Advertisment

ଅଧିକ ଦିନ ବଞ୍ଚିବାକୁ ଚାହୁଁଛନ୍ତି କି? ତା’ହେଲେ ଶାସ୍ତ୍ର କହୁଛି କରନ୍ତୁନି ଏସବୁ କାମ

ଶାସ୍ତ୍ରରେ କୁହାଯାଇଛି ଯେ ମନୁଷ୍ୟ ନିଜର କର୍ମ ଅନୁସାରେ ନିଜ ବୟସ ଓ ଭାଗ୍ୟରେ ଲେଖା ଯାଇଥିବା ଧନ ଏବଂ ସୁଖ ବଢ଼ାଇ ପାରିବ ଓ କମାଇ ମଧ୍ୟ ପାରିବ। ଇଶ୍ୱରଙ୍କ ନିୟମରେ ଏମିତି କିଛି ନାହିଁ ଯେ ଆପଣ ଜନ୍ମ ବେଳେ ଯେତିକି ପରମାୟୁ ନେଇକି ଆସିଥାଆନ୍ତି ଯେମିତି ବି କାମ କଲେ ସେତିକି ବର୍ଷ ଜିଇଁବେ। ଯଦି ଏମିତି ହେଉ ଥାଆନ୍ତା ତା’ହେଲେ କାହାରି ଅକାଳ ମୃତ୍ୟୁ ହୁଅନ୍ତା ନାହିଁ। ଅକାଳ ମୃତ୍ୟୁକୁ ଶାସ୍ତ୍ରରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅଧିକ ଦିନ ବଞ୍ଚିବାକୁ ଚାହୁଁଛନ୍ତି କି? ତା’ହେଲେ ଶାସ୍ତ୍ର କହୁଛି କରନ୍ତୁନି ଏସବୁ କାମ

sleping

ଶାସ୍ତ୍ରରେ କୁହାଯାଇଛି ଯେ ମନୁଷ୍ୟ ନିଜର କର୍ମ ଅନୁସାରେ ନିଜ ବୟସ ଓ ଭାଗ୍ୟରେ ଲେଖା ଯାଇଥିବା ଧନ ଏବଂ ସୁଖ ବଢ଼ାଇ ପାରିବ ଓ କମାଇ ମଧ୍ୟ ପାରିବ। ଇଶ୍ୱରଙ୍କ ନିୟମରେ ଏମିତି କିଛି ନାହିଁ ଯେ ଆପଣ ଜନ୍ମ ବେଳେ ଯେତିକି ପରମାୟୁ ନେଇକି ଆସିଥାଆନ୍ତି ଯେମିତି ବି କାମ କଲେ ସେତିକି ବର୍ଷ ଜିଇଁବେ। ଯଦି ଏମିତି ହେଉ ଥାଆନ୍ତା ତା’ହେଲେ କାହାରି ଅକାଳ ମୃତ୍ୟୁ ହୁଅନ୍ତା ନାହିଁ। ଅକାଳ ମୃତ୍ୟୁକୁ ଶାସ୍ତ୍ରରେ ଅସାମୟିକ ମୃତ୍ୟୁ ବୋଲି କୁହାଯାଏ।

Advertisment

ଆସନ୍ତୁ ଜାଣିବା କ’ଣ କଲେ ଆମ ପରମାୟୁ କମି ଯାଏ:

-ମହାଭାରତର ଅନୁଶାସନ ପର୍ବରେ କୁହାଯାଇଛି ଯଦି ଜଣେ ବ୍ୟକ୍ତି ଖାଉଥିବା ବେଳେ ଅଇଁଠା ପାଟିରେ ଉଠି ଅନ୍ୟ କୌଣସି କାମ କରିବାକୁ ଚାଲିଯାଏ ଓ ଫେରି ଆସି ପୁଣି ଭୋଜନ କରେ, ଯମରାଜ ତାଙ୍କ ଆୟୁ କମ୍ କରି ଦିଅନ୍ତି।

-ଯେଉଁ ବ୍ୟକ୍ତି ଭୋଜନ କରୁଥିବା ବେଳେ ପାଠ ପଢ଼ିନ୍ତି ତାଙ୍କ ଉପରେ ବି ଯମରାଜା ବିରକ୍ତ ହୁଅନ୍ତୁ ଓ ତାଙ୍କ ଆୟୁ କମ୍‌ କରି ଦିଅନ୍ତି।

Advertisment

-ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବେଳେ ଯେଉଁମାନେ ଶୁଅନ୍ତି ସେମାନେ ରୋଗରେ ପଡ଼ନ୍ତି। ଏଭଳି ବ୍ୟକ୍ତିଙ୍କ ଆୟୁ କମିଯାଏ। ଦେବୀ ଲକ୍ଷ୍ମୀ ମଧ୍ୟ ଏମାନଙ୍କ ଉପରେ କ୍ଷୁବ୍ଧ ହୁଅନ୍ତି। ଫଳରେ ଆୟୁ କମିବା ସହିତ ଆର୍ଥିକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୁଅନ୍ତି ଏହି ବ୍ୟକ୍ତିମାନେ।

- ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ପୁରୁଷ ଓ ସ୍ତ୍ରୀ ସମ୍ଭୋଗ କରିବା ଅନୁଚିତ। ଏପରି କଲେ ବୟସ କମି ଯାଏ। ଆହୁରି ମଧ୍ୟ ଏହି ସମୟରେ ସମ୍ଭୋଗ କଲେ ଜନ୍ମିତ ସନ୍ତାନ ପରିବାର ପାଇଁ କଳଙ୍କ ଓ ଅପବାଦ ଆଣି ଦେଇଥାଏ।

-ସୂର୍ଯ୍ୟାସ୍ତ ସମୟରେ ଭୋଜନ କରିବା ଅନୁଚିତ। ଏହି ସମୟରେ ଭୋଜନ କଲେ ଆୟୁ କମିଥାଏ। ସୂର୍ଯ୍ୟାସ୍ତ ପୂର୍ବରୁ ନ ହେଲେ ପରେ ଭୋଜନ କରିବା ଉଚିତ।