ସ୍ୱପ୍ନ ବି ବଢ଼ାଏ ଧନ: ଜାଣନ୍ତୁ କେଉଁ ସ୍ୱପ୍ନ ଦେଖିଲେ ବଢ଼େ ଧନ…

ରାତିରେ ଶୋଇବା ଅବସ୍ଥାରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ସ୍ୱପ୍ନ ଦେଖନ୍ତି। କେତେବେଳେ ଆମେ ଭଲ ସ୍ୱପ୍ନ ଦେଖନ୍ତି ତ କେତେବେଳେ ଖରାପ ସ୍ୱପ୍ନ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆମେ ଦେଖିଥିବା ପ୍ରତ୍ୟେକ ସ୍ୱପ୍ନର ମହତ୍ତ୍ୱ ରହିଛି। ସ୍ୱପ୍ନ ଦେଖିବା ଯୋଗୁଁ ଧନପ୍ରାପ୍ତି ମଧ୍ୟ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଧନପ୍ରାପ୍ତିର ସମ୍ଭାବନା ରହିଥାଏ।

୧- ଯଦି ପଦ୍ମ ଫୁଲର ସ୍ୱପ୍ନ ଦେଖନ୍ତି, କିଛି ଦିନ ଭିତରେ ଧନପ୍ରାପ୍ତି ହେବ।

୨- ଯଦି ଦେବାଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିବା ସ୍ୱପ୍ନ ଦେଖନ୍ତି ତା’ହେଲେ ତାହା ହେଉଛି ଆଗକୁ ସଫଳତା ମିଳିବାର ସଂକେତ। କାହାରି ମାଧ୍ୟମରେ ଧନପ୍ରାପ୍ତି ହୋଇପାରେ।

୩- ଗାଈ ସ୍ୱପ୍ନ ଦେଖିଲେ ବହୁତ ଶୁଭ। ଏହାଦ୍ୱାରା ଧନ ଓ ସମ୍ମାନ ପାଇବାର ଯୋଗ ରହିଥାଏ।

୫- ସ୍ୱପ୍ନରେ ହାତୀ ଦେଖିଲେ ପ୍ରଚୁର ଟଙ୍କା ମିଳେ।

୬- ଧଳା ଘୋଡ଼ାର ସ୍ୱପ୍ନ ଦେଖିଲେ ଆପଣ ଭାଗ୍ୟଶାଳୀ ବୋଲି ଜାଣିବେ। ଧନ ସମ୍ପତ୍ତି ସହ ଓ ଆଗକୁ ଭାଗ୍ୟ ଆପଣଙ୍କ ସାଥିରେ ରହିବ।

୭- ସ୍ୱପ୍ନରେ କଳା ସାପ ଦେଖିଲେ ଅନେକ ଖରାପ ବୋଲି କହନ୍ତି। କିନ୍ତୁ କଳା ସାପ ଦେଖିଲେ ଧନ ଲାଭ ହୁଏ।

୭- ଯଦି ଆପଣ ବେଲ ପତ୍ରର ସ୍ୱପ୍ନ ଦେଖନ୍ତି, ତାହାହେଲେ ଜାଣନ୍ତୁ ଆପଣଙ୍କ ଧନସମ୍ପତ୍ତି ବ‍ଢ଼ିବ।