Advertisment

ମାଛ ସହ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ବିଗିଡ଼ି ଯାଇପାରେ ଆପଣଙ୍କ ସ୍ଵାସ୍ଥ୍ୟ

ଭୁବନେଶ୍ଵର (ଓଡିଶା ରିପୋର୍ଟର): ଆମିଷ ପ୍ରିୟ ଲୋକଙ୍କ ପାଖରେ ବିଶେଷ ପ୍ରକାରଭେଦ ନଥାଏ। ଯେଉଁମାନେ ଟିକେ ଅଧିକ ଆମିଷପ୍ରେମୀ ସେମାନେ ସବୁ ପ୍ରକାର ଆମିଷ ଭୋଜନରେ ଅଭ୍ୟସ୍ତ। ମାଛ, ମାଂସ, ଅଣ୍ଡା, କଙ୍କଡ଼ା, ଶୁଖୁଆ ପ୍ରଭୃତି ସବୁକିଛି ସେମାନେ ଖାଇ ପାରନ୍ତି। ତେବେ ଆଉ କେତେକ ଅଛନ୍ତି, ସେମାନଙ୍କ ଭିତରେ ପସନ୍ଦ ନାପସନ୍ଦ ରହିଥାଏ। କେତେକ ନିର୍ଦ୍ଦିଷ୍ଟ ଭାବରେ ମଟନ ପ୍ରିୟ, ଆଉ କେତେକ ସବୁ ପ୍ରକାର ମାଛ ଖାଇବାରେ ଅଭ୍ୟସ୍ତ। ଆଉ କିଛି ଅଛନ୍ତି ଯେଉଁମାନେ ଚିକେନ୍‌ର ସବୁପ୍ରକାର ଆଇଟମ୍‌ ପସନ୍ଦ କରନ୍ତି। ସେହିପରି ସବୁ ସାଦା ଖାଦ୍ୟ ବି ପରସ୍ପର ସହ ମିଶନ୍ତି ନାହିଁ। ଏଥିପ୍ରତି ଧ୍ୟାନ ଦେବା ଜରୁରି।

ଶାସ୍ତ୍ରବିତ୍‌ଙ୍କ ମତରେ ଯେଉଁମାନେ ମାଛ ଖାଉଛନ୍ତି, ସେମାନେ ନିର୍ଦ୍ଦିଷ୍ଟ କିଛି ନିୟମ ମାନିବା ଉଚିତ। ସେମାନେ ଟିକେ ସତର୍କ ରହିବା ଜରୁରି। ସେମାନଙ୍କ ମତରେ, ଆପଣ ଯଦି କୌଣସି ସମୟରେ ମାଛ ଖାଉଛନ୍ତି, ତେବେ ତା ସହ ଚିନି କିମ୍ବା ମହୁ ଖାଆନ୍ତୁ ନାହିଁ। କେବଳ ମାଛ ନୁହେଁ, ଆଉକିଛି ଖାଦ୍ୟ ଅଛି ଯାହା ସହ କିଛି ନିର୍ଦ୍ଦିଷ୍ଟ ଖାଦ୍ୟକୁ ମିଶାଇ ଖାଇବା ଉଚିତ ନୁହେଁ। ଏହା କେବଳ ଶାସ୍ତ୍ର କହୁନି, ୟାର ବିଜ୍ଞାନ ସମ୍ମତ କାରଣ ବି ରହିଛି। ଆପଣ ଯଦି ଦହି ଖାଉଛନ୍ତି ତେବେ ସେଥିରେ କଦଳୀ କିମ୍ବା ବେଲ ମିଶାଇ ଖାଇବା ଉଚିତ ନୁହେଁ। ଏ ସବୁକୁ ଏକସଙ୍ଗେ ମିଶାଇ ଖାଇବା ଦ୍ୱାରା ଖାଦ୍ୟରେ ବିଷକ୍ରିୟା ସୃଷ୍ଟି ହୋଇଥାଏ। କଣ କହୁଛନ୍ତି ଶାସ୍ତ୍ରବିତ୍ ଦେଖନ୍ତୁ ଭିଡିଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe