/odisha-reporter/media/post_attachments/uploads/2019/07/51-3.jpg)
51
ଆବଶ୍ୟକ ସାମଗ୍ରୀ
ବୋନ୍ ଲେସ୍ ଚିକେନ୍, କ୍ୟାପ୍ସିକମ୍, ଗୋଲ ମରିଚ ଗୁଣ୍ଡ, ଲୁଣ, ସୋୟା ସସ୍, ଅଣ୍ଡା, କର୍ଣ୍ଣଫ୍ଲୋର୍, ତେଲ, ରସୁଣ, କାଜୁ, ଶୁଖିଲା ଲଙ୍କା, ପିଆଜ, କ୍ୟାପ୍ସିକମ୍, ଶୁଖିଲା ଲଙ୍କା ପେଷ୍ଟ, ପିଆଜ, ଟମାଟୋ ସସ୍, ପାଣି, ଚିନି ଏବଂ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ
/odisha-reporter/media/post_attachments/wp-content/uploads/2019/07/61-1.jpg)
ପ୍ରଥମେ ବୋନ୍ଲେସ୍ ଚିକେନ୍ରେ ଗୋଲମରିଚ ଗୁଣ୍ଡ, ଲୁଣ, ସୋୟା ସସ୍, ଅଣ୍ଡା ଏବଂ କର୍ଣ୍ଣଫୋର୍ ପକାଇ ମ୍ୟାରିନେଟ୍ କରିଦିଅନ୍ତୁ। କିଛି ସମୟ ପରେ ଗ୍ୟାସ୍ରେ କଡ଼େଇ ବସାଇ ତେଲ ଗରମ କରି ଚିକେନ୍ ଗୁଡ଼ିକୁ ଛାଣି ଦିଅନ୍ତୁ।
/odisha-reporter/media/post_attachments/wp-content/uploads/2019/07/41-4.jpg)
ଏବେ ଆଉ ଏକ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଟା ରସୁଣ, କାଜୁ, କଟା ପିଆଜ ଏବଂ କ୍ୟାପ୍ସିକମ୍ ପକାଇ ଭାଜି ଦିଅନ୍ତୁ। ଏହା ପରେ ସେଥିରେ ଶୁଖିଲା ଲଙ୍କା ପେଷ୍ଟ, ସୋୟା ସସ୍, ଟମାଟୋ ସସ୍, ଲୁଣ, ଅଳ୍ପ ଚିନି ଏବଂ ଅଳ୍ପ ପାଣି ପକାଇ ଗୋଳାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହା ଶୁଖିଲା ହେବ। ତେଣୁ ଆପଣ ସେହି ଅନୁସାରେ ଅଳ୍ପ ପାଣି ଦେବେ।
/odisha-reporter/media/post_attachments/wp-content/uploads/2019/07/71-1.jpg)
ଏହା ପରେ ଛଣା ହୋଇଥିବା ଚିକେନ୍କୁ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଶେଷରେ ଧନିଆ ପତ୍ର ପକାଇ ସାରିଲା ପରେ ପ୍ରସ୍ତୁତ ହେଇଯିବ ଡ୍ରାଗନ୍ ଚିକେନ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
