Advertisment

ଉଜ୍ଜ୍ୱଳ ତ୍ୱଚା ପାଇଁ ୫ଟି ଘରୋଇ ଉପାୟ

ନୂଆଦିଲ୍ଲୀ: ପ୍ରାୟ ସମସ୍ତେ ଉଜ୍ଜ୍ୱଳ ତ୍ୱଚା ଚାହାନ୍ତି। ସେଥିପାଇଁ ବିଭିନ୍ନ ଉପାୟ ବି ଆପଣାନ୍ତି। ତେବେ ଆଉ କେହି କେହି ସମୟାଭାବରୁ ତ୍ୱଚାର ସେମିତି ଖାସ୍ ଯତ୍ନ ନେଇପାରନ୍ତି ନାହିଁ। ଏପରି କ୍ଷେତ୍ରରେ ଏମିତି କିଛି ଉପାୟ ରହିଛି, ଯେଉଁଥିରେ ଅଧିକ ସମୟ ବ୍ୟୟ କରିବାକୁ ପଡ଼ିବନି ଓ ତ୍ୱଚା ବି ଉଜ୍ଜ୍ୱଳ ରହିବ। ତା’ହେଲେ ଆସନ୍ତୁ ଜାଣିବା ଏଭଳି ଉପାୟ ସଂପର୍କରେ। ମେଥି- ଶୀତଦିନେ ମେଥି ଖାଇଲେ ଭଲ। ଏଥିରେ ଥିବା ପୋଷକ ତତ୍ତ୍ୱ ଓ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଉଜ୍ଜ୍ୱଳ ତ୍ୱଚା ପାଇଁ ୫ଟି ଘରୋଇ ଉପାୟ

micky

ନୂଆଦିଲ୍ଲୀ: ପ୍ରାୟ ସମସ୍ତେ ଉଜ୍ଜ୍ୱଳ ତ୍ୱଚା ଚାହାନ୍ତି। ସେଥିପାଇଁ ବିଭିନ୍ନ ଉପାୟ ବି ଆପଣାନ୍ତି। ତେବେ ଆଉ କେହି କେହି ସମୟାଭାବରୁ ତ୍ୱଚାର ସେମିତି ଖାସ୍ ଯତ୍ନ ନେଇପାରନ୍ତି ନାହିଁ। ଏପରି କ୍ଷେତ୍ରରେ ଏମିତି କିଛି ଉପାୟ ରହିଛି, ଯେଉଁଥିରେ ଅଧିକ ସମୟ ବ୍ୟୟ କରିବାକୁ ପଡ଼ିବନି ଓ ତ୍ୱଚା ବି ଉଜ୍ଜ୍ୱଳ ରହିବ। ତା’ହେଲେ ଆସନ୍ତୁ ଜାଣିବା ଏଭଳି ଉପାୟ ସଂପର୍କରେ।

Advertisment

ମେଥି- ଶୀତଦିନେ ମେଥି ଖାଇଲେ ଭଲ। ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାର ମୃତ କୋଷିକାକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ତ୍ୱଚାରୁ ଦାଗ ଓ ରିଙ୍କିଲ୍‌କୁ ଦୂର କରିଥାଏ।

publive-imageଅଣ୍ଡା- ତ୍ୱଚାକୁ ହେଲ୍‌ଦି ରଖିବା ପାଇଁ ପ୍ରତିଦିନ ଜଳଖିଆରେ ଗୋଟିଏ ଅଣ୍ଡା ସାମିଲ କରନ୍ତୁ। ଏହା ତ୍ୱଚାର ସେଲ୍‌କୁ ମଜଭୁତ କରେ।

Advertisment

ଆଭୋକାଡୋ- ସ୍କିନ୍‌କୁ ହେଲ୍‌ଦି ରଖିବା ପାଇଁ ଭିଟାମିନ୍‌ ଏବଂ ମିନେରାଲ୍‌ ଜାତୀୟ ଖାଦ୍ୟ ଖାଇବା ଉଚିତ। ଆଭୋକାଡୋରେ ଭିଟାମିନ୍‌ ଏବଂ ମିନେରାଲ୍‌ ଅଂଶ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ ଏବଂ ତ୍ୱଚାରେ ରହିଥିବା ଦାଗ ମଧ୍ୟ ଧୀରେ ଧୀରେ ଲିଭିବାରେ ଲାଗିଥାଏ।

publive-imageଦହି-ଦହିରେ କ୍ୟାଲ୍‌ସିୟମ ରହିଥାଏ ଯାହା ଚେହେରାରେ ରହିଥିବା ସେଲ୍‌କୁ ମଜବୁତ କରିବା ସହ ମୁହଁରୁ କଳା ଦାଗ ମଧ୍ୟ ଦୂର କରିଥାଏ।

ବାଦାମ- ବାଦାମ୍‌ରେ ଭିଟାମିନ୍‌ ରହିଥାଏ, ଯାହା ତ୍ୱରାରେ ନୂଆ ସେଲ୍‌ ଆଣିବାରେ ସାହାଯ୍ୟ କରିଥାଏ।