Advertisment

ହୃଦରୋଗୀଙ୍କ ପାଇଁ ହିତକର ମେଥି ଶାଗ

ଶୀତ ଦିନେ ସାଧାରଣତଃ ମେଥି ଶାଗ ବଜାରରେ ଭରପୁର ମାତ୍ରାରେ ମିଳେ । ମେଥି ଶାଗକୁ ପ୍ରତି ଘରେ ଖାଦ୍ୟ ରୂପେ ବ୍ୟବହାର କରାଯଏ । କିଛି କିଛି ଲୋକେ ମେଥି ପରଟା କରି ଖାଇବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି । ମେଥି ମଞ୍ଜି ଭଳି ମେଥି ଶାଗ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ । ଆପଣ ଚାହିଁଲେ ଏହାକୁ ନିଜ ଡଏଟରେ ସାମିଲ କରିପାରିବେ । ତେବେ ମେଥି ଶାଗ ଖାଇବା ଦ୍ୱାରା […]

ହୃଦରୋଗୀଙ୍କ ପାଇଁ ହିତକର ମେଥି ଶାଗ

fenugreek-leaves

Advertisment

ଶୀତ ଦିନେ ସାଧାରଣତଃ ମେଥି ଶାଗ ବଜାରରେ ଭରପୁର ମାତ୍ରାରେ ମିଳେ । ମେଥି ଶାଗକୁ ପ୍ରତି ଘରେ ଖାଦ୍ୟ ରୂପେ ବ୍ୟବହାର କରାଯଏ । କିଛି କିଛି ଲୋକେ ମେଥି ପରଟା କରି ଖାଇବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି । ମେଥି ମଞ୍ଜି ଭଳି ମେଥି ଶାଗ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ । ଆପଣ ଚାହିଁଲେ ଏହାକୁ ନିଜ ଡଏଟରେ ସାମିଲ କରିପାରିବେ । ତେବେ ମେଥି ଶାଗ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳେ ଆସନ୍ତୁ ଜାଣିବା ।

Advertisment
  1. ମଧୁମେହ ରୋଗୀ ତଥା ଡାଇବେଟିସ ରୋଗୀଙ୍କ ପାଇଁ ମେଥି ଶାଗ ବେଶ ଉପକାରୀ। ଟାଇପ-୧ ଓ ଟାଇପ-୨ ଉଭୟ ଡାଇବେଟିସ ରୋଗୀଙ୍କ ପାଇଁ ଏହା ହିତକର। ମେଥି ଶରୀରରେ ଇନସୁଲିନର ମାତ୍ରା ନିୟନ୍ତ୍ରଣ ରଖିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ଫାଇଭର ପାଚନ କ୍ରିୟାକୁ ସୁସ୍ଥ ରଖିବାରେ କାମ କରେ।
  2. କୋଲେଷ୍ଟ୍ରୋଲ କମ କରିଥାଏ ମେଥି ଶାଗ। ଏଥିସହ ଯକୃତରେ ସୃଷ୍ଟି ହେଉଥିବା କୋଲେଷ୍ଟ୍ରୋଲକୁ ମଧ୍ୟ ଅଟକାଇଥାଏ।  ଆଥେରୋସ୍କ୍ଲେରୋସିସ୍ ରୋଗୀଙ୍କ ପାଇଁ ମେଥି ଶାଗ ବହୁତ ଲାଭଦାୟକ ଅଟେ। ଶରୀରରେ ଖରାପ କୋଲେଷ୍ଟ୍ରୋଲ କମ କରିବାରେ ମେଥି ଶାଗ ସାହାଯ୍ୟ କରେ।
  3. ଛୋଟ ଶିଶୁଙ୍କର ବିକାଶ ପାଇଁ ମା’ କ୍ଷୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମା’ କ୍ଷୀର ପାଇଁ ମେଥି ଶାଗ ଏକ ଭଲ ଖାଦ୍ୟ। ତେଣୁ ପ୍ରସବ ପରେ ମହିଳାମାନଙ୍କୁ ମେଥି ଶାଗ ଖାଇବା ପାଇଁ ଡାକ୍ତରମାନ ପରାମର୍ଶ ଦେଇଥାନ୍ତି।
  4. ମେଥି ପତ୍ରରେ ଫାଇଭର ସହ ଆଣ୍ଟିଅକ୍ସିଡେଣ୍ଟର ମଧ୍ୟ ରହିଛି। ଏହା ଆମ ଶରୀରରେ ପାଚନକ୍ରିୟାକୁ ଶକ୍ତିଶାଳୀ କରିବା ସହ ହଜମ ଶକ୍ତି ବଢ଼ାଇଥାଏ। ଯେଉଁମାନଙ୍କ ପେଟ ଜନିତ ସମସ୍ୟା ରହିଛି, ସେମାନେ ନିଜ ନିତିଦିନିଆ ଖାଦ୍ୟରେ ମେଥି ଶାଗକୁ ସାମିଲ କରିପାରିବେ। କେବଳ ସେତକି ନୁହେଁ ମେଥି ଶାଗ ଖାଇବା ଦ୍ୱାରା ଅନ୍ତନଳୀ ଫୁଲିବା, ଅଲସର, ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
  5. ହୃଦରୋଗ ଜନିତ ସମସ୍ୟା ଥିବା ରୋଗୀଙ୍କ ପାଇଁ ମେଥି ପତ୍ର ବେଶ ଲାଭଦାୟକ। ମେଥି ଶାଗ ଆୟୁର୍ବେଦ ଔଷଧ ଭଳି କାମ କରେ। ହୃଦଘାତ ଏବଂ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟାକୁ କମ୍ କରିଥାଏ।
  6. ମେଥି ସଂକ୍ରମଣ ମଧ୍ୟ ଦୂର କରେ। ମେଥି ଶାଗ ଖାଇବା ଦ୍ୱାରା ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟା ଦୂର ହୋଇଥାଏ। ଏହା ପୁରୁଣା କାଶ, ବ୍ରୋଙ୍କାଇଟସି ଏବଂ ଏକ୍ଜିମା ଭଳି ତ୍ୱଚା ସମ୍ବନ୍ଧୀୟ ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ।
Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe