Advertisment

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଅଁଳା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଁଳା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି। ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ। ପ୍ରତିଦିନ ଅଁଳା ଖାଇଲେ ସଂକ୍ରମଣର ଭୟ ନଥାଏ। ତେବେ ଆସନ୍ତୁ ଜାଣିବା, ଡାଏଟରେ ଅଁଳାକୁ କିପରି ସାମିଲ କରିପାରିବା। ୧. ବଜାରରେ ମିଳୁଥିବା ଅଁଳା କ୍ୟାଣ୍ଡି ଖାଇ ପାରିବେ। ଏହି କ୍ୟାଣ୍ଡିକୁ ଆପଣଚାହିଁଲେ […]

ଅଦ୍ୟତନ ହୋଇଛି
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଅଁଳା

amla22

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଁଳା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି। ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ। ପ୍ରତିଦିନ ଅଁଳା ଖାଇଲେ ସଂକ୍ରମଣର ଭୟ ନଥାଏ। ତେବେ ଆସନ୍ତୁ ଜାଣିବା, ଡାଏଟରେ ଅଁଳାକୁ କିପରି ସାମିଲ କରିପାରିବା।

Advertisment

୧. ବଜାରରେ ମିଳୁଥିବା ଅଁଳା କ୍ୟାଣ୍ଡି ଖାଇ ପାରିବେ। ଏହି କ୍ୟାଣ୍ଡିକୁ ଆପଣଚାହିଁଲେ ଘରେ ମଧ୍ୟ ତିଆରିକରି ପାରିବେ। ଏଥିପାଇଁ ପ୍ରଥମେ ଅଁଳାକୁ ସିଝାଇ ଚିନିରେ ପକାଇ ଖରାରେ ଶୁଖାଇ ଦିଅନ୍ତୁ। ଶୁଖିଯିବା ପରେ ଏୟାରଟାଇଟ ଡବାରେ କ୍ୟାଣ୍ଡିକୁ ଭର୍ତ୍ତି କରି ରଖନ୍ତୁ।

୨. ଅଁଳା ଚଟଣି ତିଆରି କରିବା ବହୁତ ସହଜ। ଏଥିପାଇଁ ଚିନି, ଭିନେଗାର ଓ ଗୁଜୁରାତିକୁ ମିଶାଇ ଅଁଳା ଚଟଣି ତିଆରି କରିପାରିବେ। ଆପଣ ଚାହିଁଲେ ଘରେ ଜିରା, ସୋରିଷତେଲ, ମେଥି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ଅଁଳା ଆଚାର ମଧ୍ୟ ପ୍ରସ୍ତୁତ କରିପାରିବେ।

Advertisment

୩ . ସେହିପରି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରତିଦିନ ଗୋଟିଏ ଗ୍ଲାସ ପାଣିରେ ଅଁଳା ରସ ଓ ମହୁ ମିଶାଇ ପିଅନ୍ତୁ। ଏହାଦ୍ୱାରା କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇନଥାଏ, ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ।

୪. ସବୁଦିନିଆ ଖାଦ୍ୟରେ ଅଁଳାକୁ ସାମିଲ କରିବା ପାଇଁ ଅଁଳା ଚାହା ଏକ ସହଜଓ ସରଳ ଉପାୟ। ଏହାକୁ ପ୍ରସ୍ତୁତ କରିବା ପାଇଁ ପୁଦିନା ପତ୍ର, ଅଦା ଓ ଅଁଳା ପାଉଡର ଆବଶ୍ୟକ ହୋଇଥାଏ। ଏହି ଚାହାକୁ ଆପଣ ଚାହିଁଲେ ସବୁଦିନ ସକାଳେ ଖାଲିପେଟରେ ପିଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe