ଜାଣନ୍ତୁ କେମିତି କରାଯାଏ ଫେସିଆଲ୍

ଭୁବନେଶ୍ୱର: ମୁହଁର ଯତ୍ନ ନିମନ୍ତେ ଫେସିଆଲ୍‌ ଏକ ଆଧୁନିକ ଉପଚାର। ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିଥାଏ। ଫେସିଆଲ୍‌ରେ ତ୍ୱଚାକୁ ପରିଷ୍କାର କରିବା ସହ ମାଲିସ୍‌, ବାମ୍ଫ ଉପଚାର ଓ ପ୍ୟାକ୍ ବ୍ୟବହାର କରିବାର ବିଧି ଥାଏ। ବର୍ତ୍ତମାନ ଅଧିକାଂଶ ବିଉଟି ପାର୍ଲରରେ ଫେସିଆଲ୍ କରାଯାଉଛି। ତେବେ ଫେସିଆଲ୍ ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ରଖିପାରିଲେ ଆପଣ ଖୁବ୍‌ କମ୍‌ ଖର୍ଚ୍ଚରେ ଏହାକୁ ଘରେ ବି କରିପାରିବେ। କେମିତି କରିବେ […]

facial

Rakesh Mallick
  • Published: Friday, 04 November 2016
  • , Updated: 04 November 2016, 03:07 PM IST

ଭୁବନେଶ୍ୱର: ମୁହଁର ଯତ୍ନ ନିମନ୍ତେ ଫେସିଆଲ୍‌ ଏକ ଆଧୁନିକ ଉପଚାର। ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିଥାଏ। ଫେସିଆଲ୍‌ରେ ତ୍ୱଚାକୁ ପରିଷ୍କାର କରିବା ସହ ମାଲିସ୍‌, ବାମ୍ଫ ଉପଚାର ଓ ପ୍ୟାକ୍ ବ୍ୟବହାର କରିବାର ବିଧି ଥାଏ। ବର୍ତ୍ତମାନ ଅଧିକାଂଶ ବିଉଟି ପାର୍ଲରରେ ଫେସିଆଲ୍ କରାଯାଉଛି। ତେବେ ଫେସିଆଲ୍ ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ରଖିପାରିଲେ ଆପଣ ଖୁବ୍‌ କମ୍‌ ଖର୍ଚ୍ଚରେ ଏହାକୁ ଘରେ ବି କରିପାରିବେ।

କେମିତି କରିବେ ଫେସିଆଲ୍?

ପ୍ରଥମେ ମୁହଁକୁ ପରିଷ୍କାର କରନ୍ତୁ। ତା’ପରେ କ୍ଲିନ୍‌ଜିଂ କରିପାରନ୍ତି। ଏହା ପରେ ମୃତ କୋଷକୁ ପରିଷ୍କାର କରିବା ପାଇଁ ସ୍କ୍ରବ୍ ଲଗାଇ କିଛି ସମୟ ଏହାକୁ ଛଡ଼ାନ୍ତୁ। ଯଦି ଚେହେରାରେ ବ୍ଲାକ୍‌ ହେଡ୍‌ସ ଥାଏ, ତା’ହେଲେ ମୁହଁକୁ କୌଣସି  କ୍ରିମ୍‌ରେ ମାଲିସ୍‌ କରନ୍ତୁ। ତା’ପରେ ମୁହଁରେ ବାମ୍ଫ ଦେଇ ବ୍ଲାକ୍ ହେଡ୍‌ସ ରିମୁଭର ଲଗାଇ ତାକୁ ବାହାର କରନ୍ତୁ। ବ୍ଲାକ୍‌ ହେଡ୍‌ସ ଯଦି ଅଧିକ  ଥାଏ, ତାହାହେଲେ ଏହାକୁ ଘରେ ବାହାର ନକରି କ୍ଲିନିକ୍‌ ବା ପାର୍ଲର ଯାଆନ୍ତୁ। କାରଣ ଅଧିକ ବ୍ଲାକ୍‌ ହେଡ୍‌ସକୁ ଘରେ କାଢ଼ିଲେ ଦାଗ ହୋଇପାରେ। କ୍ଲିନିକ୍‌ରେ ଏହାର ଓଜେନ୍‌ ଟ୍ରିଟ୍‌ମେଣ୍ଟ୍‌ କରାଯାଇଥାଏ। ଓଜୋନ ଲୋମ ଛିଦ୍ର ଖୋଲିବାରେ ସାହାଯ୍ୟ କରେ। ଯାହାଦ୍ୱାରା ବ୍ଲାକ୍ ହେଡ୍‌ସ ଆରାମରେ ବାହାରିଯାଇଥାଏ। ଥରେ କ୍ଲିନିକ୍‌ରେ ବ୍ଲାକ୍‌ ହେଡ୍‌ସ  ବାହାର କରି ପ୍ରତ୍ୟେହ ସ୍କ୍ରବ୍‌ ବ୍ୟବହାର କଲେ ଆଉ ବ୍ଲାକ୍ ହେଡ୍‌ସ ହେବ ନାହିଁ। ଏହି ସ୍କ୍ରବ୍ ଆମେ ନିଜେ ଘରେ ତିଆରି କରିପାରିବା। ନହେଲେ ଆପଣ ଏହାକୁ ବଜାରରୁ କିଣିପାରନ୍ତି। ମସୁର, ହରଡ଼ ଓ ଚଣା ଡାଲିକୁ ସମାନ ପରିମାଣରେ ନେଇ ପେଷନ୍ତୁ। ସେଥିରେ  କମଳା ଚୋପା ପାଉଡ଼ର, ମୁଲତାନୀ ମାଟି, କେଲାମାଇନ୍‌ ପାଉଡର, ଚନ୍ଦନ ପାଉଡର ଓ ହଳଦିଗୁଣ୍ଡ ମିଶାନ୍ତୁ। ଯେତେବେଳେ ଏହି ପାଉଡର ବ୍ୟବହାର କରିବେ,  ଯେକୌଣସି ପରିବା, ଫଳ ବା ଜୁସ୍‌ ସହ ମିଶାଇ ମୁହଁରେ ଲଗାନ୍ତୁ। ଏହି ପରି ବିଭିନ୍ନ ସ୍କ୍ରବ୍ ହାତରେ ତିଆରି କରିପାରିବେ।

