ଅଦ୍ୟତନ ହୋଇଛି
hayy
Advertisment
ଅନେକ ସମୟରେ ସବୁ କିଛି ଥିବା ସତ୍ତ୍ୱେ ବୈବାହିକ ଜୀବନ ଭାଙ୍ଗି ଯିବା ପରିସ୍ଥିତିକୁ ଚାଲି ଯାଏ। ଥରେ କଥା ବିଗିଡ଼ା ଆରମ୍ଭ କଲେ ବିଗିଡ଼ି ଚାଲେ। ବୈବାହିକ ଜୀବନକୂ ସମ୍ଭାଳି ରଖିବା ଟିକେ ମୁସ୍କିଲ୍ ନିଶ୍ଚିତ, କିନ୍ତୁ ବୁଝିସୁଝି ପଦକ୍ଷେପ ନେଲେ ସମସ୍ୟାଗୁଡ଼ିକୁ ଦୂରେଇ ହେବ। ଏଠାରେ ପଢ଼ନ୍ତୁ ଆପଣଙ୍କ ବୈବାହିକ ଜୀବନକୁ ବଞ୍ଚାଇ ରଖିବାର ୫ଟି ମନ୍ତ୍ର।
Advertisment
- ସ୍ୱାମୀଙ୍କୁ ସର୍ବଦା କାବୁ କରି ରଖିବାକୁ ଚେଷ୍ଟା କରନ୍ତୁ ନାହିଁ। ତାଙ୍କର ନିଜସ୍ୱ ସ୍ୱାଧୀନତା ନିହାତି ଆବଶ୍ୟକ। ଏହା ଦ୍ୱାରା ଆପଣଙ୍କ ସଂପର୍କ ଦୃଢ଼ ହେବ।
- ଯଦି ଆପଣ ଭାବୁଛନ୍ତି ଯେ ଭଲ ପାଇବା ହିଁ ସବୁ କିଛି ତା’ହେଲେ ଆପଣ ଭୁଲ୍। ଭଲ ପାଇବା ମାନେ ଦୁହେଁ ଦୁହିଁଙ୍କୁ ସମ୍ମାନ ଦେବା। ଯଦି ଆପଣ ପରସ୍ପରକୁ ସର୍ବସାଧାରଣ ସ୍ଥାନରେ ବି ସମ୍ମାନ ଦେଉଛନ୍ତି ତା’ହେଲେ ଏହାଠାରୁ ବଳି ଭଲ କଥା ଆଉ କିଛି ନାହିଁ। ଏହା ଆପଣଙ୍କ ସଂପର୍କକୁ ମଜଭୁତ କରିବ।
- ସବୁ ସଂପର୍କରେ କିଛି ବୁଝାମଣା କରିବାକୁ ପଡ଼େ। ଯଦି ଆପଣଙ୍କ ସଂପର୍କକୁ ବଞ୍ଚାଇବା ପାଇଁ ଆପଣଙ୍କୁ କିଛି ବୁଝାମଣା କରିବାକୁ ପଡ଼େ, ତା’ହେଲେ ସେଥିରେ କିଛି ଭୁଲ୍ ନାହିଁ। ସାଧାରଣତଃ ବୁଝାମଣାକୁ ଦୁର୍ବଳତାର ପରିଚୟ ବୋଲି କୁହାଯାଏ। କିନ୍ତୁ ସେ ଧାରଣା ଠିକ୍ ନୁହେଁ।
- ଯଦି ଆପଣ ଦୁଇ ଜଣଙ୍କ ମଧ୍ୟରେ ରୋମାନ୍ସ ଶେଷ ହୋଇଯାଇଛି, ତା’ହେଲେ ଏହା ଚିନ୍ତାର ବିଷୟ। ଯାହା ହେଇ ଯାଉ ପଛେ ଆପଣ ଦୁଇ ଜଣଙ୍କ ମଧ୍ୟରେ ପ୍ରେମକୁ ବଞ୍ଚାଇ ରଖନ୍ତୁ। ଏହା ଆପଣ ଦୁଇ ଜଣଙ୍କୁ ବାନ୍ଧି ରଖିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/03/hayy.jpg)