Advertisment

ଓଜନ କମାଇବାକୁ ଚାହୁଁଛନ୍ତି, ପ୍ରଥମେ ଏଇ କଥା ପ୍ରତି ଗୁରୁତ୍ୱ ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଲୋକଙ୍କଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଉଛି। ତା’ମଧ୍ୟରୁ ଗୋଟିଏ ହେଉଛି ଓଜନ ବୃଦ୍ଧି। ପରିବର୍ତ୍ତିତ ଜୀବନଶୈଳୀରେ ଅନେକ ଲୋକ ଶାରୀରିକ ପରିଶ୍ରମ ଅବା ବ୍ୟାୟାମ ଆଦି କରୁ ନଥିବା ଯୋଗୁ ତଥା ଅଧିକ ମାତ୍ରାରେ ଜଙ୍କ୍ ଫୁଡ୍ ଖାଉଥିବା ଯୋଗୁ ଏଭଳି ସମସ୍ୟାରେ ପଡୁଥିବା ଦେଖିବାକୁ ମିଳୁଛି। ତେବେ ସେମାନେ ଏଥିପ୍ରତି ସଚେତନ ହେବା ପୂର୍ବରୁ ବହୁ ବିଳମ୍ବ ହୋଇଯାଇଥାଏ ଓ ଓଜନ ହ୍ରାସ […]

ଅଦ୍ୟତନ ହୋଇଛି
ଓଜନ କମାଇବାକୁ ଚାହୁଁଛନ୍ତି, ପ୍ରଥମେ ଏଇ କଥା ପ୍ରତି ଗୁରୁତ୍ୱ ଦିଅନ୍ତୁ

overweight1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଲୋକଙ୍କଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଉଛି। ତା’ମଧ୍ୟରୁ ଗୋଟିଏ ହେଉଛି ଓଜନ ବୃଦ୍ଧି। ପରିବର୍ତ୍ତିତ ଜୀବନଶୈଳୀରେ ଅନେକ ଲୋକ ଶାରୀରିକ ପରିଶ୍ରମ ଅବା ବ୍ୟାୟାମ ଆଦି କରୁ ନଥିବା ଯୋଗୁ ତଥା ଅଧିକ ମାତ୍ରାରେ ଜଙ୍କ୍ ଫୁଡ୍ ଖାଉଥିବା ଯୋଗୁ ଏଭଳି ସମସ୍ୟାରେ ପଡୁଥିବା ଦେଖିବାକୁ ମିଳୁଛି। ତେବେ ସେମାନେ ଏଥିପ୍ରତି ସଚେତନ ହେବା ପୂର୍ବରୁ ବହୁ ବିଳମ୍ବ ହୋଇଯାଇଥାଏ ଓ ଓଜନ ହ୍ରାସ କରିବାକୁ ଖୁବ୍ ପରିଶ୍ରମ କରିବାକୁ ପଡ଼େ। ଆପଣ ବି ଯଦି ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି, ତା’ହେଲେ ଗୋଟିଏ କଥା ପ୍ରତି ନିଶ୍ଚିତ ଗୁରୁତ୍ୱ ଦିଅନ୍ତୁ। ଓଜନ ହ୍ରାସ କରିବା ପାଇଁ ନିଜ ଡାଏଟ୍ ପ୍ରତି ଗୁରୁତ୍ୱ ଦେବା ଓ ବ୍ୟାୟାମ କରିବା ସହିତ ଚିନ୍ତାମୁକ୍ତ ରହିବାକୁ ନିଶ୍ଚିତ ଭାବେ ପ୍ରୟାସ କରନ୍ତୁ। କାରଣ ଆପଣ ଚିନ୍ତା ବା ମାନସିକ ଚାପରେ ରହିଲେ ଓଜନ କମିବା ବଦଳରେ ବଢ଼ିଥାଏ। ଏହାର ବିଭିନ୍ନ କାରଣ ରହିଛି।

