Advertisment

ସକାଳୁ ପିଅନ୍ତୁ ଏହି ରସ: ୭ ଦିନରେ କମିଯିବ ପେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ଅନିୟମିତତା ଜୀବନଶୈଳୀ ପାଇଁ ଲୋକମାନେ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ବ୍ୟତୀତ ଆଜିକାଲି ଲୋକଙ୍କ ସବୁଠୁ ବଡ଼ ସମସ୍ୟା ହେଉଛି ପେଟ ବଢ଼ିବା। ଡିଜିଟାଲ୍‌ ଯୁଗରେ ଗୋଟିଏ ଜାଗାରେ ବସି ଘଣ୍ଟା ଘଣ୍ଟା କାମ କରିବାରୁ ଅଧିକାଂସ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଏଥିସହ ଅସ୍ୱାସ୍ଥ୍ୟକର ଖାଦ୍ୟ ବା ଜଙ୍କଫୁଡ୍‌ ଖାଇଲେ ମଧ୍ୟ ପେଟ ବଢ଼ିଥାଏ। ତେବେ ଏହି ସମସ୍ୟାରୁ ସମସ୍ତେ ଯଥାଶୀଘ୍ର ମୁକ୍ତି ପାଇବାକୁ ଚାହାଁନ୍ତି। […]

ସକାଳୁ ପିଅନ୍ତୁ ଏହି ରସ: ୭ ଦିନରେ କମିଯିବ ପେଟ

juce

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ଅନିୟମିତତା ଜୀବନଶୈଳୀ ପାଇଁ ଲୋକମାନେ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ବ୍ୟତୀତ ଆଜିକାଲି ଲୋକଙ୍କ ସବୁଠୁ ବଡ଼ ସମସ୍ୟା ହେଉଛି ପେଟ ବଢ଼ିବା। ଡିଜିଟାଲ୍‌ ଯୁଗରେ ଗୋଟିଏ ଜାଗାରେ ବସି ଘଣ୍ଟା ଘଣ୍ଟା କାମ କରିବାରୁ ଅଧିକାଂସ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଏଥିସହ ଅସ୍ୱାସ୍ଥ୍ୟକର ଖାଦ୍ୟ ବା ଜଙ୍କଫୁଡ୍‌ ଖାଇଲେ ମଧ୍ୟ ପେଟ ବଢ଼ିଥାଏ। ତେବେ ଏହି ସମସ୍ୟାରୁ ସମସ୍ତେ ଯଥାଶୀଘ୍ର ମୁକ୍ତି ପାଇବାକୁ ଚାହାଁନ୍ତି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ବତାଇବୁ, ଯାହାଦ୍ୱାରା ଆପଣ ମାତ୍ର ୭ଦିନ ମଧ୍ୟରେ ପେଟ କମାଇପାରିବେ।

Advertisment

https://www.instagram.com/p/CCFrm6-pIy3/?utm_source=ig_web_copy_link

ସୂଚନା ଅନୁଯାୟୀ, ପାଣି କଖାରୁ ଓଜନ ହ୍ରାସ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ। ଏଥିରେ କ୍ୟାଲୋରୀ କମ୍ ଏବଂ ଭରପୂର ପରିମାଣରେ ଫାଇବର ରହିଛି। ଯାହାକି ଶରୀରର ମେଟାବୋଲିସିମ୍‌କୁ ସକ୍ରିୟ କରେ ଓ  ଓଜନ ହ୍ରାସ କରେ। ଏହା ବ୍ୟତୀତ ଏଥିରେ ଥିବା ପୋଟାସିୟମ ଶରୀରକୁ ଡିଟକ୍ସ କରିଥାଏ। ଏଥିରେ ମିଳୁଥିବା ଭିଟାମିନ୍-ବି 2 ଏନର୍ଜି ବଢ଼ାଇଥାଏ। କେବଳ ଏତିକି ନୁହେଁ, ଏହା ଥାଇରଏଡ୍ ଗ୍ରନ୍ଥି ଏବଂ ଷ୍ଟ୍ରେସ୍ ହରମୋନର କାର୍ଯ୍ୟକଳାପକୁ ମଧ୍ୟ ସନ୍ତୁଳିତ କରିଥାଏ। ଯାହା କି ଓଜନ ହ୍ରାସ କରିବାରେ ସହାୟକ ହୁଏ।

https://www.instagram.com/p/CBF-zjpp-Fn/?utm_source=ig_web_copy_link

କେମିତି ତିଆରି କରିବେ ଏହି ପାନୀୟ:

୧) ପ୍ରଥମେ ଏକ ପାଣି କଖାରୁର ଚୋପା ଛଡ଼ାଇ ଦିଅନ୍ତୁ।

୨) ଏବେ ଛୋଟ ଛୋଟ ଅଣ୍ଡ କରି କାଟନ୍ତୁ। ଏଥିରେ ଥିବା ମଞ୍ଜିଗୁଡ଼ିକ କାଢ଼ିବାକୁ ଆଦୌ ଭୁଲିବେନି।

Advertisment

୩) ବର୍ତ୍ତମାନ ଏହାକୁ ଗ୍ରାଇଣ୍ଡିଂ କରି ଏକ ସଫା କପଡ଼ା ସାହାଯ୍ୟରେ ଛାଣି ଦିଅନ୍ତୁ।

୪)  ତା’ପରେ ଏହାକୁ ଏକ ଗ୍ଲାସରେ ଢ଼ାଳି ହାଲକା ଲୁଣ ପକାଇ ଖାଲି ପେଟରେ ପିଅନ୍ତୁ।

ଏହା ଓଜନ ହ୍ରାସ କରିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ଭଲ କାମ କରେ। ଏହା ବ୍ୟତୀତ ଯଦି ଆପଣଙ୍କର ଆସିଡିଟି, ଅଲସର୍ ଏବଂ ହୃଦରୋଗ ଅଛି, ତେବେ ଆପଣ ଏହି ପରିବାକୁ ଆପଣଙ୍କ ଖାଦ୍ୟରେ ସାମିଲ୍ କରିବା ଆବଶ୍ୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe