Advertisment

ସକାଳ ଜଳଖିଆ ପାଇଁ ପ୍ରସ୍ତୁତ କରନ୍ତୁ ଫିସ୍‌ ଅମ୍‌ଲେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକାଳ ଜଳଖିଆ ହେଉ ବା ରାତି ଅଧିକାଂଶ ସମୟରେ ଆମେ ଅଣ୍ଡା ଅମ୍‌ଲେଟ୍‌ ଖାଇବାକୁ ପସନ୍ଦ କରିଥାଉ। ଫିସ୍‌ ମାନେ ମାଛରେ ପ୍ରସ୍ତୁତ ଅମ୍‌ଲେଟ୍‌ କେବେ ଖାଇଛନ୍ତି କି? ଥରେ ଏହାକୁ ଘରେ ତିଆରି କରି ଖାଇଲେ ସବୁବେଳେ ଖାଇବାକୁ ଇଚ୍ଛା ହେବ। ଏହାକୁ ଆପଣ ସକାଳ ଜଳଖିଆରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହେବ। ତେଣୁ ଜାଣିରଖନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ ମାଛ, ଅଣ୍ଡା, ତେଲ, ଲୁଣ, […]

author-image
Rosalin Rath
ଅଦ୍ୟତନ ହୋଇଛି
ସକାଳ ଜଳଖିଆ ପାଇଁ ପ୍ରସ୍ତୁତ କରନ୍ତୁ ଫିସ୍‌ ଅମ୍‌ଲେଟ୍‌

f61

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକାଳ ଜଳଖିଆ ହେଉ ବା ରାତି ଅଧିକାଂଶ ସମୟରେ ଆମେ ଅଣ୍ଡା ଅମ୍‌ଲେଟ୍‌ ଖାଇବାକୁ ପସନ୍ଦ କରିଥାଉ। ଫିସ୍‌ ମାନେ ମାଛରେ ପ୍ରସ୍ତୁତ ଅମ୍‌ଲେଟ୍‌ କେବେ ଖାଇଛନ୍ତି କି? ଥରେ ଏହାକୁ ଘରେ ତିଆରି କରି ଖାଇଲେ ସବୁବେଳେ ଖାଇବାକୁ ଇଚ୍ଛା ହେବ। ଏହାକୁ ଆପଣ ସକାଳ ଜଳଖିଆରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହେବ। ତେଣୁ ଜାଣିରଖନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ।

Advertisment

ଆବଶ୍ୟକ ସାମଗ୍ରୀ

publive-image

ମାଛ, ଅଣ୍ଡା, ତେଲ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ, କଟା ପିଆଜ, କଟା ଧନିଆ ପତ୍ର ଏବଂ ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମାଛକୁ ଭଲରେ ଧୋଇ ସେଥିରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ଅଦା ରସୁଣ ପେଷ୍ଟ ଗୋଳାଇ ମ୍ୟାରିନେଟ୍‌ କରି ରଖନ୍ତୁ। ଏହା ପରେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ମାଛ ଗୁଡ଼ିକୁ ଭାଜି ଥଣ୍ଡା କରିଦିଅନ୍ତୁ। ଥଣ୍ଡା ମାଛର କଣ୍ଟା ଛଡ଼ାଇ ଏକ ପାତ୍ରରେ ରଖନ୍ତୁ।

Advertisment

publive-image

ଏହା ପରେ ଦୁଇଟି ଅଣ୍ଡା ଏକ ପାତ୍ରରେ ଭାଙ୍ଗନ୍ତୁ। ସେଥିରେ ଲୁଣ, ହଳଦୀ ଗୁଣ୍ଡ, କଟା କଞ୍ଚା ଲଙ୍କା, କଟା ପିଆଜ ପକାଇ ଗୋଳାଇ ଦିଅନ୍ତୁ।

ଏବେ ଗ୍ୟାସ୍‌ରେ ତାୱା ବସାଇ ତେଲ ଗରମ କରି ଫେଣ୍ଟା ଯାଇଥିବା ଅଣ୍ଡାକୁ ସେଥିରେ ଅମ୍‌ଲେଟ୍‌ ଭଳି କରନ୍ତୁ। ଏଠାରେ ଆପଣ ଗ୍ୟାସ୍‌ର ଆଞ୍ଚ କମ୍‌ ରଖିବେ। ଏହା ପରେ ଅମ୍‌ଲେଟ୍‌ ଉପରେ ପୂର୍ବରୁ ପ୍ରସ୍ତୁତ କରିଥିବା ମାଛ, କଟା ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ ପକାଇ ଘୋଡ଼ଣି ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ।

publive-image

କିଛି ସମୟ ପରେ ତିଆରି ହେଇଯିବ ଆପଣଙ୍କର ଫିସ୍ ଅମ୍‌ଲେଟ୍‌। ଏହା ଆପଣଙ୍କୁ ପିଜା ଭଳି ଦେଖାଯିବା ସହ ଖାଇବାକୁ ମଧ୍ୟ ଭଲ ଲାଗିଥାଏ। ଏହାକୁ ଆପଣ କାଟି ଖାଇ ପାରିବେ।