diwali
ମନରେ ନୂଆ ଆଶା, ବିଶ୍ୱାସ ଓ ଉତ୍ସାହ ଭରିବାର ପର୍ବ ହେଉଛି ଦୀପାବଳି। ବିଜୟ, ସତ୍ୟ ଓ ଆଲୋକର ପର୍ବ ଭାବେ ଦୀପାବଳିର ସର୍ବାଧିକ ମହତ୍ୱ ରହିଛି। ଏଣୁ ଲୋକେ ଏହି ଅବସରକୁ ମନ ଖୋଲି ପାଳନ କରିବାକୁ ଚାହିଁଥାନ୍ତି। ଘରର ସଫେଇ ଓ ସାଜସଜ୍ଜାଠାରୁ ରୂପସଜ୍ଜା ପର୍ଯ୍ୟନ୍ତ ସବୁ ଦିଗରେ ଧ୍ୟାନ ଓ ଧନ ଖର୍ଚ୍ଚ କରିଥାନ୍ତି। ଭଳି କି ଭଳି ରଙ୍ଗିନ ଆଲୋକମାଳାରେ ଘରକୁ ସଜେଇ ଦିଅନ୍ତି।
/odisha-reporter/media/post_attachments/media/2019/10/Diwali.jpg)
ଏ ସବୁ ଭିତରେ ଦୀପାବଳି ଫ୍ୟାଶନ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହାକୁ ନେଇ ଲୋକେ ପ୍ରାୟତଃ ଦ୍ୱନ୍ଦ୍ୱରେ ରହିଥାନ୍ତି। ଦୀପାବଳି ସପ୍ତାହଟି ବେଶ ହସଖୁସି ଓ ମଜାମସ୍ତିର ସମୟ। ତାହାକୁ ନଜରରେ ରଖି ବସ୍ତ୍ର ଆଭୂଷଣ ମଧ୍ୟ ପିନ୍ଧିବା ଆବଶ୍ୟକ। ସାଧାରଣତଃ ଏହି ଅବସରରେ ମହିଳା ଓ ପୁରୁଷମାନେ ଏଥନିକ୍ ଡ୍ରେସ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏହାସହ ଟ୍ରାଡିସନାଲ ବା ପାରମ୍ପରିକ ଗହଣା ଓ ଫୁଟଓ୍ୱେୟାର ମଧ୍ୟ ମ୍ୟାଚ୍ କରିପାରିବେ। ତେବେ ଚାଲନ୍ତୁ ଦୀପାବଳି ଫ୍ୟାଶନ ପାଇଁ ଆଜି ଆମେ ଆପଣଙ୍କୁ ଦେଉଛୁ କିଛି ଟିପ୍ସ, ନିଶ୍ଚୟ ଟ୍ରାଏ କରନ୍ତୁ...
/odisha-reporter/media/post_attachments/wp-content/uploads/2020/09/Top-5-Diwali-Fashion-Trends-for-2020-1-1280x720.jpg)
ଧନ ତେରସ୍ ଲୁକ୍-
ଧନ ତେରସରେ ଧନ୍ବନ୍ତରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ମହିଳାମାନେ ଲାଲ ରଙ୍ଗର ସିଲ୍କ ଶାଢ଼ି ବା ସିଲକୀ ଡିଜାଇନର ସୁଟ୍ ମଧ୍ୟ ପିନ୍ଧିପାରିବେ। ଲାଲ୍ ଶାଢ଼ି ସହ ଆପଣ କନଟ୍ରାଷ୍ଟ ବ୍ଲାଉଜ ମଧ୍ୟ ପିନ୍ଧିଲେ ମହିଳାମାନେ ଖୁବ୍ ଆକର୍ଷଣୀୟ ଦେଖାଯିବେ। ସେହିଭଳି ପୁରୁଷମାନେ ମଧ୍ୟ ଲାଲ ରଙ୍ଗର ସିଲକୀ କୂର୍ତ୍ତା ବା ଧୋତି ସୁଟ୍ ପିନ୍ଧିଲେ ସୁନ୍ଦର ଦେଖାଯିବେ।
/odisha-reporter/media/post_attachments/originals/fa/f5/1e/faf51ea3595f53960a284437cea1d73b.jpg)
ଆମେ ଲାଲ୍ ରଙ୍ଗ କଥା କହୁଛୁ କାରଣ ଏହି ଦିନ ଲାଲ୍ ରଙ୍ଗ ବସ୍ତ୍ର ପିନ୍ଧିବା ଶୁଭ ବୋଲି ମାନ୍ୟତା ରହିଛି।
ଛୋଟ ଦୀପାବଳି ଲୁକ୍-
ଛୋଟ ଦୀପାବଳିକୁ ନରକ ଚତୁର୍ଦ୍ଦଶୀ ବୋଲି ବି କୁହାଯାଏ। ଏହି ଦିନ ମାଆ କାଳୀ ନରକାସୁରକୁ ବଧ କରିଥିଲେ। ଏଣୁ ଏହି ଦିନ ପରମ୍ପରା ଅନୁଯାୟୀ କଳା ରଙ୍ଗ ପିନ୍ଧିବାର ମାନ୍ୟତା ରହିଛି। ଏଣୁ ମହିଳାମାନେ କଳା ରଙ୍ଗର ଯେକୌଣସି ଡିଜାଇନର ସଲଓ୍ୱାର-କୁର୍ତ୍ତୀ ବା କୁର୍ତ୍ତୀ ବା ସ୍କର୍ଟ କମ୍ୱିନେସନ ପିନ୍ଧିପାରିବେ।