ଫେସିଆଲ୍ କଲା ବେଳେ ଏହି ଜିନିଷଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ

୧-ସର୍ବଦା ତ୍ୱଚା ଅନୁସାରେ ଫେସିଆଲ୍ କରନ୍ତୁ। ତ୍ୱଚାକୁ ଅଧିକ ଦିନ ପର୍ଯ୍ୟନ୍ତ ଉଜ୍ଜଳ ରଖିବା ପାଇଁ ଡିଲକ୍ସ ଫେସିଆଲ୍ କରନ୍ତୁ। ଏହି ଫେସିଆଲ୍‌ରେ ମସାଜ୍‌ କରି ଓଜୋନ୍ ନିଆଯାଏ। ଯାହା ଫଳରେ ରକ୍ତ ପ୍ରବାହ ବଢ଼େ। ଏହି ଫେସିଆଲ୍‌ ଦ୍ୱାରା ତ୍ୱାଚା ବେଶ୍‌ କିଛିଦିନ ପର୍ଯ୍ୟନ୍ତ ଉଜ୍ଜଳ ରହେ।

୨-ତ୍ୱଚା ସାମାନ୍ୟ ଶୁଷ୍କ ହୋଇଥିଲେ ଫ୍ରୁଟ୍‌ ଫେସିଆଲ୍‌ କରନ୍ତୁ। ଫ୍ରୁଟ୍‌ କ୍ରିମ୍‌କୁ ମୁହଁରେ ମାଲିସ କରନ୍ତୁ। ଘରେ ବି ଫ୍ରୁଟ୍‌ ଫ୍ରେସ୍‌ କ୍ରିମ୍‌ ଓ ଫ୍ରୁଟ ପ୍ୟାକ୍‌ ଦ୍ୱାରା ଫେସିଆଲ୍‌ କରି ହେବ। ତ୍ୱଚା ଅଏଲୀ ହୋଇଥିଲେ ଅରେଞ୍ଜ ଫେସିଆଲ୍‌ କରନ୍ତୁ। ଏଥିରେ କମଳା ରସ ବ୍ୟବହାର କରାଯାଏ। ଏହା ଦ୍ୱାରା ତ୍ୱଚାର ରଙ୍ଗ ଫିଟି ଥାଏ।

