Advertisment

ଶରୀର ପାଇଁ ଗୋଟିଏ ଗ୍ଲାସ୍‌ ଗରମ ପାଣି

ଭୁବନେଶ୍ୱର: ସକାଳୁ ବିଛଣା ଛାଡ଼ିବା ପରେ ଅନେକ ଅଳସ ଭାଙ୍ଗିବା ପାଇଁ ଗରମ ଚା ଓ କଫି ପିଇବାକୁ ପସନ୍ଦ କରିଥାନ୍ତି। ସେହିପରି ଆଉ କିଛି ଲୋକ ଖାଲି ପେଟରେ ଥଣ୍ଡା ପାଣି ପିଇଥାନ୍ତି। କିନ୍ତୁ ଆୟୁର୍ବେଦ ହିସାବରେ ସକାଳୁ ବିଛଣା ଛାଡ଼ିବା ପରେ କଫି ପରିବର୍ତ୍ତେ ଯଦି ଗରମ ପାଣି ପିଆଯାଏ ତେବେ ଏହା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରେ ଯାହା ପାଇଁ ଔଷଧର ଆବଶ୍ୟକତା ରହିବ ନାହିଁ। ହଜମଶକ୍ତି ବଢ଼ାଏ: ଅନେକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଶରୀର ପାଇଁ ଗୋଟିଏ ଗ୍ଲାସ୍‌ ଗରମ ପାଣି

drinking_hot_water

ଭୁବନେଶ୍ୱର: ସକାଳୁ ବିଛଣା ଛାଡ଼ିବା ପରେ ଅନେକ ଅଳସ ଭାଙ୍ଗିବା ପାଇଁ ଗରମ ଚା ଓ କଫି ପିଇବାକୁ ପସନ୍ଦ କରିଥାନ୍ତି। ସେହିପରି ଆଉ କିଛି ଲୋକ ଖାଲି ପେଟରେ ଥଣ୍ଡା ପାଣି ପିଇଥାନ୍ତି। କିନ୍ତୁ ଆୟୁର୍ବେଦ ହିସାବରେ ସକାଳୁ ବିଛଣା ଛାଡ଼ିବା ପରେ କଫି ପରିବର୍ତ୍ତେ ଯଦି ଗରମ ପାଣି ପିଆଯାଏ ତେବେ ଏହା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରେ ଯାହା ପାଇଁ ଔଷଧର ଆବଶ୍ୟକତା ରହିବ ନାହିଁ।

Advertisment

ହଜମଶକ୍ତି ବଢ଼ାଏ: ଅନେକ ଲୋକ ମିଲ୍‌ ଖାଇବା ପରେ ପାଣି ପିଇଥାନ୍ତି। ତେବେ ମିଲ୍‌ ପରେ ଥଣ୍ଡା ପାଣି ପିଇବା ପରିବର୍ତ୍ତେ ଉଷୁମ ପାଣି ପିଅନ୍ତୁ। ଏହା ଖାଦ୍ୟ ହଜମରେ ସାହାଯ୍ୟ କରେ।

କୋଷ୍ଠ କାଠିନ୍ୟ ଦୂର କରେ: ସକାଳୁ ଖାଲି ପେଟରେ ଥଣ୍ଡା ପାଣି ପିଇବା ପରିବର୍ତ୍ତେ ଗୋଟେ ଗ୍ଲାସ୍‌ ଉଷୁମ ପାଣି ପିଇଲେ କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରେ।

Advertisment

ଗଳା ଯନ୍ତ୍ରଣା କମେ: ଥଣ୍ଡାରୁ ଗଳାରେ ଯନ୍ତ୍ରଣା ଅନୁଭବ ହେଉଥିଲେ ଗୋଟେ ଗ୍ଲାସ୍‌ ଗରମ ପାଣି ପିଅନ୍ତୁ ଦେଖିବେ ତାହା ତୁରନ୍ତ ଆରାମ ଦେବ।

ଋତୁସ୍ରାବ ଯନ୍ତ୍ରଣା ଦୂରାଏ: ମାସିକ ଋତୁସ୍ରାବ ସମୟରେ ପେଟ, ଅଣ୍ଟା କିମ୍ବା ମାଂସପେଶୀ ଜିନତ ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ଔଷଧ ନୁହେଁ ବାରମ୍ବାର ଗରମ ପାଣି ପିଅନ୍ତୁ। ଏହା ତୁରନ୍ତ ଆରାମ ଦେବ।

ଶରୀରରୁ ଟକ୍ସିନ୍‌ ଦୂର କରେ: ସକାଳୁ ଖାଲି ପେଟରେ ଉଷୁମ ପାଣି କିମ୍ବା ଟିକେ ଅଧିକ ଗରମ ପାଣି ପିଇବା ଦ୍ୱାରା ଶରୀରରୁ ଟକ୍ସିନ୍‌ ଅର୍ଥାତ୍ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ।

ଶରୀର ଓଜନ ହ୍ରାସ କରେ: ଯେଉଁମାନେ ଶରୀର ପାଇଁ ଓଜନ କମାଇବାକୁ ଚାହାନ୍ତି, ସେମାନଙ୍କ ପାଇଁ ସକାଳେ ଗରମ ପାଣି ପିଇବା ବେଶ୍‌ ଜରୁରୀ। ଏହା ଶରୀରକୁ ଶକ୍ତି ଯୋଗାଉଥିବା ସମସ୍ତ ରାସାୟନିକ ପଦାର୍ଥକୁ ବୃଦ୍ଧି କରିବା ସହ ଶରୀରରୁ କ୍ୟାଲୋରୀ ହ୍ରାସ କରିବାରେ ସାହାଯ୍ୟ କରେ।