ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସୁସ୍ଥ ରହିବା ପାଇଁ ସୁସ୍ଥ ଜୀବନଶୈଳୀ ଓ ସୁସ୍ଥ ଆହାର ନିହାତି ଜରୁରୀ। କିନ୍ତୁ ଆଜିକାଲି ଲୋକମାନେ ତେଲ ମସଲା ଯୁକ୍ତ ଖାଦ୍ୟ ଓ ଜଙ୍କ୍ ଫୁଡ୍ ଅଧିକ ସେବନ କରୁଛନ୍ତି। ବହୁତ ଲୋକ ଖାଇବାରେ ବ୍ରେଡ୍ ବି ସେବନ କରନ୍ତି। ଖାସ୍ କରି ସେହିମାନେ ଯେଉଁମାନେ ସହରୀ ଜୀବନଶୈଳୀରେ ଚଳି ଆସୁଛନ୍ତି।
ଅନେକ ବ୍ରେଡ୍କୁ ସେକି ଖାଇବାକୁ ପସନ୍ଦ କରନ୍ତି। ଆଉ ବ୍ରେଡ୍ ସେକୁ ସେକୁ ପୋଡ଼ି ମଧ୍ୟ ଯାଏ। ଜଲ୍ଦି ଦଲ୍ଦିରେ ଆମେ ପୋଡ଼ା ହୁଆ ବ୍ରେଡ୍ ମଧ୍ୟ ଖାଇଦେଉ। କିନ୍ତୁ ଅନେକ ଜାଣି ନ ଥିବେ ବ୍ରେଡ୍ର ଜଳିଯାଇଥିବା ଅଂଶ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ। ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଜଳି ଯାଇଥିବା ବ୍ରେଡ୍ ଖାଇବା ସ୍ୱାସ୍ଥ୍ୟ ପାଇଁ କାହିଁକି ଖରାପ୍।
ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ଯେଉଁ ଖାଦ୍ୟ ପଦାର୍ଥକୁ ଉଚ୍ଚ ତାପମାତ୍ରାରେ ରୋଷେଇ କରାଯାଏ ସେଥିରେ ‘ଏକ୍ସିଲାମାଇଡ’ ନାମକ ଏକ ଯୌଗିକ ମିଳିଥାଏ। ଯାହା କର୍କଟ ରୋଗର କାରଣ ହୋଇଥାଏ।
ଏକ୍ସିଲାମାଇଡ୍ କ’ଣ: ଏହା ଏକ କେମିକାଲ ଯାହାକୁ ଅନେକ ସମୟର କାଗଜ ଓ ପ୍ଲାଷ୍ଟିକ ତିଆରି କରିବାରେ ବ୍ୟବହାର କରାଯାଇଥାଏ। ଏଥିରୁ କିଛି ଅଂଶ ଖାଦ୍ୟ ପଦାର୍ଥରେ ମଧ୍ୟ ପ୍ରୟୋଗ କରାଯାଇଥାଏ। ଏକ ଅଧ୍ୟୟନ ଅନୁଯାୟୀ ଯେତେବେଳେ କିଛି ଖାଦ୍ୟ ପଦାର୍ଥକୁ ବହୁତ ଉଚ୍ଚ ତାପମାନରେ ଗରମ କରାଯାଏ ସେ ସମୟରେ ରାସାୟନିକ ପ୍ରତିକ୍ରିୟାର ପରିଣାମ ସ୍ୱରୂପ ଏକ୍ସିଲମାଇଟ୍ର ଗଠନ ହୋଇଥାଏ।
କେମିତି ହୋଇଥାଏ: ଜଳି ଯାଇଥିବା ଭୋଜନ ରସାୟନରେ ପ୍ରବେଶ ହୋଇପାରେ ଯାହା ଆଗକୁ ଜୀବିତ କୋଷିକାଗୁଡ଼ିକରେ ପରିବର୍ତ୍ତନ ଆଣିଥାଏ। ଆଉ କର୍କଟ ରୋଗର କାରଣ ହୋଇଥାଏ। ବିଶେଷଜ୍ଞଙ୍କ ତଥ୍ୟାନୁଯାୟୀ ଏକ୍ସିଲାମାଇଡ୍ ଶରୀରରେ ନ୍ୟୁରୋ ଟକ୍ସିନ୍ ରୂପରେ ବି କାର୍ଯ୍ୟ କରିଥାଏ।
ନିରାକରଣ: ଆପଣ ବ୍ରେଡ୍କୁ ଅଳ୍ପ ଆଞ୍ଚ ଦେଇ ସେକି ଖାଇଲେ କୌଣସି ଅସୁବିଧା ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।