୩-ତ୍ୱଚା ସମ୍ବେଦନଶୀଳ ହୋଇଥିଲେ ଗୋଲାପ ପାଖୁଡ଼ାରେ ତିଆରି କ୍ରିମ୍ ପ୍ୟାକ୍ ବ୍ୟବହାର କରନ୍ତୁ। ଏହି ପ୍ୟାକ୍ ତ୍ୱଚାକୁ ଗୋଲାପି ଓ କୋମଳ କରାଏ। ତ୍ୱଚା ନିସ୍ତେଜ ହୋଇଯାଇଥିଲେ କୁକୁମ୍ବର ଫେସିଆଲ୍ କରନ୍ତୁ। ଗରମ ଦିନରେ କାକୁଡ଼ି ଦ୍ୱାରା ହେଉଥିବା ଫେସିଆଲ୍ ତ୍ୱଚା ପାଇଁ ଲାଭପ୍ରଦ। ଏହା ଅତିରିକ୍ତ ଅଏଲୀ ସ୍କିନ୍‌ ପାଇଁ ଲାଭପଦ। ଏହା ମୁହଁର ରଙ୍ଗକୁ ଉଜ୍ଜଳ କରେ।

୪- ଯେକୌଣସି ସ୍କ୍ରବ୍ ଲଗାଇବା ପରେ ତ୍ୱଚାକୁ ମାଲିସ୍‌ କରନ୍ତୁ। ଅଏଲୀ ସ୍କିନ୍ ହୋଇଥିଲେ ଅଏଲ୍ ମସାଜ ନକରି ହାଇଡ୍ରୋ ମସାଜ କରନ୍ତୁ। ଯାହା ୱାଟର କେସ ଯୁକ୍ତ। ଆଉ ଏଥିରେ ଫ୍ରୁଟ ଜେଲ ମଧ୍ୟ ପ୍ରୟୋଗ କରାଯାଇଥାଏ। କିନ୍ତୁ ଶୁଷ୍କ ଓ ସ୍ୱାଭାବିକ ତ୍ୱଚା ପାଇଁ ଅଏଲ୍‌ ମସାଜ କରିବା ଉଚିତ୍। ଅଏଲ୍‌ ମସାଜ କରିବା ସମୟରେ  ସନ୍‌ଫ୍ଲାୱାର, ସୋୟା,ଓଲିଭ୍‌, ବାଦାମ ଓ ଓରମା ଅଏଲ୍‌ ଆଦି ପ୍ରୟୋଗ କରିପାରନ୍ତି। ତା’ପରେ ମୁହାଁରେ ବାମ୍ପ ଦିଅନ୍ତୁ। ଏହାଦ୍ୱାରା ଲୋମଛିଦ୍ର ଖୋଲିଯିବ।

୫-ବାମ୍ଫ ଉପଚାର ନ କଲେ ଥଣ୍ଡା ପାଣିରେ ପଟି ଦେଇ ତ୍ୱଚାକୁ ସତେଜ କରିପାରନ୍ତି। ଏହାପରେ ମୁହଁକୁ ପରିଷ୍କାର କରି ଯେକୌଣସି ହରବାଲ୍ ପ୍ୟାକ୍‌ ଲଗାନ୍ତୁ। ଯଦି ହରବାଲ୍ ସ୍କ୍ରବ୍  କିଣୁ ଥାଆନ୍ତି ତା’ହେଲେ ସେଥିରେ ଲେଖାଯାଇଥିବା ସମସ୍ତ ନୀତି ନିୟମକୁ କଡ଼ାକଡି ଭାବରେ ପାଳନ କରନ୍ତୁ। ୧୫ରୁ୨୦ ମିନିଟ୍‌ ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ମୁହାଁରେ ମଶ୍ଚରାଇଜର ଲଗାନ୍ତୁ।

୬-ହାଲକା ବାତାବରଣରେ ବସି ଫେସିଆଲ୍ କରନ୍ତୁ। ଶୀଘ୍ର ଶୀଘ୍ର ଫେସିଆଲ୍‌ କରିବାର ଚିନ୍ତା ମନରେ ରଖନ୍ତୁ ନାହିଁ। ହାତରେ ସମୟ ରଖି ଚିନ୍ତାଶୂନ୍ୟ ମନରେ ଧୀର ସ୍ଥିର ଭାବରେ ଫେସିଆଲ୍ କରନ୍ତୁ। ଫେସିଆଲ୍‌ର କିଛି ସମୟ ପାଇଁ ସୂର୍ଯ୍ୟ କିରଣରେ ବାହାରକୁ ଯାଆନ୍ତୁ ନାହିଁ। ପାର୍ଟି ଆଦି ଥିଲେ ଗୋଟିଏ ଦିନ ପୂର୍ବରୁ ଫେସିଆଲ କରନ୍ତୁ।

ଟିପ୍ସ- ସୁଚିତ୍ରା ବାରିକ (ଜସ୍ମିନ ବ୍ୟୁଟିକେୟାର)

Related story