Advertisment

ସବୁଦିନ ସମାନ ଖାଦ୍ୟ ଖାଉଛନ୍ତି କି ? ରୁହନ୍ତୁ ସାବଧାନ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି? ଯଦି ହିଁ, ଏ ଅଭ୍ୟାସ ତୁରନ୍ତ ବଦଳାନ୍ତୁ। କାରଣ ଏ ଅଭ୍ୟାସ ଆପଣଙ୍କୁ ଏକାଧିକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପକାଇପାରେ। ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ସମାନ ଖାଦ୍ୟ ଖାଇବା କାହିଁକି ଉଚିତ୍‌ ନୁହେଁ ଏବଂ ଏଥିପାଇଁ କେଉଁସବୁ କ୍ଷତି ହୋଇଥାଏ। ୧. ଆମ ଶରୀର କାର୍ଯ୍ୟକ୍ଷମ ହେବା ପାଇଁ ଅଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ର ଆବଶ୍ୟକତା ରହିଥାଏ। ଏହି ଆବଶ୍ୟକତା ପୂରଣ କରିବା ପାଇଁ ଅଲଗା […]

author-image
Puspanjali Panda
ଅଦ୍ୟତନ ହୋଇଛି
ସବୁଦିନ ସମାନ ଖାଦ୍ୟ ଖାଉଛନ୍ତି କି ? ରୁହନ୍ତୁ ସାବଧାନ !

eggg

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି? ଯଦି ହିଁ, ଏ ଅଭ୍ୟାସ ତୁରନ୍ତ ବଦଳାନ୍ତୁ। କାରଣ ଏ ଅଭ୍ୟାସ ଆପଣଙ୍କୁ ଏକାଧିକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପକାଇପାରେ। ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ସମାନ ଖାଦ୍ୟ ଖାଇବା କାହିଁକି ଉଚିତ୍‌ ନୁହେଁ ଏବଂ ଏଥିପାଇଁ କେଉଁସବୁ କ୍ଷତି ହୋଇଥାଏ।

Advertisment

୧. ଆମ ଶରୀର କାର୍ଯ୍ୟକ୍ଷମ ହେବା ପାଇଁ ଅଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ର ଆବଶ୍ୟକତା ରହିଥାଏ। ଏହି ଆବଶ୍ୟକତା ପୂରଣ କରିବା ପାଇଁ ଅଲଗା ଅଲଗା ପ୍ରକାରର ପନିପରିବା ଖାଇବାକୁ ପଡ଼ିଥାଏ। ଏଥିରୁ ଶରୀରକୁ ପୋଷଣ ମିଳିଥାଏ। କିନ୍ତୁ ସବୁଦିନେ ଗୋଟିଏ ପ୍ରକାର ଖାଦ୍ୟ ଖାଇଲେ ଶରୀରକୁ ଆବଶ୍ୟକ ଅନୁଯାୟୀ ପୋଷଣ ମିଳି ନଥାଏ।

୨. ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଲେ ଖାଦ୍ୟନଳୀରେ ଭଲ ବ୍ୟାକ୍ଟେରିଆଙ୍କ ବଂଶବୃଦ୍ଧି ହୋଇଥାଏ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଗୋଟିଏ ପ୍ରକାର ଖାଦ୍ୟ ଖାଇଲେ ଉକ୍ତ ଭଲ ବ୍ୟାକ୍ଟେରିଆଙ୍କ ବଂଶବୃଦ୍ଧି ହୋଇ ନଥାଏ ଓ ତା’ସହିତ ଖାଦ୍ୟନଳୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

Advertisment

publive-image

୩. ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ ଅଧିକ ଓଜନ ଥିବା ବ୍ୟକ୍ତି ଗୋଟିଏ ପ୍ରକାର ଖାଦ୍ୟ ଖାଇବା ଉଚିତ୍‌ ନୁହେଁ। ଏହାଦ୍ୱାରା ସେମାନଙ୍କ ଓଜନ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ହୋଇଥାଏ। ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଦୈନନ୍ଦିନ ଖାଦ୍ୟରେ ପରିବର୍ତ୍ତନ କରନ୍ତୁ।

୪. କିଛି ଲୋକ କିଛି ନିର୍ଦ୍ଦିଷ୍ଟ ଖାଦ୍ୟକୁ ସବୁବେଳେ ଖାଇବାକୁ ଭଲ ପା’ନ୍ତି। ତେବେ ଏହା ଭଲ ନୁହେଁ। କାରଣ ଉକ୍ତ ଖାଦ୍ୟକୁ ମାତ୍ରାଧିକ ଖାଇଲେ, ଶରୀରରେ ତା’ର ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ଥାଏ। ହଳଦୀ ଖାଇବା ଭଲ, କିନ୍ତୁ ଏହାକୁ ଆବଶ୍ୟକତାଠାରୁ ଅଧିକ ଖାଇଲେ ଲିଭର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସେମିତି ସବୁବେଳେ ଜଙ୍କ୍ ଫୁଡ୍ ଖାଇଲେ ସ୍ୱାସ୍ଥ୍ୟ ଜନିତ ନାନା ପ୍ରକାରର ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।

୫. ସବୁଦିନେ ସମାନ ଖାଦ୍ୟ ଖାଇଲେ ଆପଣଙ୍କୁ ସିଲେକ୍ଟିଭ୍‌ ଇଟିଙ୍ଗ୍‌ ଡିଜ୍‌ଅର୍ଡର (ଏକ ପ୍ରକାର ରୋଗ) ହେବାର ଆଶଙ୍କା ରହିଥାଏ। ଏହି ରୋଗରେ ପୀଡ଼ିତ ହେଲେ ରୋଗୀ କିଛି ନିର୍ଦ୍ଦିଷ୍ଟ ଖାଦ୍ୟର ରଙ୍ଗ, ଗନ୍ଧ ଓ ସ୍ୱାଦକୁ ଘୃଣା କରିଥା’ନ୍ତି।