Advertisment

କମଳାର କରାମତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଓ ଫାଇବର ରହିଛି। ଶୀତଦିନେ ପ୍ରଚୁର କମଳା ମିଳେ। ଆଉ ଏହି ଦିନେ ସମସ୍ତେ କମଳା ଖାଇବା ଉଚିତ୍। କାରଣ ଏହା ଶୀତ ଦିନେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଦୂର କରିଥାଏ। ତା’ହେଲେ ଆସନ୍ତୁ ଜାଣିବା  ଶୀତ ଦିନେ କମଳା ଖାଇଲେ କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳେ। ତା’ସହିତ ଏହାର ଅନ୍ୟସବୁ ଉପକାରିତା ସମ୍ପର୍କରେ ମଧ୍ୟ ଜାଣନ୍ତୁ। ୧. ଇମ୍ୟୁନୋ ସିଷ୍ଟମ୍‌କୁ ମଜଭୁତ […]

ଅଦ୍ୟତନ ହୋଇଛି
କମଳାର କରାମତି

kamala

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଓ ଫାଇବର ରହିଛି। ଶୀତଦିନେ ପ୍ରଚୁର କମଳା ମିଳେ। ଆଉ ଏହି ଦିନେ ସମସ୍ତେ କମଳା ଖାଇବା ଉଚିତ୍। କାରଣ ଏହା ଶୀତ ଦିନେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଦୂର କରିଥାଏ। ତା’ହେଲେ ଆସନ୍ତୁ ଜାଣିବା  ଶୀତ ଦିନେ କମଳା ଖାଇଲେ କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳେ। ତା’ସହିତ ଏହାର ଅନ୍ୟସବୁ ଉପକାରିତା ସମ୍ପର୍କରେ ମଧ୍ୟ ଜାଣନ୍ତୁ।

Advertisment

୧. ଇମ୍ୟୁନୋ ସିଷ୍ଟମ୍‌କୁ ମଜଭୁତ କରିଥାଏ। ଫଳରେ ଥଣ୍ଡା, ଜ୍ୱର ଓ ଭାଇରାଲ୍‌ ଇନ୍‌ଫେକସନ୍‌ ହେବାର ଆଶଙ୍କା କମିଥାଏ।

୨. କମଳାରେ କ୍ୟାଲସିୟମ୍‌ ରହିଛି, ଯାହା ହାଡ଼କୁ ମଜବୁତ୍‌ କରିଥାଏ।

୩. ଶୀତଦିନେ ରକ୍ତଚାପ ଅନିୟନ୍ତ୍ରିତ ହେବାର ଆଶଙ୍କା ଅଧିକ ଥାଏ। କିନ୍ତୁ କମଳାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ୍‌ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

Advertisment

୪. କମଳା ଶରୀରରେ କୋଲେଷ୍ଟେରୋଲ୍ କମ୍‌ କରିଥାଏ।

୫. ଏକ ଗବେଷଣା ଅନୁସାରେ ପ୍ରତିଦିନ କମଳା ଖାଇଲେ କିଡ୍‌ନୀରେ ଷ୍ଟୋନ୍‌ ହେବାର ଆଶଙ୍କା କମ୍ ହୋଇଥାଏ। ଏହା ସହିତ କିଡ୍‌ନୀରେ ଫ୍ୟାଟ୍‌ ମଧ୍ୟ ଜମା ହୋଇ ନଥାଏ।

୬. ଶୀତଦିନେ ପେଟ ଖରାପ ହେବାର ଆଶଙ୍କା ଅଧିକ ରହିଥାଏ। ଏହାକୁ ଭଲ କରିବା ପାଇଁ କମଳା ଲାଭଦାୟକ ହୋଇଥାଏ। ଏଥିରେ ଥିବା ଫାଇବର୍‌ ଖାଦ୍ୟକୁ ହଜମ କରି ପେଟ ସଫା ରଖିଥାଏ।

୭. କମଳାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଫ୍ଲାବୋନୋଏଡ୍‌ ସ୍ମୃତିଶକ୍ତିକୁ ପ୍ରଖର କରିବା ସହିତ ନିଦ୍ରାଜନିତ ସମସ୍ୟା ଦୂର କରିଥାଏ।

୮. ଯଦି ଆପଣଙ୍କର ତ୍ୱଚାଜନିତ କୌଣସି ସମସ୍ୟା ରହିଛି, ତେବେ କମଳା ନିଶ୍ଚିନ୍ତ ଖା’ନ୍ତୁ। କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାକୁ ଉଜ୍ଜ୍ୱଳ କରି ବ୍ରଣ ସମସ୍ୟା ଦୂର କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe