Advertisment

ବାଣ ଫୁଟାଇବା ସମୟରେ ସତର୍କ ରୁହନ୍ତୁ; କ’ଣ କରିବେ ଓ କ’ଣ ନ କରିବେ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇ ପଡ଼ିଛି।  ଦୀପାବଳିରେ ଲୋକେ ଦୀପ ଲଗାଇବା ସହ ବାଣ ମଧ୍ୟ ଫୁଟାଇଥା’ନ୍ତି। ତେବେ ବାଣ ଫୁଟାଇବା ସମୟରେ କିଛିଟା ଅସାବଧାନତା ଯୋଗୁ ଅଘଟଣ ମଧ୍ୟ ଘଟିଥାଏ। ତେଣୁ ବାଣ ଫୁଟାଇବା ବେଳେ କି କି ସତର୍କତା ଆପଣାଇବା ଦରକାର ବା କ’ଣ କରିବା ଓ କ’ଣ ନ କରିବା ଉଚିତ୍, ତାହା ଜାଣି ନିଅନ୍ତୁ। ଖୋଲା ପଡ଼ିଆରେ ବାଣ ଫୁଟାନ୍ତୁ । […]

ଅଦ୍ୟତନ ହୋଇଛି
ବାଣ ଫୁଟାଇବା ସମୟରେ ସତର୍କ ରୁହନ୍ତୁ; କ’ଣ କରିବେ ଓ କ’ଣ ନ କରିବେ, ଜାଣନ୍ତୁ

diwali

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇ ପଡ଼ିଛି।  ଦୀପାବଳିରେ ଲୋକେ ଦୀପ ଲଗାଇବା ସହ ବାଣ ମଧ୍ୟ ଫୁଟାଇଥା’ନ୍ତି। ତେବେ ବାଣ ଫୁଟାଇବା ସମୟରେ କିଛିଟା ଅସାବଧାନତା ଯୋଗୁ ଅଘଟଣ ମଧ୍ୟ ଘଟିଥାଏ। ତେଣୁ ବାଣ ଫୁଟାଇବା ବେଳେ କି କି ସତର୍କତା ଆପଣାଇବା ଦରକାର ବା କ’ଣ କରିବା ଓ କ’ଣ ନ କରିବା ଉଚିତ୍, ତାହା ଜାଣି ନିଅନ୍ତୁ।

Advertisment
  • ଖୋଲା ପଡ଼ିଆରେ ବାଣ ଫୁଟାନ୍ତୁ ।
  • ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ।
  • ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ।
  • ବାଣ ଫୁଟାଇବା ବେଳେ କଟନ୍‌ ପୋଷାକ ପରିଧାନ କରନ୍ତୁ।
  • ସିଲ୍‌କ ଓ ଟେରିକଟ୍ ପୋଷାକ ପିନ୍ଧନ୍ତୁ ନାହିଁ।
  • ବାଣକୁ ହାତରେ ନଧରି ନିରାପଦ ଦୂରତାରେ ରହି ଅଗ୍ନି ସଂଯୋଗ କରନ୍ତୁ।
  • ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ ଓ ନିଷେଧ ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ।
  • ବାଣ ଫୁଟାଇବା ବେଳେ ପଶୁପକ୍ଷୀଙ୍କ ପ୍ରତି ଧ୍ୟାନ ଦିଅନ୍ତୁ।
  • ଫୁଟା ବାଣର ଅବଶେଷକୁ ପାଣିରେ ପକାଇ ଦିଅନ୍ତୁ।
  • ବାଣ ନଫୁଟିଲେ ତାକୁ ଆଉ ଥରେ ବ୍ୟବହାର କରନ୍ତୁ ନାହିଁ ବି ସେଥିରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ।
  • ଜରୁରୀ ପରିସ୍ଥିତିରେ ପୁଲିସ୍ କିମ୍ବା ଦମକଳକୁ କଲ୍ କରନ୍ତୁ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe