tt
ହସ୍ତରେଖା ଦେଖି ଭବିଷ୍ୟତବାଣୀ କୁହାଯାଏ। କାହିଁ କେଉଁ ଆବାହନ କାଳରୁ ହସ୍ତରେଖା ଉପରେ ବିଶ୍ୱାସ ରହି ଆସିଛି। ଆସନ୍ତୁ ଜାଣିବା ଏମିତି ଏକ ହସ୍ତରେଖା ସମ୍ପର୍କରେ ଯାହା ଆପଣଙ୍କ ଭବିଷ୍ୟତ କେଉଁ ଆଡ଼କୁ ଗତିକରିବ ତା’ର ସୂଚନା ଦେଇଥାଏ।
X ଆକୃତିର ଏକ ହସ୍ତରେଖା ଥାଏ। ଆସନ୍ତୁ ଜାଣିବା X ଆକୃତିର ରେଖା ଥିବା ବ୍ୟକ୍ତି କେମିତି ହୋଇଥାଆନ୍ତି।
ଗ୍ରୀସ୍ ଜଣେ ବିଦ୍ୱାନ ଅଙ୍କସଗୋରସଙ୍କ କହିବା ଅନୁଯାୟୀ, ଆଲେକଜାଣ୍ଡରଙ୍କ ଭଳି ବ୍ୟକ୍ତିଙ୍କ ହାତରେ X ଆକୃତିର ରେଖା ଥିଲା। ଆଲେକଜାଣ୍ଡରଙ୍କ ବ୍ୟତିତ ଏହି ରେଖା ଆହୁରି କିଛି ବିଶିଷ୍ଟ ଲୋକଙ୍କ ହାତରେ ଦେଖିବାକୁ ମିଳିଥାଏ। ଅନୁମାନ କରାଯାଏ ବିଶ୍ୱରେ ମାତ୍ର ୩ ପ୍ରତିଶତ ଲୋକଙ୍କ ହାତରେ ଏହି ରେଖା ରହିଛି।
ମସ୍କୋ ବିଶ୍ୱବିଦ୍ୟାଳୟର ଗବେଷକମାନେ X ଆକୃତିର ରେଖାର ଉତ୍ପତି ଓ ଏହାର ଭବିଷ୍ୟକୁ ନେଇ ଏକ ଗବେଷଣା କରିଥିଲେ। ଗବେଷକମାନେ ୨୦ ଲକ୍ଷ ମୃତ ଓ ଜୀବିତ ବ୍ୟକ୍ତିଙ୍କ ଉପରେ ଗବେଷଣା କରିଥିଲେ।
ଗବେଷଣାରୁ ଜଣାପଡ଼ିଥଲା ଯେ, ଯେଉଁ ବ୍ୟକ୍ତିର ହସ୍ତରେ X ଆକୃତିର ରେଖା ଥାଏ, ସେ ଜଣେ ବଡ଼ ନେତା ଓ ଲୋକପ୍ରିୟ ବ୍ୟକ୍ତି ହୋଇଥାନ୍ତି। ସେମାନଙ୍କୁ ବଡ଼ ବଡ଼ କାମରେ ମନେ ପକାଯାଇଥାଏ।
ଯେଉଁ ବ୍ୟକ୍ତିଙ୍କ ଦୁଇଟି ହସ୍ତରେ X ଆକୃତିର ରେଖା ରହିଥାଏ, ସେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥାନ୍ତି। ମୃତ୍ୟୁ ପରେ ବି ଲୋକେ ସେମାନଙ୍କୁ ମନେ ରଖିଥାନ୍ତି।
ଯେଉଁ ବ୍ୟକ୍ତିର ଗୋଟିଏ ହସ୍ତରେ X ଆକୃତିର ରେଖା ଥାଏ ସେମାନେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥାନ୍ତି। ସଫଳତା ସବୁବେଳେ ସେମାନଙ୍କ ପାଦ ସ୍ପର୍ଶ କରିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/05/tt-2.jpg)