/odisha-reporter/media/post_attachments/uploads/2018/09/eat...jpg)
eat..
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଖାଇବା ପରେ ତୁରନ୍ତ ପାଣି ପିଇବା କିଛି ଲୋକଙ୍କ ଅଭ୍ୟାସ। କେହି କେହି ଖାଇବା ମଝିରେ ମଧ୍ୟ ଦୁଇ ତିନି ଥର ପାଣି ପିଇ ଦିଅନ୍ତି ।
Advertisment
ଜାଣିଛନ୍ତି, ଏହି ଅଭ୍ୟାସ ଆମ ଶରୀର ପାଇଁ କ୍ଷତିକାରକ। ଖାଇବା ମଝିରେ ପାଣି ପିଇବା ଦ୍ୱାରା ଏହା ଆମ ପେଟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ୍ ହୋଇଯାଇଥାଏ।
ଶରୀର ପ୍ରତି ଏହାର କୁ ପ୍ରଭାବ
- ଖାଇବା ମଝିରେ ପାଣି ପିଇଲେ ଶରୀରରେ ଇନ୍ସୁଲିନ୍ର ସ୍ତର ବଢ଼ିଥାଏ। ଏହାଦ୍ୱାରା ଆମର ପାଚନତନ୍ତ୍ର ପ୍ରତିକୂଳ ଭାବେ ପ୍ରଭାବିତ ହୋଇଥାଏ। ରକ୍ତରେ ଗ୍ଲୁକୋଜର ମାତ୍ରା ମଧ୍ୟ ବଢ଼ିଯାଇଥାଏ।
- ଖାଇବା ମଝିରେ ପାଣି ପିଇବା ମୋଟାପଣର କାରଣ। ଏମିତି କରୁଥିଲେ ପାଚନତନ୍ତ୍ର ଦୁର୍ବଳ ହେବ ।
- ଖାଇବା ମଝିରେ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହୋଇ ନ ଥାଏ। ପେଟ ଭିତରେ ଖାଦ୍ୟ ଅଧିକ ସମୟ ରହିବା ଦ୍ୱାରା ଗ୍ୟାସ୍ ହୋଇଥାଏ। ପେଟ ଓ ଛାତିରେ ଜଳାପୋଡ଼ା ହୁଏ। ଏହାସହ ବିଭିନ୍ନ ରୋଗ ମାଡ଼ିଆସେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
