ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାମରୁ ଟିକେ ଫୁର୍ସତ୍ ମିଳିଲେ, ମନକୁ ହାଲ୍କା କରିବାକୁ ଅନେକ ଲୋକ ଇଅରଫୋନ୍ ଲଗାଇ ଗୀତ ଶୁଣିବାକୁ ଭଲ ପାଆନ୍ତି। କେହି କେହି ମୋବାଇଲ୍ ଫୋନ୍ରେ କଥା ହେବା ବେଳେ ଇଅର୍ଫୋନ୍ ଲଗାନ୍ତି। ତେବେ ଆଜିର ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ଇଅରଫୋନ୍ ଲଗାଇ ମୋବାଇଲ୍ ଫୋନ୍ରେ କଥା ହେଉଛନ୍ତି ବା ଗୀତ ଶୁଣୁଥିବା ଦେଖିବାକୁ ମିଳୁଛି। ଏହା ଆଦୌ ଭଲ ନୁହେଁ। ଏହା ବହୁତ କ୍ଷତିକାରକ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଅଧିକ ସମୟ ଇଅରଫୋନ୍ ବ୍ୟବହାର କଲେ କେଉଁ ସବୁ ସମସ୍ୟା ଦେଖାଯାଏ।
୧. ଶ୍ରବଣଶକ୍ତି ହ୍ରାସ ପାଏ
୨. ହୃଦ୍ରୋଗ ଆଶଙ୍କା ବଢ଼େ
୩. ମୁଣ୍ଡରେ ଯନ୍ତ୍ରଣା ହୁଏ
ଇଅରଫୋନ୍ରୁ ବାହାରୁଥିବା ବିଦ୍ୟୁତ୍ ଚୁମ୍ୱକୀୟ ତରଙ୍ଗ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାର ପ୍ରଭାବରେ ଭଲ ନିଦ ହୁଏ ନାହିଁ। ତା’ସହିତ ମୁଣ୍ଡରେ ଯନ୍ତ୍ରଣା ହୁଏ।
୪. କାନ ସଂକ୍ରମିତ ହୁଏ
ନିଜ ଇଅରଫୋନ୍ ଆଉ କାହାକୁ ଦିଅନ୍ତୁ ନାହିଁ କି ଅନ୍ୟମାନେ ବ୍ୟବହାର କରୁଥିବା ଇଅରଫୋନ୍କୁ ଆପଣ ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ଦ୍ୱାରା କାନ ସଂକ୍ରମିତ ହେବାର ଆଶଙ୍କା ଥାଏ। ତେଣୁ ଏଥିପ୍ରତି ଯତ୍ନବାନ ହୁଅନ୍ତୁ।
ଯଦି ଆପଣ ଏସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତା’ହେଲେ କେବଳ ଆବଶ୍ୟକ ପଡ଼ିଲେ ଇଅରଫୋନ୍ ବ୍ୟବହାର କରନ୍ତୁ। ସେହିଭଳି ବଜାରରେ ମିଳୁଥିବା ଶସ୍ତା କ୍ୱାଲିଟିର ଇଅରଫୋନ୍ ବ୍ୟବହାର କରନ୍ତୁ ନାହିଁ।