Advertisment

ଚନ୍ଦାପଣରୁ ମୁକ୍ତି ଦେଇଥାଏ ଏହି ଖାଦ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହେୟାର ଷ୍ଟାଲ ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି। ଝିଅ ହୁଅନ୍ତୁ ଅବା ପୁଅ ପ୍ରାୟ ସମସ୍ତେ ହେୟାର ଷ୍ଟାଇଲ କରିବାକୁ ପସନ୍ଦ କରିଥାନ୍ତି। ବିଶେଷ କରି କଲେଜ ପଢୁଆ ପୁଅଝିଅଙ୍କ ମଧ୍ୟରେ ଏହି କ୍ରେଜ୍‌ ଅଧିକ ଦେଖିବାକୁ ମିଳିଥାଏ। ହେଲେ ଆଜିକାଲି କମ ବୟସରେ ଯୁବକଯୁବତୀମାନେ ଏକ ବଡ଼ ସମସ୍ୟାରେ ସମ୍ମୁଖୀନ ହେଛନ୍ତି। ସମସ୍ୟାଟି ହେଲା ଚୁଟି ଝଡ଼ିବା। ସ୍ଥିତି ଏପରି ହେଉଛି ଯେ, କମ ବୟସରେ ବହୁତ ଲୋକ ଚନ୍ଦା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଚନ୍ଦାପଣରୁ ମୁକ୍ତି ଦେଇଥାଏ ଏହି ଖାଦ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହେୟାର ଷ୍ଟାଲ ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି। ଝିଅ ହୁଅନ୍ତୁ ଅବା ପୁଅ ପ୍ରାୟ ସମସ୍ତେ ହେୟାର ଷ୍ଟାଇଲ କରିବାକୁ ପସନ୍ଦ କରିଥାନ୍ତି। ବିଶେଷ କରି କଲେଜ ପଢୁଆ ପୁଅଝିଅଙ୍କ ମଧ୍ୟରେ ଏହି କ୍ରେଜ୍‌ ଅଧିକ ଦେଖିବାକୁ ମିଳିଥାଏ। ହେଲେ ଆଜିକାଲି କମ ବୟସରେ ଯୁବକଯୁବତୀମାନେ ଏକ ବଡ଼ ସମସ୍ୟାରେ ସମ୍ମୁଖୀନ ହେଛନ୍ତି। ସମସ୍ୟାଟି ହେଲା ଚୁଟି ଝଡ଼ିବା। ସ୍ଥିତି ଏପରି ହେଉଛି ଯେ, କମ ବୟସରେ ବହୁତ ଲୋକ ଚନ୍ଦା ହୋଇଯାଉଛନ୍ତି। ଆଧୁନିକ ଜୀବନଶୈଳୀ, ଭୁଲ ଖାଦ୍ୟ ପେୟ ଓ ଅଧିକ ଚିନ୍ତା କାରଣରୁ ପୁରୁଷମାନଙ୍କର ଚୁଟି ଝଡିଥାଏ ବୋଲି ଡାକ୍ତର କହିଥାନ୍ତି। ଆସନ୍ତୁ ଜାଣିବା ଏପରି କିଛି  ଖାଦ୍ୟ ସମ୍ପର୍କରେ ଯାହାକୁ ଖାଇଲେ ଚନ୍ଦାପଣରୁ ମୁକ୍ତି ମିଳିପାରିବ।

Advertisment

ସବୁଜ ପନିପରିବା: ସବୁଜ ପନିପରିବାରେ ଭିଟାମିନ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଭିଟାମିନ୍‌ ‘ଏ’ ତ୍ୱଚା ଓ କେଶକୁ ମଜଭୁତ କରିଥାଏ। ତେଣୁ ପ୍ରତିଦିନ ପନିପରିବା ଖାଇବା ଦ୍ୱାରା କେଶ ମଜଭୁତ ହେବା ସହ ଝଡିବା ବନ୍ଦ ହୋଇଯାଇଥାଏ। ଏହାଛଡା ମାଛ ତେଲ, ଅଣ୍ଡା ଓ କ୍ଷୀରରେ ମଧ୍ୟ ଭିଟାମିନ ‘ଏ’ ପ୍ରଚୁର ପରିମାଣରେ ଥାଏ।

ପାଳଙ୍ଗ: ପ୍ରତିଦିନ ଖାଇବା ମେନୁରେ ଶାଗ ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷ କରି ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର। ପାଳଙ୍ଗରେ ଆଇରନ ପ୍ରଚୁର ମାତ୍ରାରେ ଥାଏ। ପାଳଙ୍ଗରେ ସିବମ ଭଳି ଏକ ତତ୍ତ୍ୱ ରହିଛି, ଯାହା କେଶ ପାଇଁ ପ୍ରାକୁତିକ କଣ୍ଡିସନର କାମ କରିଥାଏ। ପାଳଙ୍ଗରୁ ଓମେଗା-୩ ଏସିଡ, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ ଓ ଆଇରନ ମିଳିଥାଏ। ଏହା କେଶକୁ ମଜଭୁତ କରିବା ସହ ଚମକ ବଢାଇଥାଏ।

Advertisment

ସି ଫୁଡ: ଶରୀରରେ ଜିଙ୍କ କମ୍ କାରଣରୁ ରୂପି ଓ ଚୁଟି ଝଡିବା ସମସ୍ୟା ଦେଖାଯାଇଥାଏ। ଜିଙ୍କ ଏପରି ଏକ ମିନେରାଲ ଯାହା ନୂତନ କୋଶିକା ଉତ୍ପନ କରି ଏହି ସମସ୍ୟା ଦୂର କରିଥାଏ। ସି ଫୁଡରେ ପ୍ରଚୁର ପରିମାଣରେ ଜିଙ୍କ ଥାଏ। ଏହାକୁ ଖଶିବା ଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ।ଏହାସହ ଅଣ୍ଡା, କ୍ଷୀର ଓ ନଟସ୍‌ରେ ମଧ୍ୟ ଜିଙ୍କ ମିଳିଥାଏ।

ଡାଲଚିନି: ଡାଲଚିନି ରକ୍ତ ପ୍ରବାହ ବଢାଇଥାଏ ଓ କେଶର ଛିଦ୍ରକୁ ପୋଷକ ଯୋଗାଇଥାଏ। କଫି କିମ୍ୱା ଟୋଷ୍ଟରେ ଡାଲଚିନି ପାଉଡର ପକାଇ ଖାଇଲେ କେଶ ଝଡ଼ିବାରୁ ମୁକ୍ତି ମିଳିଥାଏ।