Advertisment

ଫ୍ୟାଟି ଲିଭର୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ୬ଟି ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲିଭର୍‌ ସେଲ୍‌ରେ ଆବଶ୍ୟକତାଠାରୁ ଅଧିକ ଚର୍ବି ବୃଦ୍ଧି ପାଇଲେ, ତାହାକୁ ଫ୍ୟାଟି ଲିଭର୍‌ କୁହାଯାଏ। ଏହା ବାହାରକୁ ଜଣାପଡ଼େନାହିଁ। ତେବେ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା। ଫ୍ୟାଟି ଲିଭର କାହିଁକି ହୋଇଥାଏ ? ୧. ଅତ୍ୟଧିକ ମୋଟା ଯୋଗୁ ୨. ଅନିୟନ୍ତ୍ରିତ ଡାଇବେଟିସ୍‌ ଓ କୋଲେଷ୍ଟ୍ରଲ୍ ବୃଦ୍ଧି ପାଇବା ୩. ଶୀଘ୍ର ଓଜନ କମିବା ୪. ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରିବା ୫. କେତେକ ଅପରେସନ୍‌ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଫ୍ୟାଟି ଲିଭର୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ୬ଟି ଉପାୟ

liver

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲିଭର୍‌ ସେଲ୍‌ରେ ଆବଶ୍ୟକତାଠାରୁ ଅଧିକ ଚର୍ବି ବୃଦ୍ଧି ପାଇଲେ, ତାହାକୁ ଫ୍ୟାଟି ଲିଭର୍‌ କୁହାଯାଏ। ଏହା ବାହାରକୁ ଜଣାପଡ଼େନାହିଁ। ତେବେ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା।

Advertisment

ଫ୍ୟାଟି ଲିଭର କାହିଁକି ହୋଇଥାଏ ?

୧. ଅତ୍ୟଧିକ ମୋଟା ଯୋଗୁ

୨. ଅନିୟନ୍ତ୍ରିତ ଡାଇବେଟିସ୍‌ ଓ କୋଲେଷ୍ଟ୍ରଲ୍ ବୃଦ୍ଧି ପାଇବା

୩. ଶୀଘ୍ର ଓଜନ କମିବା

୪. ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରିବା

୫. କେତେକ ଅପରେସନ୍‌ ପରେ ଯକୃତରେ ଚର୍ବି ଜମା ହେବା

୬. ମଦ୍ୟପାନ କରିବା ଯୋଗୁ

ଫ୍ୟାଟି ଲିଭର୍‌ ବା ଲିଭର୍‌ ଜନିତ ସମସ୍ୟାଠାରୁ କିପରି ଦୂରେଇ ରହିବା ପାଇଁ କ’ଣସବୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍‌, ଜାଣନ୍ତୁ

୧. ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ପରି ରୋଗକୁ ନିୟନ୍ତ୍ରଣ କରନ୍ତୁ।

୨. ରକ୍ତରେ କୋଲେଷ୍ଟ୍ରଲ୍‌ ପରିମାଣକୁ ନିୟନ୍ତ୍ରଣ କରନ୍ତୁ।

୩. ସିଗାରେଟ୍‌, ମଦ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

୪. ଚର୍ବି ଓ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

୫. ବାହାଘର ଭୋଜି କିମ୍ୱା ବଜାରରେ ବିକ୍ରି ହେଉଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

୬. ମେଦ ହ୍ରାସ କରନ୍ତୁ।