Advertisment

ଅଧିକ ଲୁଣ ଖାଉଛନ୍ତି କି? ସାବଧାନ୍ ରୋଗରେ ପଡ଼ିପାରନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟରେ ଲୁଣ ସ୍ୱାଦ ବଢ଼ାଇଥାଏ। ହେଲେ ଏହି ଲୁଣକୁ ଯଦି ଆମେ ଅଧିକ ମାତ୍ରାରେ ଖାଇବା ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏହା ଉଚ୍ଚ ରକ୍ତଚାପର କାରଣ ହୋଇପାରେ। ତେଣୁ ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ଏହାକୁ ସତର୍କତାର ସହିତ ବ୍ୟବହାର କରିବା ଉଚିତ୍। କେବଳ ଏତିକି ନୁହେଁ, ଲୁଣ କିଡନୀ ସହିତ ଜଡ଼ିତ ଅନେକ ରୋଗ ମଧ୍ୟ ସୃଷ୍ଟି କରିପାରେ। କିଛି ଗବେଷଣାରୁ ଜଣାପଡ଼ିଛି ଯେ ଲୁଣ ରୋଗ ପ୍ରତିରୋଧକ […]

author-image
Chinmayee Roy
ଅଧିକ ଲୁଣ ଖାଉଛନ୍ତି କି? ସାବଧାନ୍ ରୋଗରେ ପଡ଼ିପାରନ୍ତି

salt

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟରେ ଲୁଣ ସ୍ୱାଦ ବଢ଼ାଇଥାଏ। ହେଲେ ଏହି ଲୁଣକୁ ଯଦି ଆମେ ଅଧିକ ମାତ୍ରାରେ ଖାଇବା ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏହା ଉଚ୍ଚ ରକ୍ତଚାପର କାରଣ ହୋଇପାରେ। ତେଣୁ ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ଏହାକୁ ସତର୍କତାର ସହିତ ବ୍ୟବହାର କରିବା ଉଚିତ୍। କେବଳ ଏତିକି ନୁହେଁ, ଲୁଣ କିଡନୀ ସହିତ ଜଡ଼ିତ ଅନେକ ରୋଗ ମଧ୍ୟ ସୃଷ୍ଟି କରିପାରେ। କିଛି ଗବେଷଣାରୁ ଜଣାପଡ଼ିଛି ଯେ ଲୁଣ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ନଷ୍ଟ କରିଥାଏ। ଯଦି ଆପଣ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିବାକୁ କିମ୍ବା ଅଧିକ ଲୁଣିଆ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତେବେ ସାବଧାନ ରୁହନ୍ତୁ।

Advertisment

publive-imageଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିବା ପରିବର୍ତ୍ତେ, ବିଭିନ୍ନ ଋତୁରେ ଉପଲବ୍ଧ ଅନ୍ୟ ବିକଳ୍ପଗୁଡ଼ିକୁ ବ୍ୟବହାର କରନ୍ତୁ। ଆପଣ ଲୁଣ ବଦଳରେ ଲେମ୍ବୁ ପାଉଡର, ଆମ୍ବଚୁର ପାଉଡର, ଜୁଆଣି, ଗୋଲମରିଚ ଏବଂ ଓରେଗାନୋ ପତ୍ର ବ୍ୟବହାର କରିପାରିବେ।

ଖାଦ୍ୟ ରୋଷେଇ କରିବାବେଳେ ମଝିରେ ଲୁଣ ପକାଇବା ପରିବର୍ତ୍ତେ, ରୋଷେଇ ଶେଷ ହେବାପରେ ଲୁଣ ପକାନ୍ତୁ। ଏଭଳି କରିବା ଦ୍ୱାରା ଅଳ୍ପ ଲୁଣ ବ୍ୟବହାର ହେବ।

Advertisment

publive-imageପ୍ରାୟ ଲୋକ ଖାଦ୍ୟ ସହ ପାମ୍ପଡ଼, ଆଚାର, ସସ୍, ଚଟଣି କିମ୍ବା ନମକିନ୍ ଜିନିଷ ଲଗାଇ କାଇବାକୁ ଭଲ ପାଆନ୍ତି। ଏଗୁଡ଼ିକରେ ଲୁଣର ପରିମାଣ ଅଧିକ ଥାଏ। ତେଣୁ ଏଗୁଡ଼ିକ ପାଟିକୁ ସୁଆଦିଆ ଲାଗେ ସତ ହେଲେ ରକ୍ତଚାପ ପାଇଁ ବଡ଼ କ୍ଷତିକାରକ।  ତେଣୁ ଯେତେ ସମ୍ଭବ ଏଗୁଡ଼ିକ କମ୍ ଖାଆନ୍ତୁ।

କିଛି ଲୋକ କେବଳ ତରକାରୀ ନୁହେଁ ଅନ୍ୟ ଜିନିଷ ଯେପରିକି, ପୁରୀ, ପିଠା, ଭାତ, ରୁଟି ଓ ସାଲାଡ୍‌ରେ ବି ଲୁଣ ପକାଇ ଖାଆନ୍ତି। ଏଗୁଡ଼ିକ ବିନା ଲୁଣରେ ମଧ୍ୟ ଖାଇହେବ। ଏଥିରେ ଲୁଣ ପକାଇଲେ ଏହାର ପ୍ରାକୃତିକ ମିଠାପଣ ନଷ୍ଟ ହୋଇଯାଏ।