Advertisment

ନକାରାତ୍ମକ ଶକ୍ତି ଦୂର କରିଥାନ୍ତି ପଶୁପକ୍ଷୀ: ଜାଣନ୍ତୁ କ’ଣ ରହିଛି ଉପାୟ

ଘରେ ପଶୁପକ୍ଷୀ ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଇଥାନ୍ତି। ଏହି ପଶୁପକ୍ଷୀ ଆମ ଦୈନନ୍ଦିନ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାନ୍ତି। କୁହାଯାଏ ଏମାନେ କୌଣସି ଅଘଟଣର ପୂର୍ବ ସୂଚନା ପାଇଯାଇଥାନ୍ତି। ପଶୁପକ୍ଷୀଙ୍କ ନିକଟରେ ନକାରାତ୍ମକ ଶକ୍ତିକୁ ଚିହ୍ନି ଏହାକୁ ନଷ୍ଟ କରିବାର କ୍ଷମତା ଥାଏ। ଆସନ୍ତୁ ଜାଣିବା ଏପରି କିଛି ପ୍ରାଣୀଙ୍କ ସମ୍ପର୍କରେ ଯାହା ଆମ ପାଇଁ ଶୁଭ ହୋଇଥାନ୍ତି।ଗାଈ: ହିନ୍ଦୁ ଧର୍ମରେ ଗାଈକୁ ମାତାର ସ୍ଥାନ ଦିଆଯାଇଛି। ପ୍ରାୟ ସମସ୍ତଙ୍କ ଘରେ ଗାଈ ଦେଖିବାକୁ […]

ଅଦ୍ୟତନ ହୋଇଛି
ନକାରାତ୍ମକ ଶକ୍ତି ଦୂର କରିଥାନ୍ତି ପଶୁପକ୍ଷୀ: ଜାଣନ୍ତୁ କ’ଣ ରହିଛି ଉପାୟ
Advertisment

ଘରେ ପଶୁପକ୍ଷୀ ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଇଥାନ୍ତି। ଏହି ପଶୁପକ୍ଷୀ ଆମ ଦୈନନ୍ଦିନ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାନ୍ତି। କୁହାଯାଏ ଏମାନେ କୌଣସି ଅଘଟଣର ପୂର୍ବ ସୂଚନା ପାଇଯାଇଥାନ୍ତି। ପଶୁପକ୍ଷୀଙ୍କ ନିକଟରେ ନକାରାତ୍ମକ ଶକ୍ତିକୁ ଚିହ୍ନି ଏହାକୁ ନଷ୍ଟ କରିବାର କ୍ଷମତା ଥାଏ। ଆସନ୍ତୁ ଜାଣିବା ଏପରି କିଛି ପ୍ରାଣୀଙ୍କ ସମ୍ପର୍କରେ ଯାହା ଆମ ପାଇଁ ଶୁଭ ହୋଇଥାନ୍ତି।cowଗାଈ: ହିନ୍ଦୁ ଧର୍ମରେ ଗାଈକୁ ମାତାର ସ୍ଥାନ ଦିଆଯାଇଛି। ପ୍ରାୟ ସମସ୍ତଙ୍କ ଘରେ ଗାଈ ଦେଖିବାକୁ ମିଳିଥାଏ। ଗାଈର ସମ୍ପର୍କ ଶୁକ୍ର ଗ୍ରହ ସହ ରହିଛି। ତେଣୁ ଶୁକ୍ର ଗ୍ରହର ଅନିଷ୍ଟକାରୀ ପ୍ରଭାବରୁ ବଞ୍ଚିବା ପାଇଁ ଗାଈ ଦାନ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଜମିରେ ବାସ୍ତୁ ଦୋଷ ଥାଏ, ସେଠାରେ ୧୫ ଦିନ ଗାଈ ବାନ୍ଧି ରଖିଲେ ଏହା କଟିଯାଇଥାଏ।

Advertisment

angelfishମାଛ: ବହୁତ ଲୋକ ଆକ୍ୱାରିୟମ୍‌ରେ ମାଛ ରଖିବାକୁ ଭଲ ପାଇଥାନ୍ତି। ବାସ୍ତୁ ଦୃଷ୍ଟିରୁ ମାଛ ରଖିବା ଭଲ। ଘରେ ମାଛ ରଖି ସେମାନଙ୍କୁ ଅଟା ଗୋଳା ଖାଇବାକୁ ଦେଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏପରି କଲେ ଘରେ ସୁଖ ସମୃଦ୍ଧି ଆସିଥାଏ। ଯଦି ଆକ୍ୱାରିୟମ୍‌ ରଖିଛନ୍ତି ତେବେ ସେଥିରେ ୮ଟି ରଙ୍ଗିନ ଓ ଗୋଟିଏ କଳା ମାଛ ରଖନ୍ତୁ, ଅଶୁଭ ସମୟ ଟଳିଯିବ।

horseଘୋଡ଼ା: ଘୋଡ଼ାକୁ ଉନ୍ନତିର ପ୍ରତୀକ ମନା ଯାଇଥାଏ। ଘରେ ଘୋଡ଼ା ପାଳିବା ଶୁଭ ବୋଲି କୁହାଯାଇଥାଏ। ହେଲେ ଆଜିର ଦିନରେ ଘରେ ଘୋଡ଼ା ରଖିବା ସମ୍ଭବ ନୁହେଁ। ତେଣୁ କଳା ଘୋଡ଼ାର ନାଲ ଘରର ମୁଖ୍ୟ ଦ୍ୱାରରେ ଲଗେଇଲେ ଶୁଭ ଫଳ ମିଳିଥାଏ।

Advertisment

kag tiharକୁଆ: କୁଆଙ୍କୁ ଖାଇବାକୁ ଦେଲେ ପିତୃପୁରୁଷଙ୍କ ଶାନ୍ତି ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। କୁଆ ହେଉଛି ଶନିଙ୍କ ବାହନ। ଏଥିପାଇଁ ଶନି କୋପରୁ ରକ୍ଷା ପାଇବାକୁ ପ୍ରତିଦିନ କୁଆଙ୍କୁ ରୁଟି ଖାଇବାକୁ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe