Advertisment

ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଖାଦ୍ୟ ଖାଆନ୍ତୁ, ଫିଟ୍‌ ରୁହନ୍ତୁ ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପାଟିକୁ ସୁଆଦିଆ ଲାଗିଲା ପରି ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ବେଳେବେଳେ ଆପଣଙ୍କ ସାଙ୍ଗ  ଓ ଆପଣ ସମାନ ଖାଦ୍ୟ ଖାଇଥାନ୍ତି।  କିନ୍ତୁ ପରେ ଆପଣ ଅସୁସ୍ଥତା ଅନୁଭବ କରୁଥିବା ବେଳେ ଆପଣଙ୍କ ସାଙ୍ଗର ଶରୀର କିନ୍ତୁ ସୁସ୍ଥ ରହିଥାଏ। ଏଠାରେ ଆପଣ ଭାବୁଥିବେ ସାଙ୍ଗଙ୍କ ଦେହ ତ ଖରାପ ହେଲା ନାହିଁ, ଅଥଚ ଆପଣଙ୍କ ଦେହ ଖରାପ କାହିଁକି ହେଲା।   ତେବେ ଶରୀର ଅସୁସ୍ଥ ହେବାର ଏକ ପ୍ରମୁଖ କାରଣ […]

ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଖାଦ୍ୟ ଖାଆନ୍ତୁ, ଫିଟ୍‌ ରୁହନ୍ତୁ ...

a11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପାଟିକୁ ସୁଆଦିଆ ଲାଗିଲା ପରି ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ବେଳେବେଳେ ଆପଣଙ୍କ ସାଙ୍ଗ  ଓ ଆପଣ ସମାନ ଖାଦ୍ୟ ଖାଇଥାନ୍ତି।  କିନ୍ତୁ ପରେ ଆପଣ ଅସୁସ୍ଥତା ଅନୁଭବ କରୁଥିବା ବେଳେ ଆପଣଙ୍କ ସାଙ୍ଗର ଶରୀର କିନ୍ତୁ ସୁସ୍ଥ ରହିଥାଏ। ଏଠାରେ ଆପଣ ଭାବୁଥିବେ ସାଙ୍ଗଙ୍କ ଦେହ ତ ଖରାପ ହେଲା ନାହିଁ, ଅଥଚ ଆପଣଙ୍କ ଦେହ ଖରାପ କାହିଁକି ହେଲା।

Advertisment

publive-image

ତେବେ ଶରୀର ଅସୁସ୍ଥ ହେବାର ଏକ ପ୍ରମୁଖ କାରଣ ଏହା ହୋଇପାରେ ଯେ,  ଆପଣଙ୍କ ସାଙ୍ଗ ଆଉ ଆପଣଙ୍କ ବ୍ଲଡ୍ ଗ୍ରୁପ୍ ଅଲଗା ହୋଇଥାଇପାରେ। କାରଣ  ଅଧିକାଂଶ କ୍ଷେତ୍ରରେ ବ୍ଲଡ୍ ଗ୍ରୁପ୍ ଅନୁସାରେ ଭିନ୍ନ ଭିନ୍ନ ଖାଦ୍ୟ ଆପଣଙ୍କ ଶରୀର ଗ୍ରହଣ କରିନ ଥାଏ। ତେବେ ଆପଣ ଏହା ମଧ୍ୟ ଜାଣି ରଖିବା କଥା ଯେ, ଆପଣଙ୍କ ବ୍ଲଡ୍ ଗ୍ରୁପ୍ ଅନୁସାରେ ଆପଣ କେଉଁ ଭଳି ଖାଦ୍ୟ ଖାଇବା ଆବଶ୍ୟକ।

publive-image

ଏହିପରି କଲେ ଆପଣ ଫିଟ୍ ରହିବା ସହ ଶରୀରକୁ ମଧ୍ୟ ଉପଯୁକ୍ତ ପ୍ରୋଟିନ୍ ମିଳିପାରିବ। ତେବେ ଜାଣିରଖନ୍ତୁ ଆପଣଙ୍କ ବ୍ଲଡ୍ ଗ୍ରୁପ୍‌ ହିସାବରେ ଆପଣ କେଉଁ ଭଳି ଖାଦ୍ୟ ଖାଇବା ଦରକାର।

