Advertisment

ଭୁଲ୍‌ରେ ବି ଖାଆନ୍ତୁନି ଏହି ସବୁ ବାସି ଖାଦ୍ୟ

ଧିକାଂଶ ଲୋକ ରାତିରେ ବଳି ଯାଇଥିବା ଖାଦ୍ୟକୁ ସକାଳେ ଗରମ କରି ଖାଇଦିଅନ୍ତି। ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ବାସି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଭଳି ଅନେକ ଖାଦ୍ୟ ରହିଛି, ଯାହାକୁ ବାସିରେ ଖାଇଲେ ଆପଣ ରୋଗରେ ପଡିପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ଅଣ୍ଡା: ଅଣ୍ଡାରେ ସବୁଠୁ ଅଧିକ ସାଲ୍ମୋନେଲା ଥାଏ। ଏହା ଏକ ପ୍ରକାର ବ୍ୟାକ୍ଟେରିଆ, ଯାହା […]

ଭୁଲ୍‌ରେ ବି ଖାଆନ୍ତୁନି ଏହି ସବୁ ବାସି ଖାଦ୍ୟ

food

Advertisment

ଧିକାଂଶ ଲୋକ ରାତିରେ ବଳି ଯାଇଥିବା ଖାଦ୍ୟକୁ ସକାଳେ ଗରମ କରି ଖାଇଦିଅନ୍ତି। ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ବାସି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଭଳି ଅନେକ ଖାଦ୍ୟ ରହିଛି, ଯାହାକୁ ବାସିରେ ଖାଇଲେ ଆପଣ ରୋଗରେ ପଡିପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ

Advertisment

publive-image

ଅଣ୍ଡା: ଅଣ୍ଡାରେ ସବୁଠୁ ଅଧିକ ସାଲ୍ମୋନେଲା ଥାଏ। ଏହା ଏକ ପ୍ରକାର ବ୍ୟାକ୍ଟେରିଆ, ଯାହା କଞ୍ଚା ଏବଂ ଦର ସିଝା ଅଣ୍ଡାରେ ମିଳେ। ଅଧିକାଂଶ ଲୋକ ଅଣ୍ଡାକୁ ଦରସିଝା ଖା'ନ୍ତି। ଫଳରେ ଏଭଳି ଅଣ୍ଡାରୁ ବ୍ୟାକ୍ଟେରିଆ ଭଲ ଭାବେ ନଷ୍ଟ ହୋଇନଥାଏ।ଆଉ ଯଦି ଏହି ଅଣ୍ଡା ବାସି ହୋଇଯାଏ ତେବେ ଏଥିରେ ବ୍ୟାକ୍ଟେରିଆର ମାତ୍ରା ଦୁଇ ଗଣ ହୋଇଯାଏ । ଫଳରେ ଜ୍ୱର, ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇପାରେ।publive-image

ଆଳୁ: ଆଳୁକୁ ରୋଷେଇ କରିବା ପରେ ଯଦି ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଦିଆଯାଏ ତେବେ ଏଥିରେ କ୍ଲୋଷ୍ଟିଡିଅମ ବୋଟିଲିନମ ନାମକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଏହି ଜୀବାଣୁ ଯୋଗୁଁ ଦୃଷ୍ଟି ଶକ୍ତି କମିବା, ମୁହଁ ଶୁଖିଯିବା, ନିଶ୍ୱାସ ନେବାରେ କଷ୍ଟ ହେବା ଭଳି ସମସ୍ୟା ଦେଖାଦେଇପାରେ। ଅଳୁକୁ କେବେବି ବାସି ଖାଇବା ଉଚିତ ନୁହେଁ । ସେହିପରି ଏହାକୁ କେବେବି ଓଭାନରେ ପୁଣି ଗରମ କରି ଖା'ନ୍ତୁ ନାହିଁ।publive-image

Advertisment

ପାଳଙ୍ଗ: ପାଳଙ୍ଗରେ ଭରପୁର ମାତ୍ରାରେ ନାଇଟ୍ରେଟ ଥାଏ। ପଳଙ୍ଗକୁ ଅଧିକ ରୋଷେଇ କରିବା ଦ୍ୱାରା ଏହା କାର୍ସିନୋଜେନିକ ନାଇଟ୍ରୋସେମାଂସରେ ପରିଣତ ହୋଇଯାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏଥିପାଇଁ ପାଳଙ୍ଗକୁ ବାସି ରଖି ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ।publive-image

ବାସି ଭାତ: ଭାତକୁ ରୁମ ଟେମ୍ପେରଚରେ କିଛି ସମୟ ଛାଡି ଦେବା ପରେ ସେଥିରେ ବେସିଲସ ସେରେସ ନାମକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ବାସି ଭାତକୁ ଗରମ କରି ଖାଇବା ଦ୍ୱାରା ଫୁଡ ପଏଜନିଂର ବିପଦ ମଧ୍ୟ ରହିଥାଏ। ତେଣୁ ଭାତ ରୋଷେଇ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହାକୁ ଖାଇଦେବା ଉଚିତ।publive-image

ଚିକେନ୍‌: ଅଣ୍ଡା ଭଳି ଚିକେନ୍‌କୁ ମଧ୍ୟ ଅଧିକ ସମୟ ରୋଷେଇ କଲା ପରେ ରଖିଲେ ସେଥିରେ ଦ୍ରୁତ ଗତିରେ ଜୀବାଣୁ ଉତ୍ପନ୍ନ ହେବାକୁ ଲାଗେ। ତେଣୁ ଏହାକୁ ମଧ୍ୟ ବାସି ଖାଇବା ଉଚିତ ନୁହେଁ। ଚିକେନକୁ ଭଲ ଭାବେ ଅଧିକ ଗରମ ଦେଇ ରୋଷେଇ କରି ଖାଇବା ଉଚିତ।

ତେଲ ଯୁକ୍ତ ଖାଦ୍ୟ: ତେଲ ଯୁକ୍ତ ଖାଦ୍ୟକୁ ଥଣ୍ଡା ହେବା ପରେ ପୁଣି ଥରେ ଗରମ କଲେ ସେଥିରୁ ଏକ ପ୍ରକାରର କେମିକାଲ ସୃଷ୍ଟି ହେଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତେଲ ଯୁକ୍ତ ଖାଦ୍ୟକୁ ବାସି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।publive-image

ସମୁଦ୍ର ମାଛ: ବାସି ସମୁଦ୍ର ମାଛ ଖାଇବା ଦ୍ୱାରା ଫୁଡ ପଏଜନିଂର ବିପଦ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ସମୁଦ୍ର ଜାତୀୟ ଖାଦ୍ୟ ତଥା ମାଛକୁ ବାରମ୍ବାର ଅଧିକ ତାପମାତ୍ରାରେ ଗରମ କରିବା ଦ୍ୱାରା ଏଥିରେ ଧୀରେ ଧୀରେ ଜୀବାଣୁ ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତିରେ ଏହାକୁ ଖାଇବା ଦ୍ୱାରା ମଣିଷ ଅସୁସ୍ଥ ହୋଇପଡିବା ଆଶଙ୍କା ରହିଥାଏ।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe