Advertisment

ଅଣ୍ଡା ଖୋଳପାରେ ଲୁଚି ରହିଛି ବିୟୁଟି ସିକ୍ରେଟ୍‌: ଜାଣନ୍ତୁ ବ୍ୟବହାରର ଉପାୟ

ଅଣ୍ଡା ଖୋଳକୁ ଆମେ ଫୋପାଡ଼ି ଦିଅନ୍ତି। ଏହା ଏକ ସାଧାରଣ କଥା। କିନ୍ତୁ ଆଜିର ଏହି ଲେଖାଟି ପଢ଼ିଲା ପରେ ଆପଣ ଆଉ ଅଣ୍ଡା ଖୋଳପାକୁ ଡଷ୍ଟବିନ୍‌ରେ ଫୋପାଡ଼ିବେ ନାହିଁ। ଅଣ୍ଡା ଖୋଳପା ଆପଣଙ୍କ ସୌନ୍ଦର୍ଯ୍ୟକୁ ଦୁଇ ଗୁଣା କରିପାରିବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ତା’ହେଲେ ଆସନ୍ତୁ ଜାଣିବା ଅଣ୍ଡା ଖୋଳପା ସହ ଜଡ଼ିତ କିଛି ବିୟୁଟି ଟିପ୍ସ ବିଷୟରେ। – ଅଣ୍ଡା ଖୋଳପାକୁ ଧୋଇ ତାର ପାଉଡ଼ର ପ୍ରସ୍ତୁତ କରନ୍ତୁ। ଏହି ପାଉଡ଼ରକୁ […]

ଅଦ୍ୟତନ ହୋଇଛି
ଅଣ୍ଡା ଖୋଳପାରେ ଲୁଚି ରହିଛି ବିୟୁଟି ସିକ୍ରେଟ୍‌: ଜାଣନ୍ତୁ ବ୍ୟବହାରର ଉପାୟ
Advertisment

ଅଣ୍ଡା ଖୋଳକୁ ଆମେ ଫୋପାଡ଼ି ଦିଅନ୍ତି। ଏହା ଏକ ସାଧାରଣ କଥା। କିନ୍ତୁ ଆଜିର ଏହି ଲେଖାଟି ପଢ଼ିଲା ପରେ ଆପଣ ଆଉ ଅଣ୍ଡା ଖୋଳପାକୁ ଡଷ୍ଟବିନ୍‌ରେ ଫୋପାଡ଼ିବେ ନାହିଁ। ଅଣ୍ଡା ଖୋଳପା ଆପଣଙ୍କ ସୌନ୍ଦର୍ଯ୍ୟକୁ ଦୁଇ ଗୁଣା କରିପାରିବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ତା’ହେଲେ ଆସନ୍ତୁ ଜାଣିବା ଅଣ୍ଡା ଖୋଳପା ସହ ଜଡ଼ିତ କିଛି ବିୟୁଟି ଟିପ୍ସ ବିଷୟରେ।

Advertisment

- ଅଣ୍ଡା ଖୋଳପାକୁ ଧୋଇ ତାର ପାଉଡ଼ର ପ୍ରସ୍ତୁତ କରନ୍ତୁ। ଏହି ପାଉଡ଼ରକୁ ଅଣ୍ଡା କେଶର ସହ ମିଶାଇ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁଁହରେ ଲଗାଇବା ଦ୍ୱାରା ତ୍ୱଚାର କୋମଳତା ବଢ଼ିଥାଏ। ତ୍ୱଚାରେ ଚମକ ଆସେ। ଏହି ପ୍ୟାକକୁ ସପ୍ତାହରେ ଦୁଇ ତିନି ଥର ନିଶ୍ଚିତ ଭାବେ ଲଗାନ୍ତୁ।

- ଅନେକଙ୍କ ଦାନ୍ତ ହଳଦିଆ ଦେଖାଯାଏ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଥିଲେ ଅଣ୍ଡା ଖୋଳପାକୁ ଭଲ ଭାବେ ଗୁଣ୍ଡ କରି ଏହି ପାଉଡରକୁ ପ୍ରତିଦିନ ଦାନ୍ତରେ ଘସିଲେ ଦାନ୍ତରେ ଚମକ ଆସିବ।

Advertisment

- ଆପଣଙ୍କ ତ୍ୱଚା ଅଧିକ କୋମଳ ହୋଇଥିଲେ ଓ ଏଥିରେ ଜ୍ୱଳନ ସମସ୍ୟା ଲାଗି ରହିଥିଲେ ଅଣ୍ଡା ଖୋଳପାରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଲଗାନ୍ତୁ। ଅଣ୍ଡା ଖୋଳପାରେ ଆଣ୍ଟି ଇନ୍‌ଫ୍ଲାମାଟୋରୀ ଗୁଣ ରହିଥାଏ ଯାହା ସଂକ୍ରମଣ ଓ ତ୍ୱଚା ସମ୍ୱନ୍ଧୀୟ ସମସ୍ୟାକୁ କମ୍ କରିଥାଏ। ଏହି ଫେସ୍‌ପ୍ୟାକକୁ ପ୍ରସ୍ତୁତ କରିବା ପାଇଁ ଅଣ୍ଡା ଖୋଳପାକୁ ଗୁଣ୍ଡ କରି ସେଥିରେ ଆପେଲ ସାଇଡର ଭିନେଗାରକୁ ମିଶାନ୍ତୁ। ଏହି ମିଶ୍ରଣକୁ ୫ରୁ ୬ଦିନ ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ। ତୁଳା ସାହାଯ୍ୟରେ ଏହି ମିଶ୍ରଣକୁ ଚେହେରାରେ ଲଗାନ୍ତୁ। ଏହାର ପ୍ରଭାବ ଆପଣ ନିଜେ ଅନୁଭବ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe