/odisha-reporter/media/post_attachments/uploads/2020/03/mada.jpg)
mada
ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍ ମହାମାରୀର ପ୍ରଭାବ ଦେଖିବାକୁ ମିଳିଛି। ତେଣୁ ଲୋକେ ଏହି ଭାଇରସ୍ ବିଷୟରେ ଅବଗତ ହେବା ପାଇଁ ସୋଶାଲ ମିଡିଆରେ ଘୂରି ବୁଲୁଥିବା ବିଭିନ୍ନ ଗୁଜବକୁ ବିଶ୍ୱାସ କରୁଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ମଦ ପିଇଲେ ଏବଂ ଏହାକୁ ଶରୀରରେ ଛିଞ୍ଚିଲେ କରୋନା ଭାଇରସ୍ ହେବ ନାହିଁ ବୋଲି ସୋଶାଲ ମିଡିଆରେ ମିଛ ଖବର ପ୍ରଚାରିତ ହେଉଛି। ତେଣୁ ଏହି ଭୁଲ୍ ଧାରଣାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ମଦ ପିଇଲେ କିମ୍ୱା ଏହାକୁ ଶରୀରରେ ଛିଞ୍ଚି ପୂର୍ବରୁ ଶରୀରରେ ପ୍ରବେଶ କରିଥିବା କରୋନା ଭାଇରସ୍ରୁ ମରିପାରିବ ନାହିଁ। ତେଣୁ ମଦକୁ ନେଇ ହେଉଥିବା ମିଛ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।
ସେହିପରି ଗ୍ଲୋବାଲ୍ ହେଲଥ୍ ଏଜେନ୍ସିର ରିପୋର୍ଟ ଅନୁସାରେ ମଦ କିମ୍ୱା କ୍ଲୋରିନ୍ ପରି ପଦାର୍ଥକୁ ଶରୀରରେ ଛିଞ୍ଚିଲେ, ଆଖି, ମୁହଁ ଓ ନାକ ଉପରେ କ୍ଷତି ପହଞ୍ଚିଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ନୋବେଲ୍ କରୋନା ଭାଇରସ୍ରୁ ରକ୍ଷା ପାଇବା ପାଇଁ ମଦ ନୁହେଁ, ଏଥିରୁ ପ୍ରସ୍ତୁତ ହୋଇଥିବା ସାନିଟାଇଜର୍ରେ ହାତ ସଫା କରନ୍ତୁ ଏବଂ ସାବୁନ ଓ ପାଣିରେ ଧୁଅନ୍ତୁ। ଆହୁରି ମଧ୍ୟ ଗରମ ପାଣିରେ ଗାଧୋଇଲେ ଏହି ଭାଇରସ୍କୁ ନିୟନ୍ତ୍ରଣ କରାଯାଇପାରିବ।
ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୧ ଲକ୍ଷ ୪୭ ହଜାର କରୋନା ଆକ୍ରାନ୍ତ ରୋଗୀ ରହିଛନ୍ତି ଏବଂ ୪୫୦୦କୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।
ତେଣୁ କରୋନା ଭାଇରସ୍ ପ୍ରଭାବରେ ନ ଆସିବା ପାଇଁ କ’ଣ କରିବେ ଜାଣିରଖନ୍ତୁ।
୧. ସର୍ବଦା ଆଲ୍କୋହଲ୍ ଥିବା ସାନିଟାଇଜର୍ ବା ସାବୁନ୍ ବ୍ୟବହାର କରନ୍ତୁ।
୨. କାଶିବା କିମ୍ୱା ଛିଙ୍କିବା ସମୟରେ ମୁହଁରେ କପଡ଼ା କିମ୍ୱା ଟିସୁ ବ୍ୟବହାର କରନ୍ତୁ।
୩. ଜ୍ୱର ବା ଥଣ୍ଡା ହେଲେ କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ।
୪. ଯଦି ଆପଣଙ୍କୁ ଜ୍ୱର, ଥଣ୍ଡା, ହୋଇଛି କିମ୍ୱା ନିଃଶ୍ୱାସ ନେବାରେ କଷ୍ଟ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
