Advertisment

ଘରୁ ମୂଷାଙ୍କୁ ତଡ଼ିବାର ଚାରୋଟି ଉପାୟ

ଘରର ପୋଷାକପତ୍ର, ବହି ଓ ପନିପରିବା ଆଦି ନଷ୍ଟ କରିବା କାମ ମୂଷାମାନେ ଖୁବଶୀଘ୍ର କରିଥାନ୍ତି। ଏଥିପାଇଁ ଘରେ ମୂଷା ରହିଲେ ଘର ମାଲିକଙ୍କର ଚିନ୍ତା ଆରମ୍ଭ ହୋଇଯାଏ। ମୂଷାଙ୍କୁ ଘରୁ ତଡ଼ିବା ପାଇଁ ଲୋକେ  ମୂଷାମରା ଔଷଧ ବ୍ୟବହାର କରିଥାନ୍ତି। ଏଥିରେ ମୂଷା ସିନା ମରେ, ସିଏ ବି ସମସ୍ୟା ସୃଷ୍ଟି କରିଥାଏ।  ଏହାକୁ ଖାଇ ମୂଷାମାନେ ବାହାରେ ମରିବା ବଦଳରେ ଘରେ ହିଁ ମରିଥାନ୍ତି । ଫଳରେ ଲୋକଙ୍କ ସମସ୍ୟା ଦୁଇଗୁଣ ବଢ଼ିଯାଏ। ତା’ହେଲେ […]

author-image
Rakesh Mallick
ଘରୁ ମୂଷାଙ୍କୁ ତଡ଼ିବାର ଚାରୋଟି ଉପାୟ

ଘରର ପୋଷାକପତ୍ର, ବହି ଓ ପନିପରିବା ଆଦି ନଷ୍ଟ କରିବା କାମ ମୂଷାମାନେ ଖୁବଶୀଘ୍ର କରିଥାନ୍ତି। ଏଥିପାଇଁ ଘରେ ମୂଷା ରହିଲେ ଘର ମାଲିକଙ୍କର ଚିନ୍ତା ଆରମ୍ଭ ହୋଇଯାଏ। ମୂଷାଙ୍କୁ ଘରୁ ତଡ଼ିବା ପାଇଁ ଲୋକେ  ମୂଷାମରା ଔଷଧ ବ୍ୟବହାର କରିଥାନ୍ତି। ଏଥିରେ ମୂଷା ସିନା ମରେ, ସିଏ ବି ସମସ୍ୟା ସୃଷ୍ଟି କରିଥାଏ।  ଏହାକୁ ଖାଇ ମୂଷାମାନେ ବାହାରେ ମରିବା ବଦଳରେ ଘରେ ହିଁ ମରିଥାନ୍ତି । ଫଳରେ ଲୋକଙ୍କ ସମସ୍ୟା ଦୁଇଗୁଣ ବଢ଼ିଯାଏ। ତା’ହେଲେ ଆସନ୍ତୁ ଜାଣିବା ଏମିତି କିଛି ଉପାୟ, ଯାହାକୁ ଆପଣେଇଲେ ମୂଷାମାନେ ଆଉ ଆପଣଙ୍କ ଘରର ମାଟି ମାଡ଼ିବେ ନାହିଁ।

Advertisment
  • ପୋଦିନାର ବାସ୍ନାକୁ ମୂଷାମାନେ ସହି ପାରନ୍ତି ନାହିଁ। ତେଣୁ ମୂଷା ଆସୁଥିବା ବାଟରେ ପୋଦିନା ପତ୍ର ରଖି ଦିଅନ୍ତୁ। ସେମାନେ ସହଜରେ ଘରେ ପ୍ରବେଶ କରିପାରିବେ ନାହିଁ। ଆସିଲେ ବି ଫେରିଯିବେ।
  • ପୋଦିନା ଭଳି ମଣିଷ ଚୁଟିର ବାସ୍ନାକୁ ମଧ୍ୟ ମୂଷା ପସନ୍ଦ କରନ୍ତି ନାହିଁ। ତଳେ ପଡିଥିବା ଚୁଟିକୁ ଯଦି ଖାଦ୍ୟ ଭାବି ଭୁଲ୍‌ରେ ମୂଷାମାନେ ଗିଳି ଦେଲେ, ତେବେ ଭାରି ଅସ୍ତବ୍ୟସ୍ତ ହୋଇଯାଆନ୍ତି। ତେଣୁ ଚୁଟି ମଧ୍ୟ ଏକ ଔଷଧ ପରି କାମ କରିଥାଏ। ମୂଷା ଚଳପ୍ରଚଳ କରୁଥିବା ବାଟରେ କିଛି ଛିଣ୍ଡା ଚୁଟି ପକେଇ ଦିଅନ୍ତୁ। ଫଳରେ ଭୟରେ ସେମାନେ ଆଉ ଆସିବେ ନାହିଁ।
  • ତେଜପତ୍ରର ବାସ୍ନା ମୂଷାଙ୍କୁ ପସନ୍ଦ ନୁହେଁ। ମୂଷା ଆସୁଥିବା ସ୍ଥାନରେ ଏହାକୁ ରଖି ଦିଅନ୍ତୁ। ଦେଖିବେ ସେମାନେ ଘରକୁ ଆସିବା ବନ୍ଦ କରି ଦେବେ।
  • ଶୁଖିଲା ଲଙ୍କା କିମ୍ବା ଲାଲ ରଙ୍ଗର ଲଙ୍କାକୁ ମୂଷାଙ୍କର ଭାରି ଡର। ଯେଉଁ ସ୍ଥାନରେ ମୂଷା ଉତ୍ପାତ କରନ୍ତି, ସେଠାରେ କିଛି ଲାଲ ରଙ୍ଗର ଲଙ୍କା ରଖି ଦିଅନ୍ତୁ। ଦେଖିବେ ଆଉ ସେମାନେ ଆସିବେ ନାହିଁ।