ସୁଖସମୃଦ୍ଧି ଚାହୁଁଛନ୍ତି କି? ଆସନ୍ତାକାଲି କୁମାର ପୂର୍ଣ୍ଣିମାରେ ଆପଣାନ୍ତୁ ଚାରୋଟି ଉପାୟ

laxmipuja

Advertisment

ଆଶ୍ୱିନ ମାସରେ ପଡୁଥିବା ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏ ବର୍ଷ  କୁମାର ପୂର୍ଣ୍ଣିମା ଅକ୍ଟୋବର ୫ ତାରିଖରେ ପଡ଼ୁଛି। ଅର୍ଥାତ୍ ଆସନ୍ତାକାଲି ହେଉଛି କୁମାର ପୂର୍ଣ୍ଣିମା। ଧର୍ମଶାସ୍ତ୍ର  ଅନୁସାରେ ଏହି ଦିନ ଚନ୍ଦ୍ରରୁ ଅମୃତ ବର୍ଷା ହୋଇଥାଏ। କୁହାଯାଏ ଏହି ଦିନ ମା’ ଲକ୍ଷ୍ମୀ ଧରାପୃଷ୍ଠରେ ବିଜେ କରନ୍ତି ଏବଂ ଭକ୍ତଙ୍କ ମନୋକାମନା ପୂରଣ କରନ୍ତି। ଏହି ଦିନ କିଛି ବିଶେଷ ଉପାୟ ପାଳନ କଲେ ମା’ ଲକ୍ଷ୍ମୀ ଭକ୍ତଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ଓ ଭାଗ୍ୟ ବଦଳାଇ ଦେଇଥାଆନ୍ତି। ଆସନ୍ତୁ ଜାଣିବା କିଛି ଉପାୟ ଯାହାକୁ କୁମାର ପୂର୍ଣ୍ଣିମାରେ ଆପଣେଇ  ଆପଣ ନିଜର ଭାଗ୍ୟ ବଦଳାଇପାରିବେ।

Advertisment

୧- ଧନ ପ୍ରାପ୍ତି ପାଇଁ କୁମାର ପୂର୍ଣ୍ଣିମା ଦିନ କୁମାରୀ କନ୍ୟାଙ୍କୁ କ୍ଷୀରରେ ପ୍ରସ୍ତୁତ ଖିରି ଖୁଆନ୍ତୁ। ଏହା ସହିତ ଅଳ୍ପ ଚାଉଳକୁ କ୍ଷୀରରେ ଧୋଇ ପାଣିରେ ଭସାଇ ଦିଅନ୍ତୁ।

୨- ଏହି ଦିନ ଅଳ୍ପ ଦହିକୁ ଘିଅ ସହ ମିଶାଇ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ଦାନ କରନ୍ତୁ। ଏପରି କଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ବୋଲି କୁହାଯାଏ।

Advertisment

୩- ଚାକିରିରେ ପ୍ରମୋସନ୍ ଚାହୁଁଥିଲେ ଏହି ଦିନ କ୍ଷୀର,ଚାଉଳ ଦାନ କରନ୍ତୁ। ଏପରି କଲେ  ଖୁବ୍‌ଶୀଘ୍ର ଚାକିରିରେ ପଦୋନ୍ନତି ହୋଇଥାଏ। ଏହା ସହ ଏହି ଦିନ କ୍ଷୀର,ଚାଉଳ ଦାନ କଲେ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ।

୪- ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଏହି ଦିନ ଲକ୍ଷ୍ମୀ ମନ୍ଦିରରେ କ୍ଷୀର ଓ ଗୁଡ଼ ଦାନ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe