କୁକୁର ଦେଇଥାଏ ଶୁଭଅଶୁଭ ସଙ୍କେତ; ଜାଣନ୍ତୁ କେଉଁ ସଙ୍କେତ କି ସୂଚନା ଦେଇଥାଏ

ଆପଣ ଜାଣନ୍ତି କି କୁକୁର ମାନେ ଆମକୁ ଆଗକୁ ଘଟିବାକୁ ଥିବା ଘଟଣା ସଂପର୍କରେ ସଙ୍କେତ ଦେଇଥାଆନ୍ତି ? ସମସ୍ତେ ଅବଶ୍ୟ ଏକଥାକୁ ବିଶ୍ୱାସ କରିବେ ନାହିଁ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଆଗକୁ ଘଟିବାକୁ ଥିବା ଶୁଭ ଅଶୁଭ ଘଟଣା ସଂପର୍କରେ କୁକୁର ଓ ବିଲେଇମାନଙ୍କୁ ଆଗୁଆ ସଙ୍କେତ ମିଳିଥାଏ। ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି ଓ ବାଟରେ ଆପଣଙ୍କ ସହିତ  କିଛି ଅଘଟଣ ଘଟିବାର ଅଛି, ତା’ହେଲେ କୁକୁରଙ୍କୁ ଏସଂପର୍କରେ ପ୍ରଥମେ ସଙ୍କେତ ମିଳିଯାଏ। ସେମାନେ ଆପଣଙ୍କୁ ସଙ୍କେତ ମାଧ୍ୟମରେ ଏବିଷୟରେ ଜଣାଇବାକୁ ଚେଷ୍ଟା କରନ୍ତି।

– ରାସ୍ତାରେ ଯିବା ବେଳେ ଯଦି ଗୋଟିଏ କୁକୁର ପାଟିରେ ପଥର କିମ୍ୱା ହାଡ଼ ଧରି ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇଯାଏ, ତା’ହେଲେ ଜାଣନ୍ତୁ ଯାତ୍ରାରେ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ।

– ଯଦି କୌଣସି କୁକୁର ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କ ବାମ ପଟେ ଚାଲୁଥାଏ ତେବେ ତାଙ୍କୁ ସୁନ୍ଦରୀ ସ୍ତ୍ରୀ ଅବା ଧନଲାଭ ହୋଇପାରେ। କିନ୍ତୁ ଡାହାଣ ପଟରେ ଚାଲିଲେ ଚୋରି ଅବା ଅନ୍ୟ କୌଣସି ପ୍ରକାର କ୍ଷତି ହୋଇପାରେ।

– ବାଟରେ ଯିବା ବେଳେ ଯଦି ଆପଣ ଲାଞ୍ଜ କଟା ଅବା କାନ କଟା କୁକୁର  ଦେଖନ୍ତି ତା’ହେଲେ କାର୍ଯ୍ୟ ଅସଫଳ ହେବ।

–  କାହା ଘର ସମ୍ମୁଖରେ କୁକୁର ବାରମ୍ବାର କାନ୍ଥକୁ ନଖରେ ଖୋଳିବାକୁ ଚେଷ୍ଟା କରୁଥିଲେ ସେହି ଘରେ ନିଶ୍ଚିତ ଭାବେ ଚୋରି ହେବାର ସଙ୍କେତ ମିଳିଥାଏ ବୋଲି କୁହାଯାଏ।