Advertisment

ରାସ୍ତାରେ ପଡିଥିବା ଲେମ୍ବୁ-ଲଙ୍କାର ମାଳରେ ପାଦ ରଖନ୍ତୁ ନାହିଁ, ସମସ୍ୟାରେ ପଡିଯିବେ

ତନ୍ତ୍ରଶାସ୍ତ୍ରରେ ଗୁଣିଗାରେଡିର ବିଶେଷ ମହତ୍ୱ ରହିଛି। ଭଲ କାର୍ଯ୍ୟ ପାଇଁ ଏହାର ପ୍ରୟୋଗ କରାଯାଇଥାଏ। ହେଲେ କିଛି ଖଳ ପ୍ରକୃତିର ଲୋକେ ଏହାକୁ ଅନ୍ୟକୁ ସମସ୍ୟାରେ ପକାଇବାକୁ ବ୍ୟବହାର କରିଥାନ୍ତି। ଗୁଣିଗାରେଡିରେ ବିଭିନ୍ନ ପ୍ରକାର ଦ୍ରବ୍ୟର ବ୍ୟବହାର ହୋଇଥାଏ। ଯେପରି ଲବଙ୍ଗ, ଗୁଜୁରାତି, ଲୁଣ, ଲଙ୍କା ଓ ଲେମ୍ବୁ। ଏଥିମଧ୍ୟରୁ ଲଙ୍କା ଓ ଲେମ୍ବୁର ପ୍ରୟୋଗ ଅଧିକ ହୋଇଥାଏ। କାରଣ ଲଙ୍କା ରାଗ ହୋଇଥିବା ବେଳେ ଲେମ୍ବୁ ଖଟା। ଏହି ଦୁଇଟି ଗୁଣର ପ୍ରୟୋଗରେ କୌଣସି ବ୍ୟକ୍ତିର […]

ଅଦ୍ୟତନ ହୋଇଛି
ରାସ୍ତାରେ ପଡିଥିବା ଲେମ୍ବୁ-ଲଙ୍କାର ମାଳରେ ପାଦ ରଖନ୍ତୁ ନାହିଁ, ସମସ୍ୟାରେ ପଡିଯିବେ
Advertisment

ତନ୍ତ୍ରଶାସ୍ତ୍ରରେ ଗୁଣିଗାରେଡିର ବିଶେଷ ମହତ୍ୱ ରହିଛି। ଭଲ କାର୍ଯ୍ୟ ପାଇଁ ଏହାର ପ୍ରୟୋଗ କରାଯାଇଥାଏ। ହେଲେ କିଛି ଖଳ ପ୍ରକୃତିର ଲୋକେ ଏହାକୁ ଅନ୍ୟକୁ ସମସ୍ୟାରେ ପକାଇବାକୁ ବ୍ୟବହାର କରିଥାନ୍ତି। ଗୁଣିଗାରେଡିରେ ବିଭିନ୍ନ ପ୍ରକାର ଦ୍ରବ୍ୟର ବ୍ୟବହାର ହୋଇଥାଏ। ଯେପରି ଲବଙ୍ଗ, ଗୁଜୁରାତି, ଲୁଣ, ଲଙ୍କା ଓ ଲେମ୍ବୁ। ଏଥିମଧ୍ୟରୁ ଲଙ୍କା ଓ ଲେମ୍ବୁର ପ୍ରୟୋଗ ଅଧିକ ହୋଇଥାଏ। କାରଣ ଲଙ୍କା ରାଗ ହୋଇଥିବା ବେଳେ ଲେମ୍ବୁ ଖଟା। ଏହି ଦୁଇଟି ଗୁଣର ପ୍ରୟୋଗରେ କୌଣସି ବ୍ୟକ୍ତିର ଧ୍ୟାନ ଓ ଏକଗ୍ରତାକୁ ଭଙ୍ଗ କରିବାର କ୍ଷମତା ରହିଛି। ଅଧିକାଂଶ ଲୋକେ ନିଜ ଘରେ ଓ ଦୋକାନ ବାହାରେ ଲେମ୍ବୁ-ଲଙ୍କା ଏକ ସୁତାରେ ଟଙ୍ଗିଥାନ୍ତି। ଏହା ନକରାତ୍ମକ ଶକ୍ତିଙ୍କ ପ୍ରଭାବ ପଡି ନଥାଏ। ଏହି ଲେମ୍ବୁ-ଲଙ୍କାର ମାଳକୁ କିଛିଦିନ ଟାଙ୍ଗିବା ପରେ ବାହାରକୁ ଫିଙ୍ଗି ଦେଇଥାନ୍ତି। ବାହାରେ ପଡିଥିବା ଏହି ଲେମ୍ବୁ-ଲଙ୍କା ମାଳ ପରେ ପାଦ ପଡିଲେ କ’ଣ ହୋଇଥାଏ ଆସନ୍ତୁ ଜାଣିବା।

Advertisment

ଲେମ୍ବୁ ଓ ଲଙ୍କାର ମାଳ ଖରାପ ଦୃଷ୍ଟିରୁ ଦୋକାନ ଏବଂ ଘର ଉପରେ ପଡିବାକୁ ଦେଇ ନଥାଏ। ସବୁ ନକରାତ୍ମକ ଶକ୍ତିକୁ ଗ୍ରହଣ କରିନେଇଥାଏ। ବ୍ୟବହାରକାରୀ ଏହାକୁ ରାସ୍ତାରେ ଫିଙ୍ଗି ଦେବା ପରେ ତା’ ଘର ଓ ଦୋକାନ ନକରାତ୍ମକ ଶକ୍ତିରୁ ରକ୍ଷା ପାଇଯାଇଥାଏ। ହେଲେ ରାସ୍ତାରେ ପଡିଥିବା ଏହି ମାଳ ପରେ ଆପଣଙ୍କ ଗୋଡ଼ ପଡିଗଲେ ନକରାତ୍ମକ ଶକ୍ତି ଆପଣଙ୍କ ଜୀବନକୁ ଆସିଯାଇଥାନ୍ତି। ଫଳରେ ଆପଣଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ରାସ୍ତାରେ ଯିବା ବେଳେ ଯଦି ଲେମ୍ବୁ ଓ ଲଙ୍କା ମାଳ ଉପରେ ନଜର ପଡିବ ଏହା ପରେ ପାଦ ଦେଇ ଯାଆନ୍ତୁ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe