Advertisment

ଓଜନ୍‌ କମ୍‌ କରିବ ଏହି ସ୍ୱାସ୍ଥ୍ୟକର ଖାଦ୍ୟ

ଶରୀରରେ ଓଜନ କମ୍‌ କରିବା ପାଇଁ ଏବଂ ଫିଟ୍‌ ରହିବା ପାଇଁ ଆମକୁ ସଠିକ୍‌ ପରିମାଣର ଖାଦ୍ୟ ଖାଇବାକୁ ହୁଏ। ପେଟ ପୂରା ଖାଦ୍ୟ ମଧ୍ୟ ଓଜନ୍‌ କମ୍‌ କରିବାରେ ସହାୟକ ହୋଇଥାଏ। ଏକଥା ଜାଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ କଥାଟି ସତ। କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ଆପଣ ଶରୀରର ଓଜନକୁ ନିୟନ୍ତ୍ରିତ‌ ରଖିପାରିବେ। ଆପଣ ପ୍ରତିଦିନ ଖାଇସାରିବା ପରେ କାକୁଡ଼ି ଏବଂ ଅଦା ଖାଇପାରିବେ। ଏହା ଶରୀରରେ ଆଣ୍ଟି ଇନ୍‌ଫ୍ଲେମେଟରୀ ତତ୍ତ୍ୱକୁ ବୃଦ୍ଧି କରିଥାଏ। […]

ଅଦ୍ୟତନ ହୋଇଛି
ଓଜନ୍‌ କମ୍‌ କରିବ ଏହି ସ୍ୱାସ୍ଥ୍ୟକର ଖାଦ୍ୟ

food

Advertisment

ଶରୀରରେ ଓଜନ କମ୍‌ କରିବା ପାଇଁ ଏବଂ ଫିଟ୍‌ ରହିବା ପାଇଁ ଆମକୁ ସଠିକ୍‌ ପରିମାଣର ଖାଦ୍ୟ ଖାଇବାକୁ ହୁଏ। ପେଟ ପୂରା ଖାଦ୍ୟ ମଧ୍ୟ ଓଜନ୍‌ କମ୍‌ କରିବାରେ ସହାୟକ ହୋଇଥାଏ। ଏକଥା ଜାଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ କଥାଟି ସତ। କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ଆପଣ ଶରୀରର ଓଜନକୁ ନିୟନ୍ତ୍ରିତ‌ ରଖିପାରିବେ। ଆପଣ ପ୍ରତିଦିନ ଖାଇସାରିବା ପରେ କାକୁଡ଼ି ଏବଂ ଅଦା ଖାଇପାରିବେ। ଏହା ଶରୀରରେ ଆଣ୍ଟି ଇନ୍‌ଫ୍ଲେମେଟରୀ ତତ୍ତ୍ୱକୁ ବୃଦ୍ଧି କରିଥାଏ। ଯାହାଦ୍ୱାରା ଖାଦ୍ୟ କମ୍‌ ସମୟରେ ହଜମ ହୋଇଯାଇଥାଏ।

Advertisment

ଏଥିସହ ଆହୁରି ଅନେକ ସ୍ୱାସ୍ଥ୍ୟକର ଖାଦ୍ୟ ରହିଛି, ଯେଉଁଥିରେ କମ୍‌ କ୍ୟାଲୋରୀ ରହିଥାଏ। ଯାହାକୁ ଆପଣ ନିୟମିତ ଖାଦ୍ୟରେ ସାମିଲ୍‌ କରିପାରିବେ। ୟୁରୋପିଅନ୍‌ ଜର୍ଣ୍ଣାଲ୍‌‌ ଅଫ୍‌ କ୍ଲିନିକଲ୍‌ ନ୍ୟୁଟ୍ରିସନ୍‌ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ,  ପିସ୍ତା ବାଦାମରେ ପର୍ଯ୍ୟାପ୍ତ ପିରିମାଣରେ ଭିଟାମିନ୍‌ ରହିଥାଏ।  ପ୍ରତିଦିନ ୪୩ ଗ୍ରାମ୍‌ ଭିଜା ବାଦାମ୍‌ ଖାଇବା ଦ୍ୱାରା ଶରୀରର ଓଜନ କମ୍‌ ହୋଇଥାଏ।

ଏଥିସହ ଆପଣ ଶୋୟା ମିଲ୍କକୁ ମଧ୍ୟ ଖାଦ୍ୟରେ ସାମିଲ୍‌ କରିପାରିବେ। ଏଥିରେ ପ୍ରୋଟିନ୍‌ ଭିଟାମିନ୍‌ ଏବଂ ମିନେରାଲ୍‌ ରହିଥାଏ। ଯାହା ଶରୀରର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

Advertisment

publive-imageଗ୍ରୀନ୍‌ ଟି- ଗ୍ରୀନ୍‌ ଟିରେ କୈଟେଚିନ୍‌ ନାମକ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଯାହା ଓଜନ ବଢାଉଥିବା କୋଷିକାକୁ ନିୟନ୍ତ୍ରିତ କରିଥାଏ। ଏଥିସହ ଏହା ମୋଟାପଣକୁ ଶକ୍ତିରେ ବଦଳାଇବା ପାଇଁ ଲିଭରର କ୍ଷମତା ବଢାଇଥାଏ।

ରାତ୍ରି ଭୋଜନ କରିସାରିବା ପରେ ଗ୍ରୀନ୍‌ ଟି ପିଅନ୍ତୁ। ଏହା ପିପରାମିଣ୍ଟ ଏବଂ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ୍‌ ସମସ୍ୟାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।  ଯେଉଁଥିପାଇଁ ଓଜନ୍‌ କମ୍‌ ବଢିଥାଏ।

publive-imageପାଳଙ୍ଗ- ପାଳଙ୍ଗରେ କମ୍‌ କ୍ୟାଲୋରୀ ଏବଂ କାର୍ବହାଇଡ୍ରେଟ୍‌ ରହିଥାଏ। ଏହା ଓଜନ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ପାଳଙ୍ଗ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରିତ ରହିଥାଏ।

କାବୁଲି ଚଣା- କାବୁଲି ଚଣାରେ ଥିବା ପୋଷକ ତତ୍ତ୍ୱ, ଓଜନକୁ ନିୟନ୍ତ୍ରିତ କରିଥାଏ। ଏହା ଭୋକ କମ୍‌ କରିବା ପରି ହର୍ମନ୍‌ କୋଲୋସିସ୍ଟୋକିନିନ୍‌କୁ ତିଆରି କରିଥାଏ। ଫଳରେ ବାରମ୍ବାର ଭୋକ ଲାଗି ନଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe