Advertisment

ଭାଇରାଲ୍ ଖବର ମିଛ; ଅଣ୍ଡା ପରେ କଦଳୀ ଖାଇଲେ ହୁଏନି ମୃତ୍ୟୁ

ଏବେ ସୋସିଆଲ୍ ମିଡିଆରେ ଏକ ମେସେଜ୍ ଭାଇରାଲ୍ ହୋଇଛି। ଏଥିରେ କୁହାଯାଇଛି ଜଣେ ବ୍ୟକ୍ତି ଅଣ୍ଡା ପରେ କଦଳୀ ଖାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଗଲା। ମେସେଜ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଣ୍ଡା ଓ କଦଳୀ ଏକା ସଙ୍ଗେ ଖାଇଲେ ମୃତ୍ୟୁ ଘଟିବ। କ’ଣ ସତରେ ଅଣ୍ଡା ଓ କଦଳୀ ଏକତ୍ର ଖାଇଲେ ଜଣଙ୍କର ମୃତ୍ୟୁ ହୋଇଯିବ? ଆପଣ ବି ଏମିତି କିଛି ମେସେଜ୍ ପାଇଁ ଡରି ଯାଇଛନ୍ତି କି? ଆଦୌ ଡରନ୍ତୁ ନି। ଡାକ୍ତରମାନେ […]

author-image
Rakesh Mallick
ଭାଇରାଲ୍ ଖବର ମିଛ; ଅଣ୍ଡା ପରେ କଦଳୀ ଖାଇଲେ ହୁଏନି ମୃତ୍ୟୁ

banana

ଏବେ ସୋସିଆଲ୍ ମିଡିଆରେ ଏକ ମେସେଜ୍ ଭାଇରାଲ୍ ହୋଇଛି। ଏଥିରେ କୁହାଯାଇଛି ଜଣେ ବ୍ୟକ୍ତି ଅଣ୍ଡା ପରେ କଦଳୀ ଖାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଗଲା। ମେସେଜ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଣ୍ଡା ଓ କଦଳୀ ଏକା ସଙ୍ଗେ ଖାଇଲେ ମୃତ୍ୟୁ ଘଟିବ।

Advertisment

କ’ଣ ସତରେ ଅଣ୍ଡା ଓ କଦଳୀ ଏକତ୍ର ଖାଇଲେ ଜଣଙ୍କର ମୃତ୍ୟୁ ହୋଇଯିବ? ଆପଣ ବି ଏମିତି କିଛି ମେସେଜ୍ ପାଇଁ ଡରି ଯାଇଛନ୍ତି କି? ଆଦୌ ଡରନ୍ତୁ ନି। ଡାକ୍ତରମାନେ ଏଭଳି ଖବରକୁ ଭ୍ରମାତ୍ମକ ବୋଲି କହିଛନ୍ତି।

ଡାକ୍ତରମାନଙ୍କ କହିବା ଅନୁଯାୟୀ, ଉଭୟ ଅଣ୍ଡା ଓ କଦଳୀ ସୁଷମ ଖାଦ୍ୟ ଏବଂ ଏ ଦୁଇଟିକୁ ଏକତ୍ର ଖିଆଯାଇ ପାରିବ। ଏଗୁଡ଼ିକୁ ଏକତ୍ର ଖାଇଲେ କେହି ମରନ୍ତି ନାହିଁ। ସୋସିଆଲ୍ ମିଡିଆରେ ପ୍ରସାରିତ ଖବର ଭୁଲ୍। ରୋଗୀମାନଙ୍କୁ ଅଣ୍ଡା ଓ କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ।

Advertisment

ଜଣେ ଆୟୁର୍ବେଦିକ ଡାକ୍ତର କହିଛନ୍ତି, ଆୟୁର୍ବେଦ ମୁତାବକ କଦଳୀ ଓ ଅଣ୍ଡା ପରସ୍ପର ବିରୁଦ୍ଧାଚରଣ କରୁଥିବା ଖାଦ୍ୟ। ଏ ଦୁଇଟିକୁ ଏକତ୍ର ଖାଇଲେ କଫ ଜନିତ ସମସ୍ୟା ହୋଇପାରେ, କିନ୍ତୁ କାହାରି ମୃତ୍ୟୁ ହେବ ନାହିଁ। ଚିକିତ୍ସା ଶାସ୍ତ୍ରରେ ଏମିତି କିଛି ଉଲ୍ଲେଖ ନାହିଁ। ବଡି ବିଲ୍ଡରମାନେ ତ ପ୍ରତିଦିନ ଅଣ୍ଡା ଓ କଦଳୀ ଖାଉଛନ୍ତି।