Advertisment
  • ଚିନ୍ତା ବା ମାନସିକ ଚାପରେ ରହିଲେ ଲୋକେ ଅଧିକ ଖା’ନ୍ତି। ଏହା ପଛରେ ଶରୀରରେ ଥିବା କୋର୍‌ଟିସୋଲ୍ ନାମକ ଏକ ହର୍‌ମୋନ୍ କାମ କରିଥାଏ। ସାଧାରଣତଃ ଚିନ୍ତା ବା ମାନସିକ ଚାପ ବଢ଼ିଲେ ଆଡ୍ରେନାଲାଇନ୍‌ ସହିତ କୋର୍‌ଟିସୋଲ୍ ହର୍‌ମୋନ୍‌ର କ୍ଷରଣ ବଢ଼ିଯାଏ। ଆଡ୍ରେନାଲାଇନ୍‌ ଶରୀରକୁ କାର୍ଯ୍ୟକ୍ଷମ କରାଇଥାଏ ଓ ଖାଦ୍ୟ ଖାଇବାର ଇଚ୍ଛାକୁ ହ୍ରାସ କରାଇଥାଏ। କିନ୍ତୁ ଯେତେବେଳେ ଆଡ୍ରେନାଲାଇନ୍‌ର ପ୍ରଭାବ କମିଯାଏ ସେତେବେଳେ କୋର୍‌ଟିସୋଲ୍ ତା’ ସ୍ଥାନ ନେଇଥାଏ। ଆଉ ଏହା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର ଲାଳସାକୁ ବଢ଼ାଇଥାଏ। ତେଣୁ ଚାପଗ୍ରସ୍ତ ବା ଚିନ୍ତାରେ ଥିବା ଲୋକେ ଅଧିକ ଖା’ନ୍ତି ଓ ଏହା ଶରୀରର ପାଇଁ କ୍ଷତିକାରକ ହୋଇଥାଏ, ଅର୍ଥାତ୍ ଓଜନ ବୃଦ୍ଧି କରିଥାଏ।
  • ଚାପଗ୍ରସ୍ତ ରହିଲେ ଦିନ ବା ରାତିରେ ନିଦ ହୁଏନି। ଆଉ କମ୍ ଶୋଇଲେ ଶରୀର କ୍ଳାନ୍ତ ଅନୁଭବ କରେ। କମ୍ ନିଦ ହେବା ଯୋଗୁ ବ୍ୟାୟାମ କରିବା ମଧ୍ୟ ଅସମ୍ଭବ ହୋଇପଡ଼େ। ଅନ୍ୟପକ୍ଷରରେ ଖାଇବା ବଢ଼ିଯାଇଥାଏ। ତେଣୁ ଓଜନ କମିବା ବଦଳରେ ବଢ଼ିଯାଏ।
  • ୨୦୧୫ରେ ଓହିହୋ ଷ୍ଟେଟ୍‌ ୟୁନିଭରସିଟିରେ ହୋଇଥିବା ଏକ ଗବେଷଣା ଅନୁସାରେ ଚାପଗ୍ରସ୍ତ ହେଲେ ମହିଳାଙ୍କ ଶରୀରରେ ମେଟାବୋଲିଜିମ୍‌ର ମାତ୍ରା ହ୍ରାସ ପାଇଥାଏ। ଏପରିକି ଅତ୍ୟଧିକ ମାନସିକ ଚାପ ଯୋଗୁ ଇନ୍‌ସୁଲିନ୍‌ର ସ୍ତର ମଧ୍ୟ ବଢ଼ିଥାଏ ଓ ଏଥିଯୋଗୁ ପେଟରେ ଚର୍ବି ଜମିଥାଏ। ତେଣୁ ଆପଣ ଠିକ୍ ପରିମାଣରେ ଖାଉଥିଲେ ବି ଚାପଗ୍ରସ୍ତ ଯୋଗୁ ଓଜନ ବଢ଼ିପାରେ।

କିପରି ଚିନ୍ତାମୁକ୍ତ ହେବେ?
- ବ୍ୟାୟାମ କରନ୍ତୁ
- ଯୋଗ କରନ୍ତୁ
- ଶାରୀରିକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ
- ସକାଳୁ ଉଠି ସକାରାତ୍ମକ ଚିନ୍ତା କରନ୍ତୁ
- ବହି ପଢ଼ନ୍ତୁ
- ଧାର୍ମିକ ପୁସ୍ତକ ପଢ଼ନ୍ତୁ
- ଗୀତ ଶୁଣନ୍ତୁ
- ସାଙ୍ଗସାଥୀଙ୍କ ମେଳରେ ପ୍ରତିଦିନ କିଛି କିଛି ସମୟ ନିଶ୍ଚୟ ବିତାନ୍ତୁ

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe