ମେକ୍‌ଅପ୍‌କୁ ନେଇ ଏମିତି ଭୁଲ୍‌ ଧାରଣା ଆପଣଙ୍କର ଅଛି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍ ଅପକୁ ନେଇ ଅନେକ ଉପଦେଶ ଶୁଣିବାକୁ ମିଳିଥାଏ । କାହା କଥା ଶୁଣିବୁ ଆଉ କାହା କଥା ବିଶ୍ୱାସ କରିବୁ ତାକୁ ନେଇ ଆମେ ଦ୍ୱନ୍ଦ୍ୱରେ ପଡ଼ିଥାଉ। ଏସବୁ ଦ୍ୱନ୍ଦ୍ୱ ମଧ୍ୟରେ ଅନେକ ପ୍ରକାର ଭୁଲ୍‌ ଧାରଣା ଆମ ମନରେ ରହିଯାଏ। ତେଣୁ ଆପଣଙ୍କ ଭିତରେ ମେକ୍‌ଅପ୍‌କୁ ନେଇ ଥିବା ଦ୍ୱନ୍ଦକୁ ଆମେ ଦୂର କରିବାକୁ ଯାଉଛୁ। ପଢ଼ନ୍ତୁ କାହିଁକି ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । ୧- ମେକ୍‌ଅପ୍‌ ସାମଗ୍ରୀର ଏକ୍ସପାୟାରି ଡେଟ୍‌ ନ […]

m11

Rosalin Rath
  • Published: Sunday, 10 March 2019
  • , Updated: 10 March 2019, 02:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍ ଅପକୁ ନେଇ ଅନେକ ଉପଦେଶ ଶୁଣିବାକୁ ମିଳିଥାଏ । କାହା କଥା ଶୁଣିବୁ ଆଉ କାହା କଥା ବିଶ୍ୱାସ କରିବୁ ତାକୁ ନେଇ ଆମେ ଦ୍ୱନ୍ଦ୍ୱରେ ପଡ଼ିଥାଉ। ଏସବୁ ଦ୍ୱନ୍ଦ୍ୱ ମଧ୍ୟରେ ଅନେକ ପ୍ରକାର ଭୁଲ୍‌ ଧାରଣା ଆମ ମନରେ ରହିଯାଏ।

ତେଣୁ ଆପଣଙ୍କ ଭିତରେ ମେକ୍‌ଅପ୍‌କୁ ନେଇ ଥିବା ଦ୍ୱନ୍ଦକୁ ଆମେ ଦୂର କରିବାକୁ ଯାଉଛୁ। ପଢ଼ନ୍ତୁ କାହିଁକି ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୁଏ ।

୧- ମେକ୍‌ଅପ୍‌ ସାମଗ୍ରୀର ଏକ୍ସପାୟାରି ଡେଟ୍‌ ନ ଥାଏ

ଆପଣ କ’ଣ ମେକ୍‌ଅପ୍‌ ସାମଗ୍ରୀ କିଣିଲା ବେଳେ ଏହାର ଏକ୍ସପାୟାରି ଡେଟ ଦେଖି  କିଣୁଛନ୍ତି ? ଅନେକ କୁହନ୍ତି, ମେକ୍‌ଅପ୍‌ ସାମଗ୍ରୀର କୌଣସି ଏକ୍ସପାୟାରି ଡେଟ ନ ଥାଏ। ଆମେ ମଧ୍ୟ ଅନେକ ସମୟରେ ମନ ପସନ୍ଦର ଜିନିଷ ଦେଖିଲା ପରେ ତାର ବ୍ୟବହାର କରିବାର ଶେଷ ତାରିଖ ଦେଖିନଥାଉ। କିନ୍ତୁ ଏହା ଏକ ଭୁଲ ଧାରଣା। ସବୁ ମେକ୍‌ଅପ୍‌ ସାମଗ୍ରୀର ବ୍ୟବହାର କରିବାର ଶେଷ ତାରି‌ଖ ଥାଏ ଏବଂ ତାହା ଲେଖା ମଧ୍ୟ ହୋଇଥାଏ।

୨- ସବୁ ଦାମି ଜିନିଷ ଭଲ ହୋଇଥାଏ
ଆମେ ସବୁବେଳେ ଏହା ଭାବୁ ଯେ ଦାମିକା ଜିନିଷ ସବୁଠାରୁ ଭଲ ହୋଇଥାଏ। କିନ୍ତୁ ଏହା ଠିକ ନୁହେଁ। ତେଣୁ ଯେତେବେଳେ ବି ସାମଗ୍ରୀ କିଣିବେ ଦାମ ସହ ତାହା କେଉଁ କମ୍ପାନିର,  ଭଲରେ ପରଖି କିଣିବା ଅବଶ୍ୟକ। ନ ହେଲେ ଆପଣଙ୍କୁ ଦୋକାନୀ ଠକି ଦେଇ ପାରେ। ଆଉ ଅଧିକ ଦାମ୍‌ ଦେଇ କିଣିଥିବା ଜିନିଷ ବ୍ୟବହାର କରି ଆପଣ ଅସୁବିଧାରେ ପଡ଼ିପାରନ୍ତି।

୩- ଗାଲ ଏବଂ ମଥାକୁ ମ୍ୟାଚ୍‌ କରି ଫାଉଣ୍ଡେସନ୍‌ କିଣିବା
ଫାଉଣ୍ଡେସନ୍‌ କିଣିବା ଏକ କଷ୍ଟକର ବ୍ୟାପାର। ଆମେ ସବୁବେଳେ ଫାଉଣ୍ଡେସନ୍‌ କିଣିଲାବେଳେ ଦ୍ୱନ୍ଦ୍ୱରେ  ପଡ଼ିଥାଉ। ଏହା ଆପଣଙ୍କ ଚେହେରାକୁ ପୂରା ସଜାଡ଼ି ପାରେ ଏବଂ ବିଗାଡ଼ି ମଧ୍ୟ ପାରେ। ତେଣୁ  ଗାଲ ଏବଂ ବେକକୁ ମ୍ୟାଚ୍‌ କରୁଥିବା ଫାଉଣ୍ଡେସନ୍‌ ନ କିଣି ପ୍ରାକୃତିକ ଉପାୟରେ ଫାଉଣ୍ଡେସନ୍‌ ପ୍ରସ୍ତୁତ କରନ୍ତୁ ।

୪- ଫାଉଣ୍ଡେସନ୍‌ ଚେକ୍‌ କରିବା ପାଇଁ ଆଙ୍ଗୁଠି ହିଁ ଠିକ୍‌ ଭାବୁ।
ଫାଉଣ୍ଡେସନ୍‌ କିଣିଲା ବେଳେ ସବୁବେଳେ ଆମେ ଆଙ୍ଗୁଠିରେ ଲଗାଇ ଚେକ୍‌ କରିଥାଉ। ହେଲେ ଏହା ଏକ ଭୁଲ୍‌ ଧାରଣା। ଆଙ୍ଗୁଠିରେ ଫାଉଣ୍ଡେସନ ଲଗାଇଲା ବେଳେ ଅଜାଣତରେ ଆମେ  ଅଧିକା ଲଗାଇ ଦେଇଥାଉ। ତେଣୁ ଫାଉଣ୍ଡେସନ୍‌ ଲଗାଇଲା ବେଳେ ସବୁବେଳେ ବ୍ରଶ୍‌ର ବ୍ୟବହାର କରନ୍ତୁ।

୫- ତେଲିଆ ତ୍ୱଚା ପାଇଁ ପାଉଡର୍‌ ଠିକ୍‌
ଆମେ ସବୁବେଳେ ଭାବୁ ଯେ ତେଲିଆ ତ୍ୱଚା ପାଇଁ ପାଉଡର୍‌ ଲଗାଇବା ଭଲ । ଆପଣ ମଧ୍ୟ ଅନ୍ୟମାନଙ୍କ କଥାରେ ପଡ଼ି ମୁହଁରେ ପାଉଡର ଲଗାଇଥିବେ। ହେଲେ ଜାଣି ରଖନ୍ତୁ, ପାଉଡର୍‌ ଲଗାଇବା ଦ୍ୱାରା ଆମେ ମୁହଁକୁ ବାହାରୁ ପରିଷ୍କାର କରିଦେଉ। ଭିତରୁ ଏହା ପରିଷ୍କାର ହୋଇ ନଥାଏ। ତେଣୁ  ଆପଣ ପାଉଡର ବଦଳରେ Primers ବ୍ୟବହାର କରିପାରିବେ।

୬- ମସ୍କରାକୁ ସେତେବେଳେ ଫୋପାଡ଼ିବା ଦରକାର ଯେତେବେଳେ ତାହା ଶୁଖି ଯାଇଥିବ
ଆମେ ପ୍ରାୟ ମସ୍କରା ସୁଖି ସାରିଲା ପରେ ଫୋପାଡ଼ି ଦେଇଥାଉ। କିନ୍ତୁ ଏହା ଠକ ନୁହେଁ।  ଶୁଖିଲା ପରେ ନୁହେଁ ବରଂ ଏକ୍ସପାୟାରି ଡେଟ୍‌ ସରିଗଲା ପରେ ଏହାକୁ ଫୋପାଡିବା ଦରକାର । କାରଣ ଏକ୍ସପାୟାରି ଡେଟ୍‌ ସରି ଯାଇଥିବା ମସ୍କରାଳଗାଇଲେ ଆପଣଙ୍କ ଆଖି ଉପରେ ଏହା ପ୍ରଭାବ ପକାଇପାରେ।

Related story