Advertisment

ଆଭ୍ୟନ୍ତରୀଣ ଉଷ୍ମତା ପାଇଁ ଶୀତଦିନିଆ ପନିପରିବା ଖାଇବା ଜରୁରୀ

ଶୀତଦିନେ ସାଧାରଣତଃ ଗରମ ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଶରୀରକୁ ଉଷ୍ମ ରଖିବା ପାଇଁ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପିନ୍ଧିଥାନ୍ତି। ତେବେ ଏହା ଆପଣଙ୍କ ବାହ୍ୟ ଅଙ୍ଗକୁ  ଉଷ୍ମ ରଖେ। ବାହ୍ୟ ଅଙ୍ଗ ପରି ଆଭ୍ୟନ୍ତରୀଣ ଅଂଶକୁ ଉଷ୍ମ ରଖିବା ମଧ୍ୟ ସେତିକି ଜରୁରୀ। ତେବେ ଶୀତଦିନେ କେଉଁ ପନିପରିବା ଖାଇଲେ ଶରୀରକୁ ଦରକାରୀ ଭିଟାମିନ, ମିନେରାଏ ମିଳିବା ସହ ଉଷ୍ମ ମଧ୍ୟ ରଖିବ ଜାଣନ୍ତୁ କିଛି ଖାସ୍‌ଟିପ୍ସ। ଗାଜର: ଗାଜରରେ ବହୁ ମାତ୍ରାର କାରୋଟିନ୍‌ରହିଥାଏ […]

ଅଦ୍ୟତନ ହୋଇଛି
ଆଭ୍ୟନ୍ତରୀଣ ଉଷ୍ମତା ପାଇଁ ଶୀତଦିନିଆ ପନିପରିବା ଖାଇବା ଜରୁରୀ

spinach

Advertisment

ଶୀତଦିନେ ସାଧାରଣତଃ ଗରମ ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଶରୀରକୁ ଉଷ୍ମ ରଖିବା ପାଇଁ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପିନ୍ଧିଥାନ୍ତି। ତେବେ ଏହା ଆପଣଙ୍କ ବାହ୍ୟ ଅଙ୍ଗକୁ  ଉଷ୍ମ ରଖେ। ବାହ୍ୟ ଅଙ୍ଗ ପରି ଆଭ୍ୟନ୍ତରୀଣ ଅଂଶକୁ ଉଷ୍ମ ରଖିବା ମଧ୍ୟ ସେତିକି ଜରୁରୀ। ତେବେ ଶୀତଦିନେ କେଉଁ ପନିପରିବା ଖାଇଲେ ଶରୀରକୁ ଦରକାରୀ ଭିଟାମିନ, ମିନେରାଏ ମିଳିବା ସହ ଉଷ୍ମ ମଧ୍ୟ ରଖିବ ଜାଣନ୍ତୁ କିଛି ଖାସ୍‌ଟିପ୍ସ।

Advertisment

ଗାଜର: ଗାଜରରେ ବହୁ ମାତ୍ରାର କାରୋଟିନ୍‌ରହିଥାଏ ଯାହା ଅନ୍ୟ କୌଣସି ପନିପରିବା ତୁଳନାରେ ଖୁବ୍‌ଅଧିକ। ଏହାବ୍ୟତୀତ ଗାଜରରେ ଭିଟାମିନ୍‌ଗ୍ଧବିଗ୍ଦ, ଗ୍ଧସିଗ୍ଦ,ଗ୍ଧଡିଗ୍ଦ, ଗ୍ଧଇଗ୍ଦ ଏବଂ ଗ୍ଧକେଗ୍ଦ। ଏହା ଶରୀରକୁ ଶକ୍ତି ଯୋଗାଏ ଯାହା ଶୀତଦିନେ ଶରୀର ପାଇଁ ଖୁବ୍‌ଦରକାରୀ।

କମଳା: କମଳାରେ ଥିବା ଭିଟାମିନ୍‌ଗ୍ଧସିଗ୍ଦ ପୋଟାସିୟମ, ମିନେରାଲସ, ଫୋଲେଟ୍‌ଏବଂ ଫାଇର୍ବଶରୀର ଜୀବାଣୁ ନଷ୍ଟ କରେ।

Advertisment

ସାଲଗମ୍‌: ମାଟି ତଳ ଫଳ ସାଲଗମ୍‌ରେ ଥିବା ଫାଇବର, ଫୋଲେଟ, ଭିଟାମିନ୍‌, ମିନେରାଲସ୍‌ବହୁ ପରିମାଣରେ ରହିଛି। ଯାହାକୁ ଶୀତଦିନ ପାଇଁ ସ୍ୱାସ୍ଥ୍ୟପଯୋଗୀ।

ଶୋରିଷ ଶାଗ: ଶୋରିଷ ଶାଗ ହେଉଛି ଶୀତଦିନିଆ ଶାଗ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭିଟାମିନ୍ସ, ମିନେରାଲସ ଏବଂ କ୍ୟାରୋଟିନ୍‌ରହିଛି। ଏହାକୁ ଖାସ୍‌କରି ଶୀତଦିନେ ନିଜ ଡାଏଟ୍‌ରେ ସାମିଲ କରନ୍ତୁ।

ମେଥି ଶାଗ: ମେଥି ଶାଗରେ ଥିବା ଭିଟାମିନସ୍‌, ମିନେରାଲସ ଓ ଫାଇବର ରକ୍ତରେ ଶର୍କରା ମାତ୍ରା ଓ କୋଲେଷ୍ଟ୍ରଲ୍‌ର ମାତ୍ରା କମ୍‌କରେ। ତେବେ ଅଧିକ ମିଠା ଖାଇବାକୁ ନେଇ ଭୟ କରନ୍ତୁ ନାହିଁ। ମିଠା ଖାଇବା ପରେ ଆପଣ ଯଦି ଏହି ଶାଗ ଖାଆନ୍ତି ତେବେ ଏହା ଶର୍କରାର ମାତ୍ରା କମ୍‌କରାଏ।

ପାଳଙ୍ଗ ଶାଗ: ପାଳଙ୍ଗ ଶାଗରେ ଫ୍ଳାବୋନଏଡସ୍‌ଏବଂ କାରୋଟେନଏଡସ୍‌ସହିତ ଭିଟାମିନ ଗ୍ଧଏଗ୍ଦ, ଗ୍ଧସିଗ୍ଦ, ଗ୍ଧକେଗ୍ଦ ଏବଂ ଓମେଗା ଥ୍ରୀ ଫ୍ୟାଟି ଏସିଡ୍‌ରହିଛି। ଶୀତଦିନେ ଏହି ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ଭଲ।

ମଟର: ମଟର ଏକ ଶୀତଦିନିଆ ପରିବା। ଯାହାକୁ ଶୀତଦିନେ ସକାଳ ଜଳଖିଆ ଭାବେ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ବହୁ ମାତ୍ରାର ଇନ୍‌ଫ୍ଲାମାଟୋରୀ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଗ୍ଧକେଗ୍ଦ ରହିଛି।

ବିଟ୍‌: ଶୀତଦିନେ ଶରୀରରେ ମେଟାବୋଲିଜିମ୍‌ର ମାତ୍ରା କିମଯାଏ। ତେଣୁ ଏହି ସମୟରେ ବିଟ୍‌କୁ ଖାଇବା ଭଲ । କାରଣ ଏଥିରେ କ୍ୟାଲୋରୀର ମାତ୍ରା କମ୍‌ଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe