Advertisment

ଲିପ୍‌ଷ୍ଟିକ୍‌ ଲଗାଇବା ପୂର୍ବରୁ ଏସବୁ କଥା ପ୍ରତି ନିହାତି ଦୃଷ୍ଟି ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ମହିଳାଙ୍କ ବ୍ୟାଗ୍‌ରେ ମେକ୍‌ଅପ୍‌ କିଟ୍‌ ଥାଉ କି ନଥାଉ, ଲିପ୍‌ଷ୍ଟିକ୍‌ ନିଶ୍ଚିତ ଥାଏ। ଲିପ୍‌ଷ୍ଟିକ୍‌ ଲଗାଇବା ଦ୍ୱାରା ଯୁବତୀ ହୁଅନ୍ତୁ କି ମହିଳା ସମସ୍ତେ ଅଧିକ ସୁନ୍ଦର ଦେଖା ଯାଆନ୍ତି। ସେଥିପାଇଁ ସେମାନେ ନିଜ ମେକ୍‌ଅପ୍‌ କିଟ୍‌ରେ ଲିପ୍‌ଷ୍ଟିକ୍‌କୁ ଅଧିକ ପ୍ରାଧାନ୍ୟ ଦେଇଥା’ନ୍ତି। ତେବେ ଏହାକୁ ଯଦି ଠିକ୍‌ ଭାବରେ ଓଠରେ ଲଗା ନଯାଏ, ତା’ହେଲେ ଏହା ସୌନ୍ଦର୍ଯ୍ୟକୁ ନଷ୍ଟ କରି ଦେଇଥାଏ। ତେଣୁ ଆସନ୍ତୁ ଜାଣିବା, ଲିପ୍‌ଷ୍ଟିକ୍‌ ଲଗାଇବା ସମୟରେ […]

ଅଦ୍ୟତନ ହୋଇଛି
ଲିପ୍‌ଷ୍ଟିକ୍‌ ଲଗାଇବା ପୂର୍ବରୁ ଏସବୁ କଥା ପ୍ରତି ନିହାତି ଦୃଷ୍ଟି ଦିଅନ୍ତୁ

woman1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ମହିଳାଙ୍କ ବ୍ୟାଗ୍‌ରେ ମେକ୍‌ଅପ୍‌ କିଟ୍‌ ଥାଉ କି ନଥାଉ, ଲିପ୍‌ଷ୍ଟିକ୍‌ ନିଶ୍ଚିତ ଥାଏ। ଲିପ୍‌ଷ୍ଟିକ୍‌ ଲଗାଇବା ଦ୍ୱାରା ଯୁବତୀ ହୁଅନ୍ତୁ କି ମହିଳା ସମସ୍ତେ ଅଧିକ ସୁନ୍ଦର ଦେଖା ଯାଆନ୍ତି। ସେଥିପାଇଁ ସେମାନେ ନିଜ ମେକ୍‌ଅପ୍‌ କିଟ୍‌ରେ ଲିପ୍‌ଷ୍ଟିକ୍‌କୁ ଅଧିକ ପ୍ରାଧାନ୍ୟ ଦେଇଥା’ନ୍ତି। ତେବେ ଏହାକୁ ଯଦି ଠିକ୍‌ ଭାବରେ ଓଠରେ ଲଗା ନଯାଏ, ତା’ହେଲେ ଏହା ସୌନ୍ଦର୍ଯ୍ୟକୁ ନଷ୍ଟ କରି ଦେଇଥାଏ। ତେଣୁ ଆସନ୍ତୁ ଜାଣିବା, ଲିପ୍‌ଷ୍ଟିକ୍‌ ଲଗାଇବା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।

Advertisment

୧. ଆପଣଙ୍କ ଓଠ ଫାଟିଛି କି? ଲିପ୍‌ଷ୍ଟିକ୍‌ ଲଗାଇବା ପୂର୍ବରୁ ପ୍ରଥମେ ଏକଥାଟି ପ୍ରତି ଧ୍ୟାନ ଦେବେ। କାରଣ ଫଟା ଓଠରେ ଲିପ୍‌ଷ୍ଟିକ୍‌ ଲଗାଇଲେ, ତାହା ଜମାରୁ ସୁନ୍ଦର ଦେଖାଯାଏ ନାହିଁ। ତେଣୁ ଓଠ ଫାଟିଥିଲେ ପ୍ରଥମେ ଏଥିରେ ଲିପ୍‌ବାମ୍‌ କିମ୍ବା ଗ୍ଲିସେରିନ୍‌ ଲଗାନ୍ତୁ। ତା’ପରେ ଲିପ୍‌ଷ୍ଟିକ୍ ଲଗାନ୍ତୁ।

୨.ଲିପ୍‌ଷ୍ଟିକ୍‌ ଲଗାଇବା ପୂର୍ବରୁ ଲିପ୍‍ ଲାଇନର୍‌ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ଓଠକୁ ଏକ ନିର୍ଦ୍ଦିଷ୍ଟ ଆକାର ମିଳିଥାଏ ଏବଂ ଏହା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।

Advertisment

lipstick1୩. ଆପଣଙ୍କ ମୁହଁକୁ ମ୍ୟାଚ୍‍ କରିବା ଭଳି ଲିପ୍‌ଷ୍ଟିକ୍‌ ବ୍ୟବହାର କରନ୍ତୁ। ଯେବେ ବି ଲିପ୍‌ଷ୍ଟିକ୍‌ ଲଗାଉଛନ୍ତି, ଦୁଇରୁ ତିନୋଟି କୋଟ୍‌ ଲଗାନ୍ତୁ।

୪.ଗୋଟିଏ କୋଟ୍ ଲିପ୍‌ଷ୍ଟିକ୍‌ ଲଗାଇବା ପରେ ଏହା ଉପରେ ସାମାନ୍ୟ ପାଉଡ଼ର ଲଗାଇ ଦିଅନ୍ତୁ। ତା’ପରେ ପୁଣି ଗୋଟିଏ କିମ୍ବା ଦୁଇଟି କୋଟ୍‌ ଲଗାନ୍ତୁ। ଏପରି କରିବା ଦ୍ୱାରା ଲିପ୍‌ଷ୍ଟିକ୍ ଅଧିକ ସମୟ ଧରି ଓଠରେ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe