ବର୍ଷା ଦିନେ ମାଛ ଖାଉଛନ୍ତି କି? ଦେଖାଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା

ମାଛ ତରକାରୀ ସମସ୍ତଙ୍କର ଭାରି ପ୍ରିୟ। ଭାତ ସହ  ମାଛ ତରକାରୀ ହୋଇଗଲେ ଜମିଯାଏ ଖାଇବା । ମାଛରୁ ପୃଷ୍ଟିସାର ମିଳିଥାଏ। ଡାକ୍ତର ମଧ୍ୟ ମାଛ ଖାଇବାକୁ ଆମକୁ ପରାମର୍ଶ ଦେଇଥାନ୍ତି। ଆମିଷ ପ୍ରିୟ ଲୋକମାନେ ମାଛ ଖାଇବାରେ କୌଣସି  ଋତୁ ଓ ମାସ ମାନି ନଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,ବର୍ଷା ଋତୁରେ ମାଛ ଖାଇଲେ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଖାଦ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ତାହାହେଲେ ଆସନ୍ତୁ ଜାଣିବା ବର୍ଷା […]

fish

Rakesh Mallick
  • Published: Tuesday, 11 July 2017
  • , Updated: 13 September 2017, 12:13 PM IST

ମାଛ ତରକାରୀ ସମସ୍ତଙ୍କର ଭାରି ପ୍ରିୟ। ଭାତ ସହ  ମାଛ ତରକାରୀ ହୋଇଗଲେ ଜମିଯାଏ ଖାଇବା । ମାଛରୁ ପୃଷ୍ଟିସାର ମିଳିଥାଏ। ଡାକ୍ତର ମଧ୍ୟ ମାଛ ଖାଇବାକୁ ଆମକୁ ପରାମର୍ଶ ଦେଇଥାନ୍ତି। ଆମିଷ ପ୍ରିୟ ଲୋକମାନେ ମାଛ ଖାଇବାରେ କୌଣସି  ଋତୁ ଓ ମାସ ମାନି ନଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,ବର୍ଷା ଋତୁରେ ମାଛ ଖାଇଲେ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଖାଦ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ତାହାହେଲେ ଆସନ୍ତୁ ଜାଣିବା ବର୍ଷା ଦିନରେ ମାଛ ଖାଇଲେ କ’ଣ କ୍ଷତି ହୋଇଥାଏ  ।

୧- ବର୍ଷା ଦିନରେ  ପୋଖରୀ ଓ ନଦୀର ପାଣି ଦୂଷିତ ହୋଇଯାଇଥାଏ। ଏହି ଦୂଷିତ ପାଣିରେ ମାଛ ରହିଥାଆନ୍ତି। ତେଣୁ ଏହି ଋତୁରେ ମାଛ ଖାଇଲେ ଫୁଡ୍ ପଏଜନ୍ ହେବାର ଆଶଙ୍କା ଥାଏ।

୨-ବର୍ଷା ଦିନରେ ମାଛମାନେ ଅଣ୍ଡା ଦିଅନ୍ତି। ଏହି ସମୟରେ ମାଛ ଖାଇଲେ ଆମ ପେଟରେ ଇନଫେକ୍ସସନ୍‌ ହୋଇଥାଏ। ଆମ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ।ତା’ ଛଡ଼ା ମାଛ ବଂଶ ବୃଦ୍ଧିରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ।

୩- ବର୍ଷା ଦିନରେ ମାଛକୁ ଷ୍ଟୋରରେ ଅଧିକ ଦିନ ରଖାଯାଇଥାଏ।  ପରବର୍ତ୍ତିତ ପାଗରେ ଏହା ଶୀଘ୍ର ଖରାପ ହୋଇନଥାଏ। ମାଛକୁ ଅଧିକ ଦିନ ଷ୍ଟୋରରେ ରଖିବା ପାଇଁ  ସଲଫେଟ୍ସ ଓ ପୋଲିଫସଫେଟ୍‌  ପ୍ରୟୋଗ କରାଯାଇଥାଏ। ଏହି ମାଛକୁ ଖାଇଲେ ଶ୍ୱାସ ଓ ହୃଦରୋଗ ହୋଇପାରେ।

୪-  ଷ୍ଟୋରରେ ଥିବା ମାଛ ବର୍ଷା ଦିନରେ ବଜାରରେ ଅଧିକ ବିକ୍ରି କରାଯାଏ। ଏହାକୁ ଖାଇଲେ କୌଣସି ଭିଟାମିନ୍‌ ମିଳିନଥାଏ।

Related story