Advertisment

‘ଏ’ ବ୍ଲଡ୍‌ ଗ୍ରୁପ୍‌

publive-image

ଆପଣଙ୍କ ବ୍ଲଡ୍‌ ଗ୍ରୁପ୍‌ ଯଦି ‘ଏ’ ହୋଇଥାଏ ତାହାଲେ ଆପଣଙ୍କୁ ସବୁଜ ପରିବା ଖାଇବା ଆବଶ୍ୟକ। ଏହା ସହ ଆପଣ ବିନ୍‌, ଅଙ୍କୁରିତ  ମଞ୍ଜି, ବାଦାମ, ବ୍ରେଡ୍‌ ନୁଡୁଲ୍‌ସ୍‌  ଆଦି ଖାଇପାରିବେ। ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତାହାଲେ ଆପଣଙ୍କୁ କ୍ଷୀର ଏବଂ ଗହମ ଜାତୀୟ ଜିନିଷ ଖାଇବା ଉଚିତ ନୁହିଁ।

‘ବି’ ବ୍ଲଡ୍‌ ଗ୍ରୁପ୍‌

publive-image

‘ବି ’ ବ୍ଲଡ୍‌ ଗ୍ରୁପ୍‌ର ଲୋକମାନେ ସବୁ ପ୍ରକାର ଖାଦ୍ୟ ଖାଇପାରିବେ। ଏହା ଦ୍ୱାରା ଆପଣଙ୍କୁ କୌଣସି ସମସ୍ୟା ହେବ ନାହିଁ। କିନ୍ତୁ ଏହି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଯେ, ଆପଣ ଯଦି ଦ୍ୱିପ୍ରହରରେ ଆମିଷ ଖାଉଛନ୍ତି ତାହାଲେ ସନ୍ଧ୍ୟା ବେଳେ ବା ରାତିରେ ନିରାମିଷ ଖାଆନ୍ତୁ। ଆପଣ ବାହାରେ ମିଳୁଥିବା ବନ୍ଦ ପ୍ୟାକେଟ୍‌ର ଜିନିଷ ଖାଇବା କମ୍‌ କରନ୍ତୁ ।  କୋବି, ମକା, ମସୁର ଡାଲି, ବାଦାମ ଇତ୍ୟାଦି ଖାଇବାରୁ ଦୂରେଇ ରୁହନ୍ତୁ।

‘ଏବି’ ବ୍ଲଡ୍ ଗ୍ରୁପ୍‌

publive-image

ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକମାନେ ସବୁଜ ପନିପରିବା ଖାଇବା ଉଚିତ୍‌। ସେହି ବ୍ୟକ୍ତିମାନଙ୍କୁ କ୍ଷୀର, ଦହି, ବା କ୍ଷୀରରେ ତିଆରି ହୋଇଥିବା ଜିନିଷ ଖାଇବା ଆବଶ୍ୟକ। ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକେ ଯେତେ ସମ୍ଭବ ପ୍ରୋଟିନ୍‌ ଯୁକ୍ତଖାଦ୍ୟ ଖାଇବା ଆବଶ୍ୟକ। ଆପଣ ରେଡ୍‌ ମିଟ୍‌ ଏବଂ ମକା ଖାଇବା ଦ୍ୱାରା କ୍ଷତି ହୋଇପାରେ।

‘ଓ’ ବ୍ଲଡ୍‌ ଗ୍ରୁପ୍‌

publive-image

ଯେଉଁମାନଙ୍କର ‘ଓ’ ବ୍ଲଡ୍‌ ଗ୍ରୁପ୍‌ ସେମାନଙ୍କୁ ମଧ୍ୟ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଆପଣ ଯଦି ଆମିଷ ଅଧିକା ଖାଇବାକୁ ପସନ୍ଦ କରୁଛନ୍ତି ତାହାଲେ ଆପଣ ଡାଏଟ୍‌ରେ ମାଂସ  ସାମିଲ କରିପାରିବେ। ତେବେ ଆପଣ କ୍ଷୀର ଏବଂ କ୍ଷୀରରୁ ତିଆରି ହୋଇଥିବା ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe