Advertisment

କେଉଁ ରୋଗୀଙ୍କୁ ଡାଳିମ୍ବ ଖାଇବା ମନା, ଜାଣନ୍ତୁ

ଡାକ୍ତରମାନ ଡାଳିମ୍ବକୁ ସୁପର ଫୁଡ ବୋଲି କୁହନ୍ତି। ଏଥିରେ ଭିଟାମିନ ଏବଂ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି। ଖୁବ ସହଜରେ ଏହି ଫଳ ବଜାରରେ ମଧ୍ୟ ମିଳିଯାଏ। ଯେତେବେଳେ ଆପଣ କୌଣସି ରୋଗରେ ପଡନ୍ତି ସେତେବେଳେ ଡାକ୍ତରମାନେ ମଧ୍ୟ ଡାଳିମ୍ବ ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଏହି ଫଳକୁ ସମସ୍ତେ ଖାଇପାରିବେ ନାହିଁ । ଏହି ଫଳ ଖାଇବା ଦ୍ୱାରା ଲାଭ ହେବା ସହ ଅନେକ କ୍ଷତି ମଧ୍ୟ ହୋଇଥାଏ। ତେବେ କ’ଣ ସବୁ କ୍ଷତି ହୋଇଥାଏ […]

କେଉଁ ରୋଗୀଙ୍କୁ ଡାଳିମ୍ବ ଖାଇବା ମନା, ଜାଣନ୍ତୁ

pomegranate1

Advertisment

ଡାକ୍ତରମାନ ଡାଳିମ୍ବକୁ ସୁପର ଫୁଡ ବୋଲି କୁହନ୍ତି। ଏଥିରେ ଭିଟାମିନ ଏବଂ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି। ଖୁବ ସହଜରେ ଏହି ଫଳ ବଜାରରେ ମଧ୍ୟ ମିଳିଯାଏ। ଯେତେବେଳେ ଆପଣ କୌଣସି ରୋଗରେ ପଡନ୍ତି ସେତେବେଳେ ଡାକ୍ତରମାନେ ମଧ୍ୟ ଡାଳିମ୍ବ ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଏହି ଫଳକୁ ସମସ୍ତେ ଖାଇପାରିବେ ନାହିଁ । ଏହି ଫଳ ଖାଇବା ଦ୍ୱାରା ଲାଭ ହେବା ସହ ଅନେକ କ୍ଷତି ମଧ୍ୟ ହୋଇଥାଏ। ତେବେ କ’ଣ ସବୁ କ୍ଷତି ହୋଇଥାଏ ଏବଂ କେଉଁମାନେ ଏହାକ ଖାଇବା ମନା ଆସନ୍ତୁ ଜାଣିବା।

Advertisment
  •  ଆଲର୍ଜି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଉଚିତ ନୁହେଁ। ଯେଉଁମାନଙ୍କ ସ୍କିନ ଆଲର୍ଜି ସମସ୍ୟା ରହିଛି, ସେମାନେ ଡାଳିମ୍ବ ଖାଇବା ମନା। ଡାଳିମ୍ବ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଆହୁରି ବଢ଼ିଯାଇପାରେ।
  • ଯେଉଁମାନଙ୍କ ନିମ୍ନ ରକ୍ତଚାପ ତଥା ଲୋ ବ୍ଲଡପ୍ରେସର ସମସ୍ୟା ରହିଛି, ସେମାନ ମଧ୍ୟ ଡାଳିମ୍ବ ଠାରୁ ଦୂରେଇ ରହିବା ଉଚିତ। ଡାଳିମ୍ବ ସାଧାରଣତଃ ଥଣ୍ଡା ଫଳ। ତେଣୁ ଏହା ଶରୀରରେ ରକ୍ତ ସଂଚାଳନର ଗତିକୁ ଧୀମା କରିଦେଇଥାଏ। ଏହାଦ୍ୱାରା ରକ୍ତଚାପ ଆହୁରି ନିମ୍ନସ୍ତରକୁ ଚାଲିଯାଏ, ଯାହା ଶରୀର ପାଇଁ କ୍ଷତିକାରକ।
  • ଥଣ୍ଡା, ଜ୍ୱର ବା କାଶ ସମସ୍ୟା ଥିଲେ ଡାଳିମ୍ବ ଖାଆନ୍ତୁ ନାହିଁ। ଏହି ସମୟରେ ଡାଳିମ୍ବ ଖାଇବା ଦ୍ୱାର ଶରୀରରେ ସଂକ୍ରମଣର ଆଶଙ୍କା ବଢ଼ିଥାଏ।
  • କୋଷ୍ଟକାଠନ୍ୟ ବା ଗ୍ୟାସ ସମସ୍ୟା ଥିଲେ ଡାଳିମ୍ବ ଠାରୁ ଦୂରେଇ ରୁହନ୍ତୁ। ଏଭଳି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଦ୍ୱାରା ଶରୀରର ହଜମ ପ୍ରକ୍ରିୟା ଆହୁରି ବିଗିଡି ଯାଇପାରେ।
  • ଯଦି ଆପଣ କୌଣସି ମାନସିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି ଏବଂ ଏଥିପାଇଁ ଔଷଧ ମଧ୍ୟ ଖାଉଛନ୍ତି, ତେବେ ତୁରନ୍ତ ଡାଳିମ୍ବ ଖାଇବା ବନ୍ଦ କରିଦିଅନ୍ତୁ । ଅନ୍ୟଥା ଡାଳିମ୍ବ ଏବଂ ଔଷଧର ମିଶ୍ରଣ ଶରୀରରେ କେମିକାଲ ରିଆକ୍ସନ ସୃଷ୍ଟି କରିପାରେ । ଏଥିସହ ମସ୍ତିସ୍କର ସ୍ନାୟୁ ଉପରେ ମଧ୍ୟ ଏହା ପ୍ରଭାବ ପକାଇପାରେ।
Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe