Advertisment

ଘରେ ପ୍ରସ୍ତୁତ କରନ୍ତୁ ‘ଏଗ୍‌ ବୋଟ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡାରେ ବିଭିନ୍ନ ପ୍ରକାର ରେସିପି ଆପଣ ଘରେ ତିଆରି କରୁଥିବେ। ଅଣ୍ଡା ଆମ୍‌ଲେଟ୍‌, ଭୁଜିଆ, ମସଲା ମିଶା ଭୁଜିଆ, ପକୋଡ଼ା ଓ ଅଣ୍ଡା ମସଲା ଇତ୍ୟାଦି। କିନ୍ତୁ କେବେ ‘ଏଗ୍‌ ବୋଟ୍‌’ ରେସିପିକୁ ଆପଣ ଘରେ ତିଆରି କରିଛନ୍ତି କି ? ତା’ହେଲେ ଆସନ୍ତୁ ଜାଣିବା ଅଣ୍ଡାର ଏହି ନୂଆ ରେସିପିକୁ ଘରେ କିପରି ତିଆରି କରିବେ। ଆବଶ୍ୟକୀୟ ସାମଗ୍ରୀ: ୪ଟି ଅଣ୍ଡା, ୪ଟି ହଟ୍‌ ଡଗ୍‌ସ ବା ଲମ୍ୱା ପାଓ, ୨ […]

author-image
Minati Mishra
ଘରେ ପ୍ରସ୍ତୁତ କରନ୍ତୁ ‘ଏଗ୍‌ ବୋଟ୍‌’

egg3

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡାରେ ବିଭିନ୍ନ ପ୍ରକାର ରେସିପି ଆପଣ ଘରେ ତିଆରି କରୁଥିବେ। ଅଣ୍ଡା ଆମ୍‌ଲେଟ୍‌, ଭୁଜିଆ, ମସଲା ମିଶା ଭୁଜିଆ, ପକୋଡ଼ା ଓ ଅଣ୍ଡା ମସଲା ଇତ୍ୟାଦି। କିନ୍ତୁ କେବେ ‘ଏଗ୍‌ ବୋଟ୍‌’ ରେସିପିକୁ ଆପଣ ଘରେ ତିଆରି କରିଛନ୍ତି କି ? ତା’ହେଲେ ଆସନ୍ତୁ ଜାଣିବା ଅଣ୍ଡାର ଏହି ନୂଆ ରେସିପିକୁ ଘରେ କିପରି ତିଆରି କରିବେ।

Advertisment

ଆବଶ୍ୟକୀୟ ସାମଗ୍ରୀ: ୪ଟି ଅଣ୍ଡା, ୪ଟି ହଟ୍‌ ଡଗ୍‌ସ ବା ଲମ୍ୱା ପାଓ, ୨ କପ୍‌ କଟା କ୍ୟାପସିକମ୍‌, ଗୋଟେ କପ୍‌ କଟା ପିଆଜ, ଗୋଟିଏ କଟା ହୋଇଥିବା ଲାଲ୍‌ ସିମଲା ଲଙ୍କା, ଧନିଆ ପତ୍ର, ଅଲିଭ୍‌ ଅଏଲ୍‌ ଓ ମିଓନିଜ୍‌ ୪ ଚାମଚ, ସ୍ୱାଦ ଅନୁସାରେ ଗୋଲମରିଚ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆପଣ ଓଭେନ୍‌କୁ ୧୮ ଡିଗ୍ରୀ ସେଲସିୟସ୍‌ରେ ପ୍ରିହିଟ୍‌ କରନ୍ତୁ। ଏହାପରେ ପାଓର ଉପର ଭାଗରୁ କିଛି ଅଂଶ କାଢ଼ି ଆଣନ୍ତୁ, ଯେମିତିକି ସେଥିରେ ଅଣ୍ଡା ମିଶା ମସଲା ରଖିହେବ।

Advertisment

ଏବେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ରଖନ୍ତୁ। ଏଥିରେ କାଟି ରଖିଥିବା ସିମଲା ଲଙ୍କା, କ୍ୟାପସିକମ୍‌, ପିଆଜ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଓ ଗୋଲମରି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଏହାପରେ ପାଓରେ ପ୍ରଥମେ ଅଲିଭ୍‌ ଅଏଲ୍‌ ଓ ମିଓନିଜ୍‌ ସସ୍‌ ମାରନ୍ତୁ। ଏବେ ସେଥିରେ ଅଣ୍ଡାର ମିଶ୍ରଣ ଭର୍ତ୍ତି କରନ୍ତୁ ଓ ଏହାକୁ ଓଭେନ୍‌ରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ପ୍ରିହିଟ୍‌ କରି ବେକ୍‌ କରନ୍ତୁ।

୧୫ରୁ ୨୦ ମିନିଟ୍‌ ବେକ୍‌ ହୋଇସାରିବା ପରେ ଏହାକୁ ଓଭେନ୍‌ରୁ ବାହାର କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ଏଗ୍‌ ବୋଟ୍‌’। ଏହାପରେ ଆପଣ ଏହା ଉପରେ ନିଜ ମନ ପସନ୍ଦର ସସ୍‌ ପକାଇ ନିଜେ ଖାଇ ପାରିବେ।