/odisha-reporter/media/post_attachments/originals/2e/1b/bb/2e1bbb416cbb4e7c35043a1b502e6531.jpg)
ସେହିପରି ପୁରୁଷମାନେ କଳା ରଙ୍ଗର ସିଲକୀ ବା ପ୍ରିଣ୍ଟେଡ୍ କୁର୍ତ୍ତା-ପାଏଜାମା ପିନ୍ଧିଲେ ଭଲ ଦେଖାଯିବେ। ପୁରୁଷମାନେ ଚାହିଁଲେ କଳା ରଙ୍ଗର ସିଲକୀ ପଠାନୀ ସୁଟ୍ ମଧ୍ୟ ପିନ୍ଧିଲେ ଆକର୍ଷଣୀୟ ଲାଗିବେ।
ଦୀପାବଳି ଲୁକ୍-
ଆଲୋକର ପର୍ବ ଦୀପାବଳିକୁ ଆହୁରି ଖାସ୍ କରିବ ସୁନ୍ଦର ପୋଷାକ। ଏହି ଦିନକୁ ବର୍ଷ ତମାମ ମନେ ରଖିବାକୁ ମହିଳାମାନେ ସୁନ୍ଦର ଡିଜାଇନର ଲେହେଙ୍ଗା ଚୋଲି ପିନ୍ଧିପାରିବେ। ଲେହେଙ୍ଗା ଫ୍ୟାଶନ୍ କେବେ ବାସି ହୋଇ ନ ଥାଏ। ଏହାସହ ଆପଣ ଡିଜାଇନର ଶାଢ଼ି ମଧ୍ୟ ପିନ୍ଧିପାରିବେ। ତେବେ ଡିଜାଇନର ଆଉଟଫିଟ୍ ଯାହାବି ପିନ୍ଧୁଛନ୍ତି କିନ୍ତୁ ଏହାସହ ପାରମ୍ପରିକ ଗହଣା ପିନ୍ଧିବାକୁ ଜମା ଭୁଲିବେନି। ଦୀପାବଳିରେ ହାଲୁକା ରଙ୍ଗର ପୋଷାକ ବଦଳରେ ଡାର୍କ ଓ ବ୍ରାଇଟ୍ କଲର୍ ପୋଷାକ ବାଛନ୍ତୁ।
/odisha-reporter/media/post_attachments/originals/c0/5a/3f/c05a3f60b046a707ff2a035d6d875d69.jpg)
ପୁରୁଷମାନେ ମାଆ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବାକୁ ବ୍ରାଇଟ୍ କଲର କୁର୍ତ୍ତା-ପାଏଜାମା ବା କୁର୍ତ୍ତା-ଚୁଡ଼ିଦାର ପିନ୍ଧନ୍ତୁ। ଏହା ବ୍ୟତୀତ ବ୍ରାଇଟ୍ କୁର୍ତ୍ତା ସହ ଖଦି ଜ୍ୟାକେଟ୍ ଆପଣଙ୍କ ବ୍ୟକ୍ତିତ୍ୱକୁ ବହୁଗୁଣିତ କରିଦେବ।
ଗୋବର୍ଦ୍ଧନ ପୂଜା ଲୁକ୍-
ଏହି ଦିନ ଗୋବର୍ଦ୍ଧନ ପୂଜା କରିବା ସହ ନୂଆ ବର୍ଷ ଭାବେ କେତେଜଣ ପାଳନ କରିଥାନ୍ତି। ଏହି ଦିନକୁ ସ୍ମରଣୀୟ କରିବାକୁ ମହିଳାମାନେ ସାରାରା ପିନ୍ଧିପାରିବେ। ଆଜିକାଲି ଏହା ଫ୍ୟାଶନ ଟ୍ରେଣ୍ଡରେ ବି ଅଛି। ଗୋବର୍ଦ୍ଧନ ପୂଜା ଅବସରରେ ମହିଳାମାନେ ହାଲୁକା ରଙ୍ଗର ସାରାରା ଡ୍ରେସ୍ ପିନ୍ଧନ୍ତୁ। ଏହାସହ ମ୍ୟାଚିଂ ଝୁମକା ଏବଂ ଡାର୍କ ଶେଡ୍ ଲିପଷ୍ଟିକ୍ ଲଗାଇ ପାରିବେ।
/odisha-reporter/media/post_attachments/originals/03/65/0b/03650be47fe227b57f2d7e94d42901a3.jpg)
ଅନ୍ୟପଟେ ପୁରୁଷମାନେ ନିଜକୁ କୁଲ୍ ଲୁକ୍ ଦେବାକୁ କୁର୍ତ୍ତା ବାଛନ୍ତୁ। ବ୍ଲୁ, ମେରୁନ ବା ରେଡ୍ କଲର୍ କୁର୍ତ୍ତା ପିନ୍ଧିଲେ ସୁନ୍ଦର ଦେଖାଯିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/diwali-3.